ETV Bharat / bharat

Bail For Jain: ସତ୍ୟେନ୍ଦ୍ରଙ୍କୁ ଆଶ୍ବସ୍ତି, ଚିକିତ୍ସା ପାଇଁ ମିଳିଲା ଅନ୍ତରୀଣ ଜାମିନ

ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ନିଜ ଇଚ୍ଛା ଅନୁସାରେ ଯେକୌଣସି ହସ୍ପିଟାଲରେ ଚିକିତ୍ସିତ ହେବାକୁ ମିଳିଲା ଅନୁମତି । ଅଧିକ ପଢନ୍ତୁ

author img

By

Published : May 26, 2023, 12:53 PM IST

ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଜେନୈଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ମନି ଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ପାଇଲେ ସତ୍ୟେନ୍ଦ୍ର ଜୈନ । ଆଜି (ଶୁକ୍ରବାର) ସର୍ବୋଚ୍ଚ ଅଦଲାତ ସ୍ବାସ୍ଥ୍ୟଗତ କାରଣରୁ ଆପ୍ ନେତାଙ୍କୁ ୬ ସପ୍ତାହ ପାଇଁ କିଛି ସର୍ତ୍ତ ଆଧାରରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ବିନା ଅନୁମତିରେ ଦିଲ୍ଲୀରୁ ବାହାରକୁ ଯିବାକୁ ଏବଂ ଗଣମାଧ୍ୟମ ଆଗରେ କୌଣସି ବୟାନ ଦେବାକୁ ତାଙ୍କୁ ବାରଣ କରାଯାଇଛି । ଏହାସହିତ ନିଜ ଇଚ୍ଛା ଅନୁସାରେ ସେ ଯେକୌଣସି ହସ୍ପିଟାଲରକୁ ଯାଇ ଚିକିତ୍ସିତ ହେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଗତବର୍ଷ ମେ' ୩୦ରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ତିହାର ଜେଲରେ କଏଦ ଥିଲେ ।

ଗତକାଲି(ଗୁରୁବାର) ସତ୍ୟେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯାଇଥିଲା । ସେ ଗତକାଲି ସକାଳ ପ୍ରାୟ ୬ଟାରେ ତିହାର ଜେଲର ବାଥରୁମରେ ଅଚେତ ହୋଇଯାଇଥିଲେ । ପ୍ରଥମେ ତାଙ୍କୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ(LNJP) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା । ଏହାପୂର୍ବରୁ ଗତ ସୋମବାର ଦିନ ମଧ୍ୟ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ହେଲେ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିବା ପରେ ସେ ଠିକ୍ ଥିଲେ ।

ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ସରକାରକୁ ସମାଲୋଚନା କରିଥିଲେ । କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରତିଟି ପ୍ରତିକୂଳ ପରିସ୍ଥିତି ସହ ଲଢିବାକୁ ଇଶ୍ବର ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ : Karnataka Cabinet Expansion: ଶନିବାର ସିଦ୍ଧରମୈୟାଙ୍କ କ୍ୟାବିନେଟ ସମ୍ପ୍ରସାରଣ

ପ୍ରକାଶଥାଉ କି, ଗତ ବର୍ଷ ମେ' ୩୦ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ତତ୍କାଳୀନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଗିରଫଦାରୀର ଦିନକ ପରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ମନି ଲଣ୍ଡରିଂ ମାମଲାରେ ଜୁନ ୯ ଯାଏଁ ସେ ହେପାଜତରେ ରହିଥିଲେ ।

ଏହାମଧ୍ୟ ପଢନ୍ତୁ : ପାର୍କିଂରେ ଶୋଇଥିଲା 3 ବର୍ଷର ଶିଶୁ ମାଡିଗଲା କାର, ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.