ETV Bharat / bharat

ସୁପ୍ରିମକୋର୍ଟରେ ପେଗାସସ୍ ମାମଲା, 10 ଅଗଷ୍ଟକୁ ଘୁ୍ଞ୍ଚିଲା ଶୁଣାଣି

ପେଗାସସ୍ ମାମଲାର ଶୁଣାଣି ଘୁଞ୍ଚିଛି । ୧୦ ଅଗଷ୍ଟରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟରେ ପେଗାସସ ମାମଲା, 10 ଅଗଷ୍ଟକୁ ଘୁ୍ଞ୍ଚିଲା ଶୁଣାଣି

author img

By

Published : Aug 5, 2021, 5:46 PM IST

ନୂଆଦିଲ୍ଲୀ: ପେଗାସସ୍ ଝଡରେ କମ୍ପୁଛି ସଡକରୁ ସଂସଦ । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ହୋଇଛି ମାମଲାର ଶୁଣାଣି । ମାମଲାରେ ତମାମ ଯାଚିକା କର୍ତ୍ତାଙ୍କ ଦଲିଲ ଶୁଣିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ । ୧୦ ଅଗଷ୍ଟକୁ ଘୁଞ୍ଚିଛି ଏହି ଶୁଣାଣି ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଏହି ଖବର ସତ ତେବେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଅଟେ। ଏ ବିଷୟରେ କୌଣସି ପ୍ରମାଣ ଅଛି କି ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ପ୍ରଧାନ ବିଚାରପତି ଆବେଦନକାରୀଙ୍କ ଆଇନଜୀବୀଙ୍କୁ ପଚାରିଥିଲେ ଯେ ଖବରକାଗଜ କ୍ଲିପିଂ ବ୍ୟତୀତ ଆପଣଙ୍କ ପିଟିସନରେ କ’ଣ ଅଛି? ଆମେ କାହିଁକି ଏହା ଶୁଣାଣି କରିବା ଉଚିତ୍? ଏହା ଉପରେ ଆବେଦନକାରୀଙ୍କ ଆଇନଜୀବୀ କପିଲ ସିବଲ କହିଛନ୍ତି, ଏହା ଟେକ୍ନୋଲୋଜି ମାଧ୍ୟମରେ ଗୋପନୀୟତା ଉପରେ ଆକ୍ରମଣ। ଏହା ମଧ୍ୟ ଜାତୀୟ ଇଣ୍ଟରନେଟ ସୁରକ୍ଷାର ପ୍ରଶ୍ନ।

ପ୍ରଧାନ ବିଚାରପତି କହିଛନ୍ତି, ଆମେ ପଢିଛୁ ଯେ NSO କେବଳ ଏକ ଦେଶର ସରକାରଙ୍କୁ ସ୍ପାଇୱେୟାର ପ୍ରଦାନ କରିଥାଏ। ବର୍ତ୍ତମାନ କାଲିଫର୍ଣ୍ଣିଆ ମାମଲାର ସ୍ଥିତି କ’ଣ? ଆମେ ଭାବୁନାହୁଁ ଯେ ସେଠାରେ ମଧ୍ୟ ଭାରତରେ ଜାସୁସି କଥା ସାମ୍ନାକୁ ଆସିଛି । ସିଜେଆଇଙ୍କ ପ୍ରଶ୍ନର ଉତ୍ତରରେ ସିବଲ କହିଛନ୍ତି, ସଂସଦରେ ମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ ଭାରତରେ 121 ଜଣଙ୍କୁ ଟାର୍ଗେଟ କରାଯାଇଛି। କୋର୍ଟ ଯେତେବେଳେ ସରକାରଙ୍କଠାରୁ ସୂଚନା ନେବେ ସେତେବେଳେ ଅଧିକ ସତ୍ୟ ଜଣା ପଡିବ । ଏଥିପାଇଁ ସରକାରଙ୍କୁ ନୋଟିସ ଜାରି କରିବାକୁ କୋର୍ଟଙ୍କୁ ଅପିଲ କରିଛନ୍ତି ସିବଲ ।

ପେଗାସସ ଗୁଇନ୍ଦାଗିରିକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାର ଗ୍ରହଣ କଲେ ସର୍ବୋଚ୍ଚ ଅଦାଲତା । ଆସନ୍ତା ସପ୍ତାହରେ ହେବ ମାମଲାର ଶୁଣାଣି । ଆଜି ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି କପିଳ ସିବଲ ମାମଲା ଉପସ୍ଥାପନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.