ETV Bharat / bharat

President Election: ଶରଦ ପାୱାର ହେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ !

author img

By

Published : Jun 14, 2022, 8:14 AM IST

ରାଷ୍ଟ୍ରପତି ନିର୍ବାଚନ ପାଇଁ ରହିଛି ମୋଟ 10,86431 electoral college । ମୋଟ୍‌ 4,809 electors -ଉଭୟ ବିଧାୟକ ଓ ସାଂସଦ ଭାରତର ନୂଆ ରାଷ୍ଟ୍ରପତି ପାଇଁ ମତଦାନ କରିବେ । ଅଧିକ ପଢ଼ନ୍ତୁ

sarad pawer may opposition candidate for presidential election
President Election: ଶରଦ ପାୱାର ହେବେ ବିରୋଧୀ ଦଳ ପ୍ରାର୍ଥୀ!

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳଙ୍କ ନିଷ୍ପତ୍ତି ବୈଠକ ପରେ ବୈଠକ ଦେଇ ଗତି କରୁଛି । ଯୋଗ୍ୟ ପ୍ରାର୍ଥୀଙ୍କ ନାମ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । କେତେକଙ୍କ ମଧ୍ୟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା NCP ମୁଖ୍ୟ ଶରଦ ପାୱାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ତାଙ୍କୁ ନେଇ ସହମତି ହୁଏ, ତାହାଲେ ସେ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ।

ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ବାର୍ତ୍ତା ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଗତ ଗୁରୁବାର ଶରଦ ପାୱରଙ୍କୁ ଭେଟିଥିଲେ । ଶରଦ ପାୱାରଙ୍କ ମୁମ୍ବାଇ ସ୍ଥିତ 'Silver Aoks' ବାସଭବନରେ ଉଭୟ ବରିଷ୍ଠ ନେତାଙ୍କର ସାକ୍ଷାତ ହୋଇଛି । ରବିବାର ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିର(AAP) ସଞ୍ଜୟ ସିଂଙ୍କ ଠାରୁ ଫୋନ୍‌ କଲ୍‌ ମଧ୍ୟ ପାଇଛନ୍ତି ପାୱାର । ମଲ୍ଲିକାର୍ଜୁନ ଖଡର୍ଗେ ମଧ୍ୟ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଖଡଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିବା ମଧ୍ୟ କୁହାଯାଉଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ 10,86431 electoral college ରହିଛି । ମୋଟ 4,809 electors -ଉଭୟ ବିଧାୟକ ଓ ସାଂସଦ ଭାରତର ନୂଆ ରାଷ୍ଟ୍ରପତି ପାଇଁ ମତଦାନ କରିବେ । କୌଣସି ପାର୍ଥୀଙ୍କ ସପକ୍ଷରେ ଏହାର 50 ପ୍ରତିଶତରୁ ଅଧିକ ଭୋଟ ପଡିଲେ ସେ ବିଜୟୀ ହେବେ । ବିଜେପି ଓ ମେଣ୍ଟ ସହଯୋଗୀ ପାଖରେ ସଂଖ୍ୟାଗରିଷ୍ଠତା ମାର୍କ ଠାରୁ 13,000 ଭୋଟ୍‌ କମ ରହିଛି ।

ସୂଚନା ଥାଉକି, ଆସନ୍ତା ଜୁଲାଇ 18ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏହାର ତିନି ଦିନ ପରେ ଭୋଟ ଗଣନା ହେବାନେଇ ଅନୁମାନ କରାଯାଉଛି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ 24ରେ ଶେଷ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.