ETV Bharat / bharat

ନୱାବ ମଲ୍ଲିକଙ୍କ ନାଁରେ FIR ଦେଲେ ସମୀର ୱାଙ୍ଖଡେଙ୍କ ଶାଳି - ନୱାବ ମଲ୍ଲିକଙ୍କ ଏଫଆଇଆର

ଘନେଇବାରେ ଲାଗିଛି ନୱାବ-ୱାଙ୍ଖଡେ ଫାଇଟ । ସମୀର ୱାଙ୍ଖଡେଙ୍କ ଶାଳିଙ୍କ ନାଁରେ ଡ୍ରଗ୍ସ କାରବାର ଅଭିଯୋଗ ଆଣିବା ପରେ ନୱାବଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଶାଳି ହର୍ଷଦା ଦୀନାନାଥ ରେଡକର । ପୂର୍ବରୁ ୱାଙ୍ଖଡେଙ୍କ ବାପା ମଧ୍ୟ ଥାନାରେ ମାମଲା ରୁଜୁ କରିଛନ୍ତି । ଅଧିକ ପଢନ୍ତୁ...

ନୱାବ ମଲ୍ଲିକଙ୍କ ବିରୁଦ୍ଧରେ FIR ଦେଲେ ସମୀର ୱାଙ୍ଖଡେଙ୍କ ଶାଳି

author img

By

Published : Nov 10, 2021, 12:22 PM IST

ମୁମ୍ବାଇ: ଘନେଇବାରେ ଲାଗିଛି ନୱାବ-ୱାଙ୍ଖଡେ ଫାଇଟ । କ୍ରୁଜ ଡ୍ରଗ୍ସ ପାର୍ଟିରୁ ସୂତ୍ରପାତ ହୋଇଥିବା ବିବାଦ ଏବେ ରାଜନୈତିକ ଝଡର ରୂପ ନେଉଛି । କାରଣ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସହ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କ ପାଖରେ ପହଞ୍ଚିଛି । କେତେବେଳେ ସମୀର ୱାଙ୍ଖଡେ ଏବଂ ତାଙ୍କ ପରିବାର ନାଁରେ ତ ଆଉ କେତେବେଳେ ଫଡନାବିସଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନବାଜି କରୁଛନ୍ତି ନୱାବ । ଆଉ ଏହି କଳି ଦାଣ୍ଡରେ ପଡି ହାଟରେ ଗଡିବା ପରେ ବର୍ତ୍ତମାନ ଥାନାରେ ପହଞ୍ଚିଛି ।

ମଙ୍ଗଳବାର ସମୀର ୱାଙ୍ଖଡେଙ୍କ ବାପା ଧ୍ୟାନଦେବ କେ ୱାଙ୍ଖଡେ ଏସସି/ଏସଟି ଧାରାରେ ନୱାବଙ୍କ ନାମରେ ମାମଲା ରୁଜୁ କରିଥିବାବେଳେ ଏବେ ସମୀରଙ୍କ ଶାଳି ମଧ୍ୟ ମନ୍ତ୍ରୀଙ୍କ ବିରୁଦ୍ଧରେ FIR ଦେଇଛନ୍ତି । ମଙ୍ଗଳବାର ମନ୍ତ୍ରୀ ନୱାବ ମଲ୍ଲିକ ସମୀର ୱାଙ୍ଖଡେଙ୍କ ଶାଳି ହର୍ଷଦା ଦୀନାନାଥ ରେଡକର ବି ଡ୍ରଗ୍ସ କାରବାର କରନ୍ତି ବୋଲି ଟ୍ବିଟ୍ ଯୋଗେ ଅଭିଯୋଗ କରିଥିଲେ । ଏଥିସହ ପୁଣେର ଏକ କୋର୍ଟରେ ମଧ୍ୟ ତାଙ୍କ ନାଁରେ ଡ୍ରଗ୍ସ କାରବାର ମାମଲା ଚାଲିଥିବା କହିଥିଲେ । ଯାହାପରେ ହର୍ଷଦା ଦୀନାନାଥ ରେଡକର ଗୋରେଗାଓଁ ଥାନାରେ ମନ୍ତ୍ରୀ ନୱାବଙ୍କ ନାଁରେ ଅଭିଯୋଗ କରିଛନ୍ତି । ଯାହାପରେ ମନ୍ତ୍ରୀଙ୍କ ନାଁରେ ଦୁଇଟି ମାମଲା ରୁଜୁ ହୋଇଛି ।

ସେପଟେ ଏହି ଟଣାଓଟରା ମଧ୍ୟରେ ସମୀରଙ୍କ ବାପା ଏବଂ ପତ୍ନୀ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତକାର ପରେ ସମୀରଙ୍କ ବାପା କହିଛନ୍ତି, ମୁଁ ଏବଂ ମୋ ବୋହୂ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛୁ । ସେ ମଧ୍ୟ ସବୁକିଛି ଠିକ୍ ହୋଇଯିବ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଦେଶର ବହୁଚର୍ଚ୍ଚିତ ଘଟଣା ପାଲଟିଥିବା ଏହି ହାଇପ୍ରୋଫାଇଲ ଫାଇଟ କେଉଁ ଆଡକୁ ଯାଉଛି କେବଳ ତାହାକୁ ଅପେକ୍ଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.