ETV Bharat / bharat

Skin Donation: ଚର୍ମ ଦାନ କଲେ ବ୍ରେନ ଡେଡ୍‌ରେ ମୃତ ମହିଳା - ସ୍କିନ ଡୋନେସନ

ରାଜସ୍ଥାନର ଜୟପୁର ସ୍ଥିତ ସାୱାଇ ମାନସିଂହ ହସ୍ପିଟାଲରେ ପ୍ରଥମ ଥର ପାଇଁ ଚର୍ମ ସଂଗ୍ରହ କରାଯାଇଛି । ଜଣେ 50 ବର୍ଷୀୟ ବୟସ୍କ ମହିଳାଙ୍କ ବ୍ରେନ ଡେଡରେ ମୃତ୍ୟୁ ହେବାପରେ ତାଙ୍କ ଚର୍ମକୁ ଦାନ କରାଯାଇଛି । ଅଧିକ ପଢ଼ନ୍ତୁ

sawai mansingh hospital jaipur gets first skin donation
ପ୍ରଥମ ଘଟଣା, ଜୟପୁରରେ ଚର୍ମ ଦାନ କଲେ ମହିଳା
author img

By

Published : Dec 6, 2022, 11:55 AM IST

ଜୟପୁର: ଅଙ୍ଗଦାନକୁ ମହାଦାନ ବୋଲି କୁହାଯାଏ । ସବୁ ପ୍ରକାରର ଅଙ୍ଗ ଭଳି ସ୍କିନ ଡୋନେସନ ବା ଚର୍ମ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇ ହେବ । ଏହି କ୍ରମରେ ରାଜସ୍ଥାନର ଜୟପୁର ସ୍ଥିତ ସାୱାଇ ମାନସିଂହ ହସ୍ପିଟାଲରେ ପ୍ରଥମ ଚର୍ମ ଦାନ କରାଯାଇଛି । ଜଣେ 50 ବର୍ଷୀୟ ବୟସ୍କ ମହିଳାଙ୍କ ବ୍ରେନ ଡେଡ୍‌ରେ ମୃତ୍ୟୁ ହେବାପରେ ତାଙ୍କ ଚର୍ମକୁ ଦାନ କରାଯାଇଛି ।

ରାଜସ୍ଥାନର ବୈଷ୍ଣବ ନଗର ବାସିନ୍ଦା ଅନୀତା ଗୋୟଲ ନାମକ ଜଣେ ମହିଳା ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବ୍ରେନ ଡେଡ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ପରାମର୍ଶ ପରେ ଅନୀତାଙ୍କ ପରିବାର ଚର୍ମ ଦାନ କରିବାକୁ ରାଜି ହୋଇଥିଲେ । ଏହାପରେ ସାୱାଇ ମାନସିଂହ ହସ୍ପିଟାଲର 5 ଜଣିଆ ଟିମ୍ ଉକ୍ତ ଡାକ୍ତରଖାନାରେ ପହଞ୍ଚି ଚର୍ମ ବ୍ୟାଙ୍କ ସଂରକ୍ଷଣ କରିଥିଲେ ।

ଅନେକ ସମୟରେ ଚିକିତ୍ସା ବେଳେ ଚର୍ମ ନମିଳିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥାଏ । ନିଆଁରେ ପୋଡିହେବା ଦ୍ବାରା ଶରୀରରୁ ପ୍ରୋଟିନ ଓ ଇଲେକ୍ଟୋଲାଇଟିକ ଫ୍ଲୁଇଡ (Protein and Electrolytic Fluid) ନଷ୍ଟ ହୋଇଯାଏ । ଯାହାଫଳରେ ରୋଗୀଙ୍କ ମୃତ୍ୟୁ ଘଟିଥାଏ ।

ସ୍କିନ ଡୋନେସନ ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ଓ ପୋଡି ହୋଇଯାଇଥିବା ରୋଗୀଙ୍କୁ ନୂଆ ଜୀବନ ଦେଇହେବ । ଚର୍ମ ପ୍ରତିରୋପଣ ଦ୍ବାରା ଅନେକ ରୋଗୀଙ୍କୁ ବଞ୍ଚାଇ ହେବ ବୋଲି ସାୱାଇ ମାନସିଂହ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ଚଳିତ ବର୍ଷ ଫେବୃୟାରୀରେ ଏହି ହସ୍ପିଟାଲରେ ଚର୍ମ ବ୍ୟାଙ୍କର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ବ୍ୟାଙ୍କରେ ମାନବ ଚର୍ମକୁ 20 ଡିଗ୍ରୀରୁ ମାଇନସ 70 ଡିଗ୍ରୀ ପର୍ଯ୍ୟନ୍ତ ସଂରକ୍ଷିତ ରଖିହେବ । ସବୁଠାରୁ ବଡ଼ କଥା ହେଲା, ଅସ୍ତ୍ରୋପଚାର ପାଇଁ ଚର୍ମକୁ 6 ମାସରୁ 3 ବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.