ETV Bharat / bharat

ସତ୍ୟପାଲ ମଲ୍ଲିକ ଗିରଫ କିମ୍ବା ଅଟକ ନାହାଁନ୍ତି, ସ୍ପଷ୍ଟ କଲା ଦିଲ୍ଲୀ ପୋଲିସ - ଜମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ପୂର୍ବତନ ଜମ୍ମୁ କାଶ୍ମୀର ସତ୍ୟପାଲ ମଲ୍ଲିକ ଦିଲ୍ଲୀର ଆରକେ ପୁରମ ଥାନାରେ ପହଞ୍ଚିବା ଘଟଣାରେ ପୋଲିସ ରଖିଲା ସ୍ପଷ୍ଟୀକରଣ । ସେ ଗିରଫ କିମ୍ବା ଅଟକ ନୁହନ୍ତି । ଅଧିକ ପଢନ୍ତୁ

ଦିଲ୍ଲୀ ପୋଲିସରେ ସତ୍ୟପାଲ ମଲ୍ଲିକ, ଗିରଫ କିମ୍ବା ଅଟକକୁ ଖଣ୍ଡନ କଲା ପୋଲିସ

author img

By

Published : Apr 22, 2023, 9:23 PM IST

ନୂଆଦିଲ୍ଲୀ: ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦିଲ୍ଲୀର ଆରକେପୁରମ ଥାନାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି ଦିଲ୍ଲୀ ପୋଲିସ । ଗତକାଲି ସିବିଆଇ ସମନ ପାଇଥିବା ସତ୍ୟପାଲଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଥିବା ନେଇ ତଥାକଥିତ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଏହାକୁ ଖଣ୍ଡନ କରିଛି । ତାଙ୍କୁ ପୋଲିସ ଗିରଫ କିମ୍ବା ଅଟକ ରଖିନଥିଲା । ସେ ଏକ କାର୍ଯ୍ୟକ୍ରମର ଆୟୋଜନ ସମ୍ପର୍କରେ ଆଲୋଚନା କରିବା ପାଇଁ ଥାନା ଆସିଥିବା ଓ ଆଲୋଚନା ପରେ ଫେରି ଯାଇଥିବା ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସତ୍ୟପାଲଙ୍କ ଦିଲ୍ଲୀ ସ୍ଥିତ ବାସଭବନ ନିକଟରେ ଉତ୍ତର ପ୍ରଦେଶ ଓ ହରିୟାଣାରୁ ଆସିଥିବା କୃଷକ ନେତାଙ୍କର ଏକ ବୈଠକ ହେବାର ଥିଲା । ଏଥିରେ ନିଜେ ସତ୍ୟପାଲ ମଧ୍ୟ ଅଂଶଗ୍ରହଣ କରିଥାନ୍ତେ ।ଏଥିପାଇଁ ଏହି କୃଷକ ନେତାମାନେ ତାଙ୍କ ବାସଭବନ ନିକଟରେ ସକାଳୁ ଏକାଠି ହେବା ଆରମ୍ଭ କରିଥିଲେ ।

ହେଲେ ଏହି ସଭା ପାଇଁ ପୋଲିସ କିମ୍ବା ପ୍ରଶାସନକୁ କୌଣସି ଅନୁମତି ମଗାଯାଇନଥିଲା । ଫଳରେ ସଭାକୁ ପୋଲିସ ବାରଣ କରିବା ସହ ଏକାଠି ହୋଇଥିବା ଲୋକଙ୍କୁ ମଧ୍ୟ ସେଠାରୁ ହଟାଇ ଦେଇଥିଲା । ଏହି କାରଣରୁ କିଛି ସହଯୋଗୀଙ୍କ ସହ ଆରକେପୁରମ ଥାନାରେ ପହଞ୍ଚିଥିଲେ ସତ୍ୟପାଲ ମଲ୍ଲିକ । ସେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ଫେରି ମଧ୍ୟ ଯାଇଥିଲେ ।

ଗତକାଲି ସତ୍ୟପାଲଙ୍କୁ ଇନ୍ସୁରାନ୍ସ ଯୋଜନା ଘୋଟାଲାରେ ସାମିଲ ଅଭିଯୋଗରେ ସିବିଆଇ ସମନ ଜାରି କରିଛି । 28 ତାରିଖରେ ତାଙ୍କୁ ଜେରା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ ଦର୍ଶାଇଛି ସିବିଆଇ । ଗତକାଲିର ନୋଟିସ ପରେ ସେ ଆଜି ହଠାତ ଆରକେ ପୁରମ ଥାନାରେ ପହଞ୍ଚିବା ତାଙ୍କ ଗିରଫ ଚର୍ଚ୍ଚାକୁ ଅଧିକ ଘନୀଭୂତ କରିଥିଲା ।

ନିକଟରେ ପୁଲଓ୍ବାମା ଆକ୍ରମଣ ସମ୍ପର୍କରେ ମନ୍ତବ୍ୟ ଦେଇ ବିଜେପି ସରକାର ପାଇଁ ଅଡୁଆ ସୃଷ୍ଟି କରିଥିବା ସତ୍ୟପାଲ ମଲ୍ଲିକଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ସେ ଜମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ଦାୟିତ୍ବରେ ଥିବା ସମୟରେ ବହୁଚର୍ଚ୍ଚିତ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ସରକାରଙ୍କ ତ୍ରୁଟି ଯୋଗୁ ହେଇଥିବା କହିବା ସହ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ ରହିବାକୁ କହିଥିବା ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଥିଲେ ସତ୍ୟପାଲ । ଏହା ପରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପିକୁ ସମାଲୋଚିତ ହେବାକୁ ପଡିଥିଲା । ଏହି ଘଟଣାରେ ଚର୍ଚ୍ଚାର କେନ୍ଦ୍ରରେ ଥିବା ସତ୍ୟପାଲଙ୍କୁ ସିବିଆଇ ସମନ ପରେ ଏହାକୁ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ବିରୋଧୀ କହିବା ଆରମ୍ଭ କଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.