ETV Bharat / bharat

Sisodia In CBI: ଧାରଣାରେ ବସିଥିବା 50ରୁ ଅଧିକ AAP ନେତା ଅଟକ

author img

By

Published : Feb 26, 2023, 3:55 PM IST

ଜାରି ରହିଛି ସିସୋଦିଆଙ୍କୁ ଜେରା । ଜାରି ରହିଛି ସଂଧ୍ୟା ସୁଦ୍ଧା ଗିରଫ ଆଶଙ୍କା । ସେପଟେ ଧାରଣା ଦେଇଥିବା 50ରୁ ଅଧିକ ଆପ ନେତାଙ୍କୁ ସିବିଆଇ ମୁଖ୍ୟାଳୟରୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

ଧାରଣାରେ ବସିଥିବା 50 ରୁ ଅଧିକ AAP ନେତା ଅଟକ
ଧାରଣାରେ ବସିଥିବା 50 ରୁ ଅଧିକ AAP ନେତା ଅଟକ

ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଜେରା ଜାରି ରଖିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପ୍ରତିବାଦରେ ଆଜି ଦଳର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସିବିଆଇ ମୁଖ୍ୟାଳୟ ବାହାରେ ଧାରଣା ଦେବା ସହ ନାରାବାଜୀ କରିଥିଲେ । ପ୍ରାୟ 50ରୁ ଅଧିକ ଆମ ଆଦମୀ ପାର୍ଟିର ନେତା ଓ କର୍ମୀଙ୍କୁ ଦିଲ୍ଲୀ ପୋଲିସ ସିବିଆଇ ମୁଖ୍ୟାଳୟ ସାମ୍ନାରୁ ଉଠାଇ ନେଇ ଅଟକ ରଖିଛି । ଅଟକ ରହିଥିବା ନେତାଙ୍କ ମଧ୍ୟରେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ବିଧାୟକ ସୌରଭ ଭରଦ୍ବାଜ, ଗୋପାଲ ରାୟ ପ୍ରମୁଖ ରହିଛନ୍ତି ।

ଏମାନେ ସିବିଆଇ ମୁଖ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ । ଦିଲ୍ଲୀ ପୋଲିସ ଏମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା । ଘଟଣାସ୍ଥଳରେ 144 ଧାରା ଜାରି କରାଯିବା ସହ ପ୍ରାୟ 50ରୁ ଅଧିକ ନେତାଙ୍କୁ ପୋଲିସ ଉଠାଇ ନେଇ ଫତେହପୁର ବେରି ପୋଲିସ ଷ୍ଟେସନରେ ଅଟକ ରଖିଛି । ଆଜି (ରବିବାର) ପୂର୍ବାହ୍ନରେ ସିସୋଦିଆ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ଜାରି ରଖିଛି । ଏହାରି ମଧ୍ୟରେ ସିସୋଦିଆଙ୍କ ବାସଭବନ ଓ ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ହଜାର ହଜାର ଆପ କର୍ମୀ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ବିଭାଗୀୟ ମନ୍ତ୍ରୀ ମନୀଷ ସିସୋଦିଆ । ସେ ପୂର୍ବରୁ ସମନ ପାଇଥିବା ବେଳେ ସରକାରୀ କାର୍ଯ୍ୟରେ ବ୍ୟସ୍ତତା କାରଣରୁ ଏକ ସପ୍ତାହ ସମୟ ମାଗିଥିଲେ । ତାଙ୍କୁ ଦିଲ୍ଲୀର ବଜେଟ ପ୍ରସ୍ତୁତି କାରଣରୁ ଫେବୃଆରୀ ଶେଷ ପର୍ଯନ୍ତ ସମୟ ଦେବା ପାଇଁ ସେ ସିବିଆଇକୁ ଚିଠି ଲେଖି ଅନୁରୋଧ କରିଥିଲେ । ପରେ ତାଙ୍କୁ ଆଜି ତାରିଖ ପାଇଁ ଏକ ସାନି ସମନ ଜାରି କରିଥିଲା ସିବିଆଇ ।

ଆଜି ସେ ପ୍ରାୟ 11 ଟା ବେଳେ ସେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏବ ମଧ୍ୟ ତାଙ୍କୁ ଜେରା ଜାରିରହିଛି । ଆଜି ସଂଧ୍ୟା ସୁଦ୍ଧା କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଗିରଫ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସିବିଆଇ କାର୍ଯ୍ୟାଳୟକୁ ବାହାରିବା ପୂର୍ବରୁ ସିସୋଦିଆ ନିଜ ମା’ଙ୍କ ଆଶୀର୍ବାଦ ଗ୍ରହଣ କରି ବାହାରିଥିବା ନିଜେ ଟ୍ବିଟ କରି ସୂଚନା ଦେଇଥିଲେ । ତେବେ ଏହି ଦୁର୍ନୀତି ମାମଲାରେ ଏହା ସିସୋଦିଆଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ନୁହେଁ । ପୁର୍ବରୁ ସିବିଆଇ ତାଙ୍କ ସରକାରୀ କ୍ବାଟର୍ସ ସମେତ ବାସଭବନରେ ମଧ୍ୟ ଚଢାଉ କରିସାରିଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସିସୋଦିଆଙ୍କୁ ଜେରା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.