ETV Bharat / bharat

Modiଙ୍କୁ ଚିଠି ଲେଖି ୬ ଦାବି ଜଣାଇଲା SKM

ଚିଠିରେ ୬ଟି ଦାବି ପୂରଣ କରିବା ସମ୍ପର୍କରେ ଉଲ୍ଲେଖ କରିଛି SKM । ଏହି ଦାବି ଉପରେ ପ୍ରଧାନମନ୍ତ୍ରୀ ତୁରନ୍ତ ସେମାନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ ହୋଇଛି । ଅଧିକ ପଢନ୍ତୁ

author img

By

Published : Nov 22, 2021, 11:55 AM IST

ମୋଦିଙ୍କୁ ଚିଠି ଲେଖି ୬ ଦାବି ଜଣାଇଲା SKM
ମୋଦିଙ୍କୁ ଚିଠି ଲେଖି ୬ ଦାବି ଜଣାଇଲା SKM

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନର ନେତୃତ୍ବ ନେଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀ (PM modi)ଙ୍କୁ ଚିଠି ଲେଖିଛି । ଚିଠିରେ ୬ଟି ଦାବି ପୂରଣ କରିବା ସମ୍ପର୍କରେ ଉଲ୍ଲେଖ୍ୟ କରିଛି ଏସକେଏମ । ଏହି ଦାବି ଉପରେ ପ୍ରଧାନମନ୍ତ୍ରୀ ତୁରନ୍ତ ସେମାନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ ହୋଇଛି ।

୬ ଦାବି ଗୁଡିକ ହେଲା

  • ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଚାଷୀଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଆଇନଗତ ଗ୍ୟାରେଣ୍ଟି ଦାବି ।
  • ବିଦ୍ୟୁତ ସଂଶୋଧିତ ବିଲ ୨୦୨୦-୨୧ ପ୍ରତ୍ୟାହାର କରାଯାଉ ।
  • କୃଷକଙ୍କ ବିରୋଧରେ ଦାଏର କରାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ ଏବଂ ବାୟୁ ଗୁଣବତ୍ତା ପରିଚାଳନା କମିଶନ ଆଇନ, ୨୦୨୧ କୃଷକଙ୍କ ବିରୋଧରେ ଥିବା ଦଣ୍ଡବିଧାନ ହଟାଯାଉ।
  • ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ସିଙ୍ଘୁ ସୀମାରେ ଏକ ସ୍ମାରକ ନିର୍ମାଣ କରାଯାଉ ।
  • ପ୍ରାୟ ୭୦୦ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସହ ଅନ୍ୟ ସୁବିଧା ପ୍ରଦାନ କରାଯାଉ ।
  • ଲଖିମପୁର ଖେରୀ ହିଂସାରେ ସମ୍ପୃକ୍ତ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବହିଷ୍କାର ସହିତ ଗିରଫ କରାଯାଉ ।

ଏହିସବୁ ଦାବି ଉପରେ କେନ୍ଦ୍ର ସରକାର ତୁରନ୍ତ ଆଲୋଚନା କରନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ବନ୍ଦ ହେବନାହିଁ ବୋଲି କହିଛି ଚାଷୀ ସଂଗଠନ । ଆସନ୍ତା ୨୪ରେ କେନ୍ଦ୍ର କ୍ୟାବିନେଟ ବସିବ । ଏଥିରେ କୃଷି ଆଇନ ପ୍ରତ୍ୟାହାରକୁ ମଞ୍ଜୁରି ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.