ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ନିଟ-ପିଜି କାଉନସେଲିଂକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବଭାରତୀୟ ସଂରକ୍ଷଣ ଅଧୀନରେ(AIQ) କେନ୍ଦ୍ର ସରକାର ପଛୁଆ ବର୍ଗ(OBC) ଓ ଆର୍ଥିକ ଦୁର୍ବଳ ଶ୍ରେଣୀ(EWS)ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ତେବେ କେନ୍ଦ୍ର ସରକାର ଏହି ନିଷ୍ପତ୍ତିର ବୈଧତା ନ ଆସିବା ପର୍ଯ୍ୟନ୍ତ ନିଟ-ପିଜିର କାଉନସେଲିଂ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ନିଟ-ପିଜି କାଉନସେଲିଂ ପାଇଁ ଅକ୍ଟୋବର ୨୪ ତାରିଖ ଠାରୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସମୟସୀମା ରହିଥିଲା । କିନ୍ତୁ ଏହି କାଉନସେଲିଂ କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୂଚନା ଥାଉ କି ଓବିସି ଓ ଆର୍ଥିକ ପଛୁଆ ବର୍ଗଙ୍କ ସଂରକ୍ଷଣକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏକାଧିକ ପିଟିସିନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଏହା ଏବେ ବିଚାରଧୀନ ରହିଛି ।
ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଏହି ସଂରକ୍ଷଣ ନିଷ୍ପତ୍ତିର ବୈଧତା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହି ବ୍ୟବସ୍ଥାର ସମୟସୀମା, ଆଧାର ଓ ମାନଦଣ୍ଡ ସମ୍ପର୍କରେ ବିବରଣୀ ଦେବା ପାଇଁ କେନ୍ଦ୍ରକୁ କୁହାଯାଇଥିଲା । କେନ୍ଦ୍ର ଓ ଚିକିତ୍ସା ପରାମର୍ଶ ସମିତିର ଜୁଲାଇ ୨୯ ନୋଟିସ ବିରୋଧରେ ଆବେଦନ ଉପରେ କୋର୍ଟ ଶୁଣାଣି କରୁଛି । ଯେଉଁଥିରେ କେନ୍ଦ୍ର ସରକାର ମେଡିକାଲ ପାଠ୍ୟକ୍ରମରେ ପଛୁଆ ବର୍ଗର ପିଲାଙ୍କ ପାଇଁ ୨୭% ଓ EWS ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।
@ANI