ETV Bharat / bharat

ସ୍ବାଧୀନତା ଦିବସ ପୂର୍ବରୁ ଦେଶପ୍ରେମ ପ୍ରତିଯୋଗିତା, ବିଭାଜନ ପାଇଁ ସାବରକର ଓ ଜିନ୍ନା ଦାୟୀ କହିଲେ ବଘେଲ

author img

By

Published : Aug 14, 2022, 10:52 PM IST

ସ୍ବାଧୀନତା ଦିବସ ପାଳନ ପୂର୍ବରୁ RSS ଉପରେ ବର୍ଷିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । କହିଲେ ସାବରକର ଓ ଜିନ୍ନା ହିଁ କରିଛନ୍ତି ଦେଶ ବିଭାଜନ । ସ୍ବାଧୀନତା ଆନ୍ଦୋଳନ ପ୍ରତି ସ୍ବଂୟ ସେବକ ସଂଘର ଅବଦାନ ନେଇ ମଧ୍ୟ ଉଠାଇଲେ ପ୍ରଶ୍ନ । ଅଧିକ ପଢନ୍ତୁ

ବଘେଲଙ୍କ ବିବାଦୀୟ ବୟାନ, ବିଭାଜନ ପାଇଁ ସାବରକର ଓ ଜନ୍ନା ଦାୟୀ

ରାୟପୁର: ଅଖଣ୍ଡ ଭାରତର ବିଭାଜନ ପାଇଁ ହିନ୍ଦୁ ମହାସଭା ପ୍ରତିଷ୍ଠାତା ଦାମଦୋର ସାବରକର ଓ ମୁସଲିମ ଲିଗର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା ହିଁ ଦାୟୀ । 76ତମ ସ୍ବାଧୀନତା ଦିବସ ପାଳନର କିଛି ଘଣ୍ଟା ପୂର୍ବରୁ ଏପରି କିଛି ଚରମ ମନ୍ତବ୍ୟ ଦେଇ RSS କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।

ତେବେ ବିଜେପି ଓ ଦକ୍ଷିଣ ପନ୍ଥୀ ସଂଗଠନଗୁଡିକ ଦେଶ ବିଭାଜନର କାରଣ ସ୍ବରୂପ ତତ୍କାଳୀନ ଜାତୀୟ କଂଗ୍ରେସ ଓ ତାର ବରିଷ୍ଠ ନତାଙ୍କ ନୀତିକୁ ଦାୟୀ କରି ଆସୁଥିବାବେଳେ, ବଘେଲ କହିଛନ୍ତି, ‘‘ବିଭାଜନ ଗାନ୍ଧୀ କିମ୍ବା ନେହେରୁଙ୍କ ପାଇଁ ହୋଇନାହିଁ ବରଂ ସାବରକାର ଓ ଜନ୍ନାଙ୍କ ଯୋଗୁ ହୋଇଛି । ସାବରକର ହିଁ ଦେଶ ବିଭାଜନ ପ୍ରସ୍ତାବ ରଖିଥିଲେ । ପରବର୍ତ୍ତୀ ସମୟରେ ଜିନ୍ନା ତାକୁ ସମର୍ଥନ କରିବା ସହ ଦାବି କରିଥିଲେ ।’’

ସେହିପରି ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ସ୍ବଂୟ ସେବକ ସଂଘର କ’ଣ ଭୂମିକା ଅଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବଘେଲ । ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ପଦଯାତ୍ରା । ଏହାରି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କର ଏପରି ବୟାନ ସାମ୍ନାକୁ ଆସିଛି । କେବଳ ସାବରକରଙ୍କ ନାଁ ନେଇ ଅଟକି ଯାଇନାହାନ୍ତି ବଘେଲ, ବରଂ ସିଧାସଳଖ ସେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଭୂମିକାକୁ ମଧ୍ୟ ଟାର୍ଗେଟ କରିଛନ୍ତି । ବଘେଲ କହିଛନ୍ତି, ‘‘ 1925 ରେ ସ୍ବୟଂ ସେବକ ସଂଘ ଗଠନ ହେଲା, କିନ୍ତୁ ସେ କେବେ ହେଲେ ଇଂରେଜଙ୍କୁ ବିରୋଧ କରିନାହାନ୍ତି । ବରଂ ତାଙ୍କର ବିରୋଧ ସର୍ବଦା ମହାତ୍ମା ଗାନ୍ଧୀଙ୍କୁ ଥିଲା ।

ଆସନ୍ତାକାଲି ପାଳିତ ହେବାକୁ ଯାଉଛି 76ତମ ସ୍ବଧୀନତା ଦିବସ । ଦେଶବ୍ୟାପୀ ଚଳିତ ସ୍ବାଧୀନତା ଦିବସକୁ ନେଇ ଭିନ୍ନ ଉତ୍ସାହ ମଧ୍ୟ ପ୍ରକାଶ ପାଇବାରେ ଲାଗିଛି । କେନ୍ଦ୍ର ସରକାର ଆରମ୍ଭ କରିଥିବା ଆଜାଦୀ କା ଅମୃତ ସହୋତ୍ସବ ଅଧୀନ ହରଘର ତ୍ରିରଙ୍ଗା ମିଶନକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଜାରି ରହିଥିବାବେଳେ, ରାଜନୈତିକ ଦଳମାନେ ମଧ୍ୟ ଦେଶପ୍ରେମ ପ୍ରମାଣିତ କରିବାର ପ୍ରତିଯୋଗିତାରେ ଲାଗିଛନ୍ତି । ଏହାରି ମଧ୍ୟରେ ଭିନ୍ନ ଭିନ୍ନ ରାଜନୈତିକ ପ୍ରତ୍ରିକ୍ରିୟା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.