ETV Bharat / bharat

MSP issue: ପଞ୍ଜାବରେ ରେଳରୋକ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

MSP ବୃଦ୍ଧି ଦାବିରେ ପଞ୍ଜାବରେ ରେଳରୋକ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ରାଜ୍ୟର ବିଭିନ୍ନ ସହରରେ ପ୍ରାୟ 4 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରେଳ ଚଳାଚଳ ପ୍ରଭାବିତ । ଏମଏସପି ବୃଦ୍ଧି ଦାବି ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

author img

By

Published : Jul 31, 2022, 8:20 PM IST

Updated : Jul 31, 2022, 8:49 PM IST

MSP issue, ପଞ୍ଜାବରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ

ଚଣ୍ଡିଗଡ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି ଦାବିକୁ ନେଇ ପୁଣି ପଞ୍ଜାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ । ଆଜି (ରବିବାର) ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ରେଳରୋକ କରାଯାଇଛି । ପୂର୍ବାହ୍ନ 11 ରୁ ଆରମ୍ଭ ହୋଇ ଅପରାହ୍ନ 3 ପର୍ଯ୍ଯନ୍ତ ପ୍ରାୟ 4 ଘଣ୍ଟା ଧରି ଏହି ରେଳରୋକ କରିଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାରେ ଥିବା ବିଭିନ୍ନ ସଂଗଠନର ସଦସ୍ୟ । ବିଭିନ୍ନ ସ୍ଥାନରେ ଏହି ରେଳରୋକ ଫଳରେ କିଛି ଘଣ୍ଟା ଧରି ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।

ସର୍ବନିମ୍ନ ସହାୟର ମୂଲ୍ୟର ସଠିକ ନିର୍ଦ୍ଧାରଣ ଓ ଲାଗୁ କରିବା ଦାବିରେ ସଂଗଠନ ଜୁଲାଇ 11 ତାରିଖରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଆନ୍ଦୋଳନ ଡାକରା ଦେଇଥିଲା । ପଞ୍ଜାବର ଅମୃତସର, ଭଟିଣ୍ଡା, ଅମ୍ବାଲା, ପଞ୍ଚକୁଲା ଆଦି ସ୍ଥାନରେ ରେଳରୋକ ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଥିଲେ । ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ଆଜି ଆନ୍ଦୋଳନ ବେଳେ କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2022, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.