ETV Bharat / bharat

୮ ବିଚାରପତିଙ୍କ ସହ CJI ଏନ୍‌.ଭି ରମଣା ଚଳିତବର୍ଷ ନେବେ ଅବସର - ସୁପ୍ରିମକୋର୍ଟରେ ଖାଲି ପଡିଛି ବିଚାରପତିଙ୍କ ସଂଖ୍ୟା

ସୁପ୍ରିମକୋର୍ଟର ୮ ବିଚାରପତିଙ୍କ ସମେତ ସିଜିଆଇ(CJI) ଏନ୍‌.ଭି ରମଣା ଚଳିତବର୍ଷ ଅବସର ନେବେ । ଅଗଷ୍ଟ ମାସରେ ଅବସର ଗ୍ରହଣ କରିବେ ଏନ୍‌.ଭି ରମଣା । ଅଧିକ ପଢନ୍ତୁ

୮ ବିଚାରପତିଙ୍କ ସହ CJI ଏନ୍‌.ଭି ରମଣା ଚଳିତବର୍ଷ ନେବେ ଅବସର

author img

By

Published : Jan 1, 2022, 8:49 PM IST

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୮ ବିଚାରପତିଙ୍କ ସମେତ ସିଜିଆଇ(CJI) ଏନ୍‌.ଭି ରମଣା ଚଳିତବର୍ଷ ଅବସର ନେବେ । ଅଗଷ୍ଟ ମାସରେ ଅବସର ଗ୍ରହଣ କରିବେ ଏନ୍‌.ଭି ରମଣା ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ସୁପ୍ରିମକୋର୍ଟର ଏବେ ସୁଦ୍ଧା ୩୪ ଜଣଙ୍କ ବିଚାରପତିଙ୍କ ପଦ ଥିବାବେଳେ ଏବେ ୩୩ ଜଣ ରହିଛନ୍ତି । ଗତ ବର୍ଷ ୯ ଜଣ ବିଚାରପତି ନିଯୁକ୍ତି ପାଇଥିଲେ । ଏବେ ସୁଦ୍ଧା ଜଣଙ୍କର ପଦ ଖାଲି ରହିଛି ।

ସିଜିଆଇଙ୍କ ଛଡା ଚଳିତ ବର୍ଷ ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ଜଷ୍ଟିସ ଭିନିତ ସରନ, ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ୟୁୟୁ ଲଲିତ ଅବସରେ ନେବେ । CJI ଏନ୍‌.ଭି ରମଣାଙ୍କ ଅବସର ପରେ ଜଷ୍ଟିସ ୟୁୟୁ ଲଲିତ ତିନିମାସ ପର୍ଯ୍ୟନ୍ତ CJI ପଦରେ ରହିବେ । ଲଲିତଙ୍କ ଅବସର ପରେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୁଡ (Justice DY Chandrachud ) ଚଳିତ ବର୍ଷ ନଭେମ୍ବରରେ ସିଜିଆଇ ଭାବେ ନିଯୁକ୍ତି ପାଇବେ ।

ବିଚାରପତିଙ୍କ ସଂଖ୍ୟା କମୁଥିବାରୁ ନ୍ୟାୟପାଳିକାରେ କେସ ଗୁଡିକ ସଂଖ୍ୟା ବଢୁଛି । ବିଚାରଧିନ ମାମଲା ଗୁଡିକ ପଡି ରହିଥିବା ବେଳେ ଲୋକେ ନ୍ୟାୟ ପାଇବାରେ ବିଳମ୍ବ ହେଉଛି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି । ତେବେ ସୁପ୍ରିମକୋର୍ଟରେ ଡିସେମ୍ବର ୬ ତାରିଖ ସୁଦ୍ଧା 69,885 କେସ ପେଣ୍ତିଂ ପଡିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.