ETV Bharat / bharat

ଅଧିକ ଚିକିତ୍ସା ପାଇଁ ସିଦ୍ଦିକଙ୍କୁ ଦିଲ୍ଲୀ ପଠାଇବାକୁ SCଙ୍କ ନିର୍ଦ୍ଦେଶ - SC

ଅଭିଯୁକ୍ତଙ୍କର ବି ବଞ୍ଚିବାର ଅଧିକାର ଅଛି । ସୁପ୍ରିମକୋର୍ଟ ସିଦ୍ଦିକ କାପ୍ପାନଙ୍କ ସମ୍ପର୍କିତ ଏକ ଯାଚିକାର ଶୁଣାଣି କରି ଏପରି କହିଛନ୍ତି । ବିଭିନ୍ନ ରୋଗରେ ପୀଡିତ ଥିବା ସିଦ୍ଦିକ କପ୍ପନକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ସୁପ୍ରିକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଅଧିକ ପଢନ୍ତୁ...

ସିଦ୍ଦିକ କପ୍ପନ
ସିଦ୍ଦିକ କପ୍ପନ
author img

By

Published : Apr 29, 2021, 10:22 PM IST

ନୂଆଦିଲ୍ଲୀ: ଅଭିଯୁକ୍ତଙ୍କର ବି ବଞ୍ଚିବାର ଅଧିକାର ଅଛି । ଆଜି (ଗୁରୁବାର) ସୁପ୍ରିମକୋର୍ଟ ସିଦ୍ଦିକ କପ୍ପନଙ୍କ ସମ୍ପର୍କିତ ଏକ ଯାଚିକାର ଶୁଣାଣି କରି ଏପରି କହିଛନ୍ତି । ବିଭିନ୍ନ ରୋଗରେ ପୀଡିତ ଥିବା ସିଦ୍ଦିକ କାପ୍ପାନକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ସୁପ୍ରିକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଗତ ବର୍ଷ ଉତ୍ତରପ୍ରଦେଶ ହାଥରସ ଅଭିମୁଖେ ଯାଉଥିବା ସମୟରେ ଗିରଫ ହୋଇଥିଲେ ସାମ୍ବାଦିକ ସିଦ୍ଦିକ କାପ୍ପାନ । ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ନେତୃତ୍ବରେ ଗଠିତ ଏକ ଖଣ୍ଡପୀଠ ସିଦ୍ଦିକଙ୍କୁ ଦିଲ୍ଲୀ ପଠାଇବାକୁ ଅନୁମତି ପ୍ରଦାନ କରିଛନ୍ତି ।

ମୁଖ୍ୟ ବିଚାରପତି କହିଥିଲେ, ଗିରଫ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେତୁ ତାଙ୍କୁ ପର୍ଯ୍ୟାପ୍ତ ତଥା ପ୍ରଭାବଶାଳୀ ଚିକିତ୍ସା ସହାୟତା ପ୍ରଦାନ କରାଯିବା ଉଚିତ୍ । ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଆଶଙ୍କା ଦୂର କରିବା ଆବଶ୍ୟକ। ଗିରଫ ସିଦ୍ଦିକ କାପ୍ପାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ କିମ୍ବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) କିମ୍ବା ଦିଲ୍ଲୀର ଅନ୍ୟ କୌଣସି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଠିକ୍ ହେବ ।

ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠରେ କୁହାଯାଇଛି ଯେ ସୁସ୍ଥ ହେବା ପରେ କାପ୍ପାନଙ୍କୁ ମଥୁରା ଜେଲକୁ ସ୍ଥାନାନ୍ତର କରାଯିବ । ୟୁପି ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ଅନ୍ୟ ସମସ୍ତ ଜେଲ ଅନ୍ତେବାସୀଙ୍କ ପରି ତାଙ୍କୁ ମଧ୍ୟ ପର୍ଯ୍ୟାପ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ଯଦି ଆବଶ୍ୟକ ପଡେ ତେବେ ଗିରଫ ବ୍ୟକ୍ତିଙ୍କ ନିକଟରେ ଅନ୍ୟ ସୁବିଧା ଯୋଗାଇ ଦିଆଯିବ ।

କାପ୍ପାନଙ୍କ ଡାକ୍ତରୀ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି । 21 ଏପ୍ରିଲ 2021 ରେ ସାମ୍ବାଦିକ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ସେ ପ୍ରଥମେ ଜ୍ବରରେ ପୀଡିତ ହୋଇଥିଲେ ପରେ ବାଥରୁମରେ ପଡ଼ିଯାଇଥିଲେ । ନିର୍ଦ୍ଦେଶରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ କାପ୍ପାନଙ୍କୁ କେଏମ ମେଡିକାଲ କଲେଜକୁ ରେଫର କରାଯାଇଥିଲା । ପରେ ତାଙ୍କୁ ମଧୁମେହ, ହୃଦଘାତ, ରକ୍ତଚାପ ଏବଂ ଶରୀରରେ ଆଘାତ ଭଳି ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ରହିଛି ବୋଲି ଜଣାପଡିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.