ETV Bharat / bharat

ଏମିତି ଏକ ଗାଁ: ଯେଉଁଠି ସଭିଁଏ କୁହନ୍ତି ସଂସ୍କୃତ, ମାଗଣାରେ ଦିଆଯାଏ ଶିକ୍ଷା - ଶାସ୍ତ୍ରୀୟ ଭାଷା ସଂସ୍କୃତ

ଆଧୁନିକ ଯୁଗରେ ଶାସ୍ତ୍ରୀୟ ଭାଷା ସଂସ୍କୃତର ବ୍ୟବହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ହେଲେ ଆଜି ବି ଏପରି ଏକ ଗ୍ରାମ ରହିଛି ଯେଉଁ ଠାରେ ଗ୍ରାମବାସୀ ସଂସ୍କୃତରେ କଥା ହୁଅନ୍ତି । ଜାଣନ୍ତୁ କେଉଁଠାରେ ଏହି ଗ୍ରାମ ।

Sanskrit village mathur
ମଥୁରରେ ଆଜି ବି ପ୍ରଚଳିତ ସଂସ୍କୃତ ଭାଷା
author img

By

Published : Dec 19, 2022, 1:38 PM IST

ବେଙ୍ଗାଲୁରୁ: ସଂସ୍କୃତ ହେଉଛି ବିଶ୍ବର ଏକ ପୁରାତନ ତଥା ଭାରତରେ ପ୍ରଚଳିତ ଏକ ଶାସ୍ତ୍ରୀୟ ଭାଷା । ଦେଶର ସାଂସ୍କୃତିକ ପରମ୍ପରାର ପ୍ରତୀକ । ହିନ୍ଦୁ ଧର୍ମର ଏକ ପବିତ୍ର ଭାଷା । ପାଠ୍ୟ ବିଷୟବସ୍ତୁ ଭାବେ ଏହାର ସ୍ବତନ୍ତ୍ର ସ୍ଥାନ ରହିଛି । କିନ୍ତୁ ଧିରେ ଧିରେ ଏହାର ପ୍ରଚଳନ ହ୍ରାସ ପାଇବାକୁ ଲାଗିଛି । ବିଶେଷ କରି କେତେକ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଅଧିକ ମାର୍କ ଆଣିବା ପାଇଁ ସଂସ୍କୃତକୁ ବିଷୟ ବସ୍ତୁ ଭାବେ ଚୟନ କରିଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ସଂସ୍କୃତ ବିଷୟରେ ଧାରଣା ନଥାଏ । କିନ୍ତୁ ଆଜି ବି ଏଭଳି ଏକ ଗାଁ ରହିଛି ଯେଉଁଠାରେ ସମସ୍ତେ ସଂସ୍କୃତ କହିପାରନ୍ତି । କର୍ଣ୍ଣାଟକର ଛୋଟିଆ ଗ୍ରାମ ମଥୁରରେ ସମସ୍ତେ ସଂସ୍କୃତକୁ ନିଜ ମାତୃଭାଷା ଭାବେ ମାନନ୍ତି । ସମଗ୍ର ଭାରତରେ ଏକମାତ୍ର ଗ୍ରାମ ଯେଉଁଠାରେ ସଭିଏଁ ସଂସ୍କୃତ କୁହନ୍ତି । ତେବେ କଣ ରହିଛି ଏହାର ବୈଶିଷ୍ଟ୍ୟତା, ଆସନ୍ତୁ ଜାଣିବା ।

କର୍ଣ୍ଣାଟକରେ ରହିଛି ଏହି ଗାଁ

Sanskrit is the culture of that town
ଏହି ଗାଁରେ ଆଜି ବି ପ୍ରଚଳିତ ସଂସ୍କୃତ ଭାଷା

କର୍ଣ୍ଣାଟକରେ ପ୍ରବାହିତ ତୁଙ୍ଗା ନଦୀକୂଳରେ ଅବସ୍ଥିତ ଛୋଟ ଗାଁ ମଥୁର । ଏଠାରେ ଆବାଳ ବୃଦ୍ଧବନିତା ସଭିଙ୍କ ସଂସ୍କୃତ ଜଣା । କହିବାକୁ ଗଲେ ଏହି ଗ୍ରାମରେ ସଭିଏଁ ପଣ୍ଡିତ । ସଂସ୍କୃତକୁ ଭାରତର ଶାସ୍ତ୍ରୀୟ ଭାଷା ବୋଲି କହାଯାଏ । ଅନେକ ଭାଷା ସଂସ୍କୃତରୁ ଉତ୍ପନ୍ନ ହୋଇଛି । ମଥୁରର ବିଦ୍ୟାଳୟରେ ସଂସ୍କୃତକୁ ବାଧ୍ୟତାମୂଳକ ଶିକ୍ଷା ଦିଆଯାଏ । ପ୍ରାରମ୍ଭିକ ଶିକ୍ଷା LKGରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ସଂସ୍କୃତ ଶିକ୍ଷା ଦିଆଯାଏ । ତେଣୁ ଆଖପାଖ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ସଂସ୍କୃତ ପଢ଼ିବା ପାଇଁ ମଥୁରକୁ ଆସନ୍ତି ।

ମାଗଣାରେ ସଂସ୍କୃତ ଶିକ୍ଷା

Sanskrit is the culture of that town
ଏହି ଗାଁରେ ଆଜି ବି ପ୍ରଚଳିତ ସଂସ୍କୃତ ଭାଷା

ଅନ୍ୟ ଅଞ୍ଚଳରୁ ଯଦି କେହି ସଂସ୍କୃତ ଶିଖିବାକୁ ଚାହାଁନ୍ତି, ତେବେ ଏହି ଗ୍ରାମର ଲୋକେ ସେମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବେ । ଏଠାକାର ଲୋକେ ଦାବି କରିଛନ୍ତି ଯେ, ଇଚ୍ଛାଶକ୍ତି ଥିଲେ ମାତ୍ର 15ରୁ 20 ଦିନ ମଧ୍ୟରେ ସଂସ୍କୃତ ଲାଭ କରିପାରିବେ । କିନ୍ତୁ ଏଥିପାଇଁ ନିୟମ ରହିଛି । ଏହି ଗ୍ରାମରେ ଦିନସାରା ସଂସ୍କୃତରେ କଥା ହେବା ଓ ଶୁଣିବା ଉଚିତ ବୋଲି ସେମାନେ କହିଛନ୍ତି । ଏଠାକାର ଗ୍ରାମବାସୀ ବିଦେଶରେ ରହୁଥିବା ଭାରତୀୟଙ୍କୁ ଅନଲାଇନ ମାଧ୍ୟମରେ ସଂସ୍କୃତ ଶିକ୍ଷା ଦେଉଛନ୍ତି ।

ପ୍ରାୟ 40 ବର୍ଷ ପୂର୍ବେ ସଂସ୍କୃତ ଭାରତୀ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ମଥୁରରେ ଦଶ ଦିନିଆ କର୍ମଶାଳାର ଆୟୋଜନ କରିଥିଲା । ଏଥିରେ ସଂସ୍କୃତ ଭାଷାର ମହାନତାକୁ ବ୍ୟାଖ୍ୟା କରାଯାଏ । ଏହାପରେ ଗ୍ରାମବାସୀମାନେ ସଂସ୍କୃତ ଶିଖିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଭାଷାକୁ ଆପଣାଇବାକୁ ମନସ୍ଥ କଲେ । ଜାତି, ଧର୍ମ ନିର୍ବିଶେଷରେ ଆଜି ମଧ୍ୟ ଏହି ଗ୍ରାମର ଲୋକେ କେବଳ ସଂସ୍କୃତ କୁହନ୍ତି।

ଉତ୍ତମ ଆତିଥ୍ୟ

ସବୁଠାରୁ ବଡ଼ କଥା ହେଲା, ମଥୁରରେ ଗୋଟିଏ ବି ହୋଟେଲ ନାହିଁ କିମ୍ବା କୌଣସି ରେସ୍ତୋରାଁ ନାହିଁ। ଗ୍ରାମବାସୀ ନିଜ ଘରେ ସଂସ୍କୃତ ଶିକ୍ଷା ଦେବା ପାଇଁ ଅତିଥିଙ୍କୁ ନିଜ ଘରେ ସ୍ଥାନ ଦେଇଥାନ୍ତି । ନିଜ ଭୋଜନର ବ୍ୟବସ୍ଥା କରିବା ସହ ଯତ୍ନ ନେଇଥାନ୍ତି। ମଥୁର ଗ୍ରାମବାସୀ ଟେକ୍ନୋଲୋଜିଠାରୁ ଦୂରରେ ନୁହନ୍ତି। ଏଠାକାର ଯୁବପିଢ଼ି ସ୍ମାର୍ଟଫୋନ ବ୍ୟବହାର କରନ୍ତି । ସେମାନେ ସୋସିଆଲ ମିଡ଼ିଆରେ ମଧ୍ୟ ସକ୍ରିୟ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.