ମୁମ୍ବାଇ: ଶରଦ ପାଓ୍ବାରଙ୍କୁ ଭେଟିଲେ ସଞ୍ଜୟ ରାଉତ । ଗତକାଲି ସଂଧ୍ୟାରେ ଜେଲରୁ ମୁକୁଳିଥିବା ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ଏନସିପି ମୁଖ୍ୟ ଶରଦ ପାଓ୍ବରଙ୍କୁ ଭେଟିଛନ୍ତି । ଶରଦ ପାଓ୍ବାରଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଛନ୍ତି ସଞ୍ଜୟ ରାଉତ । ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ପ୍ରାୟ 3 ମାସ ଧରି ଜେଲରେ ରହିବା ପରେ ଗତକାଲି ବେଲ ପାଇଥିଲେ ସଞ୍ଜୟ ରାଉତ । କୋର୍ଟଙ୍କ ଜାମିନ ମଞ୍ଜୁର ପରେ ଗତକାଲି ସଂଧ୍ୟାରେ ସେ ମୁମ୍ବାଇର ଆର୍ଥରରୋଡ ଜେଲରୁ ମୁକ୍ତ ହୋଇଥିଲେ । ଜେଲରୁ ବାହାରିବା ବେଳେ ଗାଡି ଉପରେ ଚଢି ପ୍ରଶଂସକ ଓ ସମର୍ଥକୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ସଞ୍ଜୟ ।
-
Maharashtra | Shiv Sena (Uddhav) MP Sanjay Raut meets NCP chief Sharad Pawar at the latter's residence in Mumbai.
— ANI (@ANI) November 10, 2022 " class="align-text-top noRightClick twitterSection" data="
Sanjay Raut was released from Arthur Road jail yesterday. pic.twitter.com/CyNFu5ZRKQ
">Maharashtra | Shiv Sena (Uddhav) MP Sanjay Raut meets NCP chief Sharad Pawar at the latter's residence in Mumbai.
— ANI (@ANI) November 10, 2022
Sanjay Raut was released from Arthur Road jail yesterday. pic.twitter.com/CyNFu5ZRKQMaharashtra | Shiv Sena (Uddhav) MP Sanjay Raut meets NCP chief Sharad Pawar at the latter's residence in Mumbai.
— ANI (@ANI) November 10, 2022
Sanjay Raut was released from Arthur Road jail yesterday. pic.twitter.com/CyNFu5ZRKQ
ଏହା ମଧ୍ୟ ପଢନ୍ତୁ:-Patra Chawl land scam case: ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ PMLA କୋର୍ଟ
ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା (Patra Chawl land scam case)ରେ ଗିରଫ ହୋଇଥିବା ଶିବସେନା ନେତା ତଥା ସଞ୍ଜୟ ରାଉତଙ୍କୁ ଗତକାଲି ଜାମିନ ପ୍ରଦାନ କରିଥିଲେ କୋର୍ଟ । PMLA କୋର୍ଟ ଚଳିତ ମାସ 2 ତାରିଖରେ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଥିଲେ । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଥିଲା । ଗତକାଲି ଜାମିନ ଆବେଦନର ଶୁଣାଣି କରି ସଞ୍ଜୟ ରାଉତଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।
ବହୁଚର୍ଚ୍ଚିତ ପାତ୍ର ଚାୱାଲ ଲ୍ୟାଣ୍ଡ ସ୍କାମ୍ ମାମଲା 1 ହଜାର 34 କୋଟି ଟଙ୍କା ଅନିୟମିତା ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏମଏଲଏ (PMLA) କୋର୍ଟରେ ମାମଲା ଦାଖଲ କରିଥିଲା । ଇଡି କିଛି ଦିନ ପୂର୍ବରୁ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ 1 ହଜାର 34 କୋଟି ଟଙ୍କା ଅନିୟମିତା ହୋଇଥିବା ଅଭିଯୋଗ ହୋଇଥିଲା । ଗିରଫଦାରୀ ପୂର୍ବରୁ ସଞ୍ଜୟଙ୍କ ବାସଭବନରେ ହୋଇଥିବା ଚଢାଉରେ ମାତ୍ର 11 ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା ED । ପୂର୍ବରୁ ଏହି ମାମଲାରେ ଉଭୟ ରାଉତ ଦମ୍ପତିଙ୍କୁ ସମନ କରିବା ସହ ଏକାଧିକ ପର୍ଯ୍ୟାୟରେ କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ପରେ ଅଗଷ୍ଟରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ