ETV Bharat / bharat

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ବିଜେପି ଓ ଟିଏମସି ମଧ୍ୟରେ ଜାରି ଏହି ବିବାଦ ପଶ୍ଚିମବଙ୍ଗରୁ ଦିଲ୍ଲୀ ଦେଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିସାରିଛି । ତେବେ ଏହା ଉପରେ ଏବେ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଜାରି କରିଛନ୍ତି ନୋଟିସ । ଅଧିକ ପଢନ୍ତୁ...

ମମତା ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

author img

By

Published : Dec 18, 2020, 4:34 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜାରି ଉତ୍ତେଜନା ଏବେ ଚରମ ସ୍ଥିତିରେ ରହିଛି । ବିଜେପି ଓ ଟିଏମସି ମଧ୍ୟରେ ଜାରି ଏହି ବିବାଦ ପଶ୍ଚିମବଙ୍ଗରୁ ଦିଲ୍ଲୀ ଦେଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିସାରିଛି । ମମତା ବାନାର୍ଜୀ ସରକାରଙ୍କ ମନଇଚ୍ଛା ଶାସନକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅନେକ ବିଜେପି ନେତା । ତେବେ ଏହା ଉପରେ ଏବେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଜାରି କରିଛନ୍ତି ନୋଟିସ ।

ବିଜେପିର ଅନେକ ବରିଷ୍ଠ ନେତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ମମତା ବାନାର୍ଜୀ ସରକାରଙ୍କ ଉପରେ ଜାଣିଶୁଣି ବିରୋଧୀ ନେତାଙ୍କ ବିରୋଧରେ ନୂଆ ନୂଆ ମାମଲା ରୁଜୁ କରୁଥିବା ଅଭିଯୋଗ କରିଛନ୍ତି । ମାମଲାର ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଆଗାମୀ ଆଦେଶ ପର୍ଯ୍ୟନ୍ତ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି କୋର୍ଟ ।

ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଏବେଠୁ ସରଗରମ ହୋଇପଡିଛି ରାଜ୍ୟର ରାଜନୈତିକ ମାହୋଲ । ରାଜ୍ୟରେ କ୍ଷମତାସୀନ ମମତା ସରକାର କୌଣସି ବି ସ୍ଥିତିରେ ନିଜର ଦବଦବାକୁ କମାଇବାକୁ ଚାହୁଁନାହାନ୍ତି । ଏହି କାରଣରୁ ଦୁଇ ଦଳ ମଧ୍ୟରେ ବଢିଚାଲିଛି ବିବାଦ ।

ବିଜେପିର ବଡ ବଡ ନେତା ନିଜ ବିରୋଧରେ ପଶ୍ଚିମବଙ୍ଗରେ ଦାଏର ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରଏ, ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ, ସାଂସଦ ଅର୍ଜୁନ ସିଂହ, ପବନ କୁମାର ସିଂହ, କବୀର ଶଙ୍କର ବୋସଙ୍କ ଯାଚିକା ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.