ETV Bharat / bharat

SC has hijacked Constitution: ସମ୍ବିଧାନକୁ ହାଇଜାକ କରିଛନ୍ତି ସୁପ୍ରିମକୋର୍ଟ, ପୂର୍ବତନ ବିଚାରପତିଙ୍କ ଭିଡିଓ ସେୟାର କଲେ ରିଜଜୁ

କଲେଜିୟମ ବ୍ୟବସ୍ଥାକୁ ପୁଣି ଭିନ୍ନ ଢଙ୍ଗରେ ସମାଲୋଚନା କଲେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜଜୁ । ଜଣେ ପୂର୍ବତନ ବିଚାରପତିଙ୍କ ପ୍ରତିକ୍ରିୟାର ଭିଡିଓ କଲେ ସେୟାର । କହିଲେ ନ୍ୟାୟପାଳିକା ସ୍ବାଧୀନ, କିନ୍ତୁ ସମ୍ବିଧାନ ସର୍ବୋଚ୍ଚ । ଅଧିକ ପଢନ୍ତୁ

author img

By

Published : Jan 22, 2023, 4:27 PM IST

Updated : Jan 24, 2023, 7:25 AM IST

ପୂର୍ବତନ ବିଚାରପତିଙ୍କ ଟ୍ବିଟ ସେୟାର କଲେ ରିଜଜୁ

ହାଇଦ୍ରାବାଦ: ପୂର୍ବ ପ୍ରଚଳିତ କଲେଜିୟମ ବ୍ୟବସ୍ଥାରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତାନ୍ତର ବଢିବାରେ ଲାଗିଛି । ଏହାରି ମଧ୍ୟରେ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଏକ ଗଣମାଧ୍ୟମ ସାକ୍ଷାତକାରର ଭିଡିଓ କ୍ଲିପ୍‌ ଟ୍ବିଟ୍‌ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । ଉକ୍ତ ପ୍ରତିକ୍ରିୟାରେ ପୂର୍ବତନ ବିଚାରପତିଜଣଙ୍କ କଲେଜିୟମ ବ୍ୟବସ୍ଥାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ସମ୍ବିଧାନ ବିରୋଧୀ ବୋଲି ମତ ରଖୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ସର୍ବୋଚ୍ଚ କୋର୍ଟ ସମ୍ବିଧାନକୁ ହାଇଜାକ କରିନେଇଥିବା ବିଚାରପତିଜଣଙ୍କ ପ୍ରତିକ୍ରିୟାରେ କହୁଛନ୍ତି । ଯେଉଁ ସାକ୍ଷାତକାରର ଏକ ଭିଡିଓ କ୍ଲିପ୍‌ ନିଜ ଟ୍ବିଟ୍‌ଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ । ଏହା ଜଣେ ବିଚାରପତିଙ୍କ ସ୍ବର ବୋଲି ଲେଖିବା ସହ ପରୋକ୍ଷ ଭାବେ ସେ ପୁଣି କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ।

  • Voice of a Judge...
    Real beauty of Indian Democracy is- it's success. People rule themselves through their representatives.
    Elected representatives represent the interests of the People & make laws. Our Judiciary is independent and our Constitution is Supreme. pic.twitter.com/PgSaqfZdDX

    — Kiren Rijiju (@KirenRijiju) January 21, 2023 " class="align-text-top noRightClick twitterSection" data=" ">

ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଚିସ ଆର.ଏସ ସୋଧି ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟକୁ ପ୍ରତିକ୍ରିୟାରେ କହିଛନ୍ତି,"ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା କିପରି ହେବ, ସେନେଇ ସମ୍ବିଧାନରେ ପ୍ରଥମରୁ ନିୟମ ରହିଛି । ସେଥିରେ ସଂଶୋଧନ କରିବାର କ୍ଷମତା କେବଳ ସଂସଦର ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ସର୍ବୋଚ୍ଚ କୋର୍ଟ ସମ୍ବିଧାନକୁ ହାଇଜାକ କରିନେଇଛି । ହାଇକୋର୍ଟଗୁଡିକ ସର୍ବୋଚ୍ଚ କୋର୍ଟ ଅଧୀନରେ କାର୍ଯ୍ୟ କରିବା ପରି ମନେ ହେଉଛି, ଯାହା ଅନୁଚିତ । ହାଇକୋର୍ଟଗୁଡିକ ସୁପ୍ରିମକୋର୍ଟଙ୍କ ଅଧୀନରେ ନୁହଁନ୍ତି ବରଂ ସେମାନେ ସମ୍ପୃକ୍ତ ରାଜ୍ୟର ସର୍ବୋଚ୍ଚ ନ୍ୟାୟପାଳିକା ସଂସ୍ଥା । କିନ୍ତୁ ବର୍ତ୍ତମାନର ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା ଏପରି ଯେ, ହାଇକୋର୍ଟର ବିଚାରପତିମାନେ ନିଜକୁ ସୁପ୍ରିମକୋର୍ଟଙ୍କ ଅଧୀନ ବୋଲି ମନେ କରୁଛନ୍ତି ।"

ଏହି ଭିଡିଓ କ୍ଲିପକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରିଜଜୁ । ସେ କହିଛନ୍ତି, "ଏହା ହେଉଛି ଭାରତୀୟ ସମ୍ବିଧାନର ସୁନ୍ଦରତା । ସାଧାରଣ ନାଗରିକ ଜନପ୍ରତିନିଧି ନିର୍ବାଚିତ କରି ନିଜେ ନିଜକୁ ଶାସନ କରନ୍ତି । ନିର୍ବାଚିତ ଜନପ୍ରତିନିଧିମାନେ ସାଧାରଣ ନାଗରିକଙ୍କ ପ୍ରତିନିଧି ଭାବେ ଆଇନ ପ୍ରଣୟନ କରନ୍ତି । ନ୍ୟାୟିକ ବ୍ୟବସ୍ଥା ସ୍ୱାଧୀନ, କିନ୍ତୁ ସମ୍ବିଧାନ ସର୍ବୋଚ୍ଚ । ଯେଉଁମାନେ ସମ୍ବିଧାନର ଏପରି ପ୍ରୋଭିଜନରେ ସହମତ ନୁହନ୍ତି, ସେମାନେ ଜନାଦେଶକୁ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି । ସେମାନେ ନିଜକୁ ସମ୍ବିଧାନ ଠାରୁ ଉର୍ଦ୍ଧ୍ବରେ ବୋଲି ମନେ କରୁଛନ୍ତି ।"

ଗତ କିଛି ମାସ ଧରି କଲେଜିୟମ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ବୈଚାରିକ ମତଭେଦ ଆରମ୍ଭ ହୋଇଛି । କେନ୍ଦ୍ର କଲେଜିୟମ ବ୍ୟବସ୍ଥାରେ ସଂସ୍କାର ଆଣି ଏଥିରେ ନିର୍ବାଚିତ ଜନପ୍ରତିନିଧି ତଥା ସରକାରଙ୍କ ଭାଗିଦାରୀକୁ ସ୍ଥାନ ଦେବାକୁ ଚାହୁଁଛି । ନିକଟରେ ଏନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରିଜଜୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କଲେଜିୟମ ବ୍ୟବସ୍ଥାର ଏକାଧିକାର ସମାପ୍ତ କରି ସରକାରଙ୍କ ଭୁମିକାକୁ ବଢାଇବା ପାଇଁ କେନ୍ଦ୍ର ଚାହୁଁଥିବା ବେଳେ ନ୍ୟାୟପାଳିକା ପୂର୍ବପ୍ରଚଳିତ ବ୍ୟବସ୍ଥାକୁ ସମର୍ଥନ କରିଆସିଛି । ତେବେ ଏହି ଘଟଣାକ୍ରମ ଦେଖିଲେ କେନ୍ଦ୍ର ସରକାର ଖୁବଶୀଘ୍ର ଏହାର ସଂଶୋଧନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ପରି ମନେ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2023, 7:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.