ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକ ବୈଧତା ନେଇ ଦିଲ୍ଲୀ ସରକାର କରିଥିବା ଆବେଦନରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ଅଧ୍ୟାଦେଶ ଅସାମ୍ବିଧାନିକ ଓ ଏହା ଉପରେ ତୁରନ୍ତ ରହିତାଦେଶ ଘୋଷଣା କରିବା ଲାଗି ପିଟିସନରେ ଦର୍ଶାଇଥିଲା ଆମ ଆଦମୀ ପାର୍ଟି ନେତୃତ୍ବାଧୀନ ଦିଲ୍ଲୀ ସରକାର । ହେଲେ ସର୍ବୋଚ୍ଚ ନ୍ୟାୟଳୟ ତତ୍କାଳ ରହିତାଦେଶ ଲଗାଇବାକୁ ମନା କରିବା ସହ ମାମଲାରେ ଉତ୍ତର ରଖିବାକୁ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ।
-
Supreme Court issues notice to Centre on a plea of Delhi government challenging the constitutional validity of Ordinance issued by the Centre relating to control over bureaucrats pic.twitter.com/6uTFJ6bGGI
— ANI (@ANI) July 10, 2023 " class="align-text-top noRightClick twitterSection" data="
">Supreme Court issues notice to Centre on a plea of Delhi government challenging the constitutional validity of Ordinance issued by the Centre relating to control over bureaucrats pic.twitter.com/6uTFJ6bGGI
— ANI (@ANI) July 10, 2023Supreme Court issues notice to Centre on a plea of Delhi government challenging the constitutional validity of Ordinance issued by the Centre relating to control over bureaucrats pic.twitter.com/6uTFJ6bGGI
— ANI (@ANI) July 10, 2023
ଆଜି ଏହି ବହୁପ୍ରତୀକ୍ଷିତ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୂଠରେ ହୋଇଥିଲା । ଖଣ୍ଡପୀଠ ତୁରନ୍ତ ରହିତାଦେଶ ଜାରି କରିବା ପାଇଁ ମନା କରିବା ସହ କହିଥିଲେ, ରହିତାଦେଶ କିମ୍ବା ଅନ୍ୟ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଏହି ମାମଲାକୁ ପ୍ରଥମେ ଶୁଣାଯିବାର ଆବଶ୍ୟକତା ରହିଛି । ଏହା ସହ ଆବେଦନରେ ନିଜର ପକ୍ଷ ରଖିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷ ରଖିବା ପରେ କୋର୍ଟ ନିଷ୍ପତ୍ତି ଗ୍ରହଣ କରିବେ ।
ଗ୍ରୀଷ୍ମ ଅବକାଶ ପରେ କୋର୍ଟ ଖୋଲିଲେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଦିଲ୍ଲୀ ସରକାର ଅପେକ୍ଷା କରିଥିଲେ । ତେବେ କୋର୍ଟ ଖୋଲିବା ପରେ ଏହି ଆବେଦନ ହୋଇଥିବା ବେଳେ ଆଜି ଏହାର ପ୍ରଥମ ଶୁଣାଣି ଥିଲା । କୋର୍ଟ କୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନର ପ୍ରଥମେ ପ୍ରତିପକ୍ଷ ଠାରୁ ଉତ୍ତର ଚାହିଁଛନ୍ତି ।
ପ୍ରଶାସନିକ ନିୟନ୍ତ୍ରଣ ମାମଲାରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ସରକାର ମେ’ 19 ତାରିଖରେ ଏହି ଅଧ୍ୟାଦେଶ ଆଣିଥିଲେ । ଜାରି ଅଧ୍ୟାଦେଶ ଅନୁସାରେ, ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିଷ୍ପତ୍ତି ଦିଲ୍ଲୀ ସରକାର ନୁହନ୍ତି ବରଂ ନ୍ୟାସନାଲ କ୍ୟାପିଟାଲ ସର୍ଭିସ୍ ଅଥରିଟି ନିକଟରେ ନ୍ୟସ୍ତ ହେବ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ସଦସ୍ୟ ଭାବେ ରହିବେ । ହେଲେ କେବଳ ସଦସ୍ୟଙ୍କ ଆନୁପାତିକ ବହୁମତ ଆଧାରରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ । ନଚେତ ମାମଲା ଉପରାଜ୍ୟପାଳଙ୍କ ନିକଟରେ ପହଞ୍ଚିବ ଓ ରାଜଭବନ ହିଁ ଚୂଡାନ୍ତ ନିର୍ଣ୍ଣୟକାରୀ ହେବ । ଯାହାକୁ ଦିଲ୍ଲୀ ସରକାର ତୀବ୍ର ବିରୋଧ କରିବା ସହ ଏହା ଦିଲ୍ଲୀବାସୀଙ୍କ ଜନାଦେଶ ବିରୋଧୀ ବୋଲି କହିଥିଲା ।
ଏବେ ଏହି ମାମଲା କୋର୍ଟରେ ପହଞ୍ଚି ସାରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଅଧ୍ୟାଦେଶକୁ ରାଜ୍ୟସଭାରେ ପାରିତ କରାଇନଦେବା ପାଇଁ ବିରୋଧୀଙ୍କ ସମର୍ଥନ ମଧ୍ୟ ଯୋଗାଡ କରିବାରେ ଲାଗିଛନ୍ତି । ଅନ୍ୟପଟେ ଏହି ସମର୍ଥନ ଯୋଗାଡ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ବିରୋଧୀ ମେଳିରେ ମତାନ୍ତର ଦେଖାଯାଇଥିଲା । କିଛି ବିରୋଧୀ ଏହି ବିଲକୁ ବିରୋଧ କରିବା ନେଇ କେଜ୍ରିଓ୍ବାଲଙ୍କୁ ସହମତି ଦେଇଥିବା ବେଳେ କଂଗ୍ରେସ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଉନଥିବାରୁ ଦ୍ବନ୍ଦ୍ବ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ