ETV Bharat / bharat

FIR against OC: ସତଗାଓଁ ପୋଲିସ ବିରୋଧରେ ଅଭିଯୋଗ, ଦୁର୍ବୃତ୍ତକୁ ଗିରଫ କରିବା ବଦଳରେ ମାଗିଲା ଲାଞ୍ଚ - ସତଗାଓଁ ପୋଲିସ ବିରୋଧରେ ଅଭିଯୋଗ

ଆସାମର ସତଗାଓଁ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଶହୀଦ ଯବାନଙ୍କ ପତ୍ନୀ । ଏକ ମାମଲା ରୁଜୁ କରିବା ଲାଗି ୫୦୦ଟଙ୍କା ଲାଞ୍ଚ ମାଗିବା ସହ ଦୁର୍ବୃତ୍ତକୁ ଗିରଫ କରିବା ଲାଗି ମଧ୍ୟ ଅର୍ଥ ଦାବି କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

FIR against OC
FIR against OC
author img

By

Published : Jan 8, 2023, 9:30 PM IST

ଦିସପୁର: ଶହୀଦ ଯବାନଙ୍କ ପରିବାରକୁ ଅଣଦେଖା । ପୋଲିସ ଦୁର୍ବୃତ୍ତକୁ ଗିରଫ କରିବା ପରିବର୍ତ୍ତେ ଶହୀଦ ଯବାନଙ୍କ ପତ୍ନୀଙ୍କୁ ମାଗିଛି ଲାଞ୍ଚ । ଆସାମ ସତଗାଓଁ ପୋଲିସ (Satgaon police station) ବିରୋଧରେ ଶହୀଦ ଯବାନଙ୍କ ପତ୍ନୀ ଏପରି ଅଭିଯୋଗ ଆଣିଛନ୍ତି । ପ୍ରଥମେ ମାମଲା ରୁଜୁ କରିବାଠୁ ଆରମ୍ଭ କରି ଦୁର୍ବୃତ୍ତକୁ ଗିରଫ କରିବା ପର୍ଯ୍ୟନ୍ତ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ଭିଜିଲାନ୍ସ, ଦୁର୍ନୀତି ନିବାରଣ ବିଭାଗ ଓ CIDର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ପୀଡିତା ହେଉଛନ୍ତି ଜଣେ ଶହୀଦ ଯବାନଙ୍କ ପତ୍ନୀ ତଥା ସତଗାଓଁ ସୋନାଇ ମିକିର ରୋଡ୍‌ର ଅଧିବାସୀ । ମହିଳାଙ୍କୁ କେହି ଅଜଣା ବ୍ୟକ୍ତି ଗତ କିଛି ମାସ ଧରି ଧମକଚମକ ଦେଇଆସୁଥିବା ସେ କହିଛନ୍ତି । ୧୦ ଲକ୍ଷ ଟଙ୍କା ନଦେଲେ ତାଙ୍କର ଗୋଟିଏ ମାତ୍ର ଶିଶୁପୁତ୍ର (୪)କୁ ଅପହରଣ କରିବା ନେଇ ଧମକ ଦେଉଛି । ଏ ନେଇ ସେ ସତଗାଓଁ ପୋଲିସ ଷ୍ଟେସନର ଦ୍ବାରସ୍ଥ ହୋଇଥିଲେ । ସେହି ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ କହିଥିଲେ । ମାତ୍ର ପୋଲିସ ମାମଲା ରୁଜୁ କରିବା ପରିବର୍ତ୍ତେ ତାଙ୍କୁ ୫୦୦ ଟଙ୍କା ଲାଞ୍ଚ ମାଗିଥିବା ମହିଳା ଅଭିଯୋଗ ଆଣିଛନ୍ତି ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା କ୍ର୍ୟୁ ସଦସ୍ୟଙ୍କୁ ଅଶ୍ଳୀଳ ମନ୍ତବ୍ୟ, ବିମାନରୁ ବିଦା ହେଲେ 2 ବିଦେଶୀ ଯାତ୍ରୀ

ମହିଳା ଜଣକ ଏପରି ଅଭିଯୋଗ ଆଣିବା ପରେ ସତଗାଓଁ ପୋଲିସ ଷ୍ଟେସନର ଅଫିସର କମାଣ୍ଡିଂ (OC) ମନଜିତ ବୁରାଗୋହେନ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଫୋନ୍‌ରେ ଅର୍ଥ ଦାବି କରିଥିବା ଦୁର୍ବୃତ୍ତକୁ ଧରିବା ଲାଗି ସେ ପ୍ରତିଶୃତି ଦେଇଥିଲେ । ଯେତେବେଳେ ଦୁର୍ବୃତ୍ତ ଅର୍ଥ ନେବାକୁ ଆସିବ ସେତେବେଳେ ତାକୁ ଗିରଫ କରିବେ ବୋଲି କହିଥିଲେ । ଏହାପରେ ପୂର୍ବ ଯୋଜନା ମୁତାବକ ମହିଳା ଅର୍ଥ ନେଇ ଠିକଣା ସ୍ଥାନକୁ ଯାଇଥିଲେ । ଉକ୍ତ ସ୍ଥାନରେ ଜଣେ ବ୍ୟକ୍ତିକୁ ଦେଖି ମହିଳା ସଙ୍ଗେସଙ୍ଗେ କିଛି ଦୂରରେ ଥିବା ପୋଲିସକୁ ସୂଚନା ଦେଇଥିଲେ ।

ଏହି ସମୟରେ ପୋଲିସ କନେଷ୍ଟବଳ ନିପେନ କୋଲିତା ଦୁର୍ବୃତ୍ତକୁ ଗିରଫ କରିବା ପରିବର୍ତ୍ତେ ମହିଳାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଜଣାପଡ଼ିଛି । ଏହି ସମୟରେ ସେ ୧୫,୦୦୦ ଓ ୨ହଜାର ଲେଖାଏଁ କନେଷ୍ଟବଳଙ୍କୁ ଟଙ୍କା ଦେଇଥିଲେ ସୁଦ୍ଧା ସେ ଦୁର୍ବୃତ୍ତକୁ ଗିରଫ କରିନଥିଲେ । ଏନେଇ ମହିଳା ଜଣକ ଭିଜିଲାନ୍ସ, ଦୁର୍ନୀତି ନିବାରଣ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଅଫିସର କମାଣ୍ଡିଂ (OC) ମନଜିତ ବୁରାଗୋହେନ ମହିଳାଙ୍କୁ ଯୋଗାଯୋଗ କରି ତାଙ୍କ ଅର୍ଥ ଫେରସ୍ତ କରିବା ସହିତ ତାଙ୍କୁ ହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହାପରେ CID ଘଟଣାର ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.