ETV Bharat / bharat

ଦିଲ୍ଲୀ ଗସ୍ତରେ ସମୀର ୱାଙ୍ଖଡେ, ଭିଜିଲାନ୍ସ ତଦନ୍ତ ଆରମ୍ଭ

author img

By

Published : Oct 25, 2021, 6:58 PM IST

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । NCB ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କ ବିରୋଧରେ ଉଠିଥିବା ଅଭିଯୋଗର ଯାଞ୍ଚ ପାଇଁ ଦିଲ୍ଲୀ ଗସ୍ତରେ ସମୀର । ଆରମ୍ଭ ହେଲା ଭିଜିଲାନ୍ସ ତଦନ୍ତ । ଅଧିକ ପଢନ୍ତୁ...

ଆର୍ଯ୍ୟନ ଖାନ ମାମଲା: ଦିଲ୍ଲୀ ଗସ୍ତରେ ସମୀର ୱାଙ୍ଖଡେ, ଭିଜିଲାନ୍ସ ତଦନ୍ତ ଆରମ୍ଭ

ହାଇଦ୍ରାବାଦ: କ୍ରୁଜ ସିପ ଡ୍ରଗ୍ସ ପାର୍ଟି ମାମଲାରେ ଜେଲରେ ସଜା କାଟୁଛନ୍ତି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । କିଛି ଦିନ ତଳେ ମାମଲାର ସାକ୍ଷୀ ପ୍ରଭାକର ସୈଲ ଦାବି କରିଥିଲେ ଯେ NCB ଆର୍ଯ୍ୟନଙ୍କ ବିରୋଧରେ ମାମଲା ରୁଜୁ ନ କରିବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିଲା । ଯେଉଁଥିରେ ୮ କୋଟି ଟଙ୍କା NCBର ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କ ପାଇଁ ରହିଥିଲା । ଏହି ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯିବା ସହିତ ମାମଲାର ଗତିପଥ ବଦଳାଇବା ପାଇଁ ଉଦ୍ୟମ କରାଯାଉଥିବା ସେସନ କୋର୍ଟରେ ଅଭିଯୋଗ କରିଛନ୍ତି ସମୀର । ସେପଟେ ସମୀର ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ପ୍ରଭାକର ଅଭିଯୋଗ ଆଣିଛନ୍ତି ।

ଦିଲ୍ଲୀ ଗସ୍ତରେ ସମୀର ୱାଙ୍ଖଡେ, ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

ଏହି ଘଟଣାରେ ଯାଞ୍ଚ ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ସମୀର । ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଏପରି ଉଦ୍ୟମ କରାଯାଉଛି । କେତେବେଳେ ଧମକ ଚମକ ଦିଆଯାଉଛି ତ ଆଉ କେତେବେଳେ ସମୀରଙ୍କ ପରିବାର ବିରୋଧରେ ଆକ୍ରୋଶମୂଳକ ଯୋଜନା କରାଯାଉଥିବା ୱାଙ୍ଖଡେ ଅଭିଯୋଗ କରିଛନ୍ତି । ତେବେ ସୂଚନା ଥାଉ କି ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାର ପ୍ରଥମରୁ ସମୀରଙ୍କ ବିରୋଧରେ ଅଭିଯୋଗ ଶୁଣିବାକୁ ମିଳିଥିଲା । NCP ନେତା, ମହାରାଷ୍ଟ୍ର ସରକାର, ମନ୍ତ୍ରୀ ନବାବ ମଲ୍ଲିକଙ୍କ ପରେ ପରେ ବର୍ତ୍ତମାନ ଶିବସେନା ମୁଖପାତ୍ର ସଞ୍ଜୟ ରାୱତ ମଧ୍ୟ NCB ବିରୋଧରେ ଆଣିଛନ୍ତି ଅଭିଯୋଗ । ଏହି ମାମଲାରେ ମନି ଲଣ୍ଡରିଂ ଅଭିଯୋଗ ମଧ୍ୟ ରହିଛି ବୋଲି ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ସୂଚିତ କରିବାକୁ ଚାହୁଁଥିବା କହିଛନ୍ତି ।

ସେପଟେ ମାମଲାର ଯାଞ୍ଚ କରୁଥିବା NCBର ଉପମହାନିର୍ଦ୍ଦେଶକ(DDG-NR) ଓ ଭିଜିଲାନ୍ସ ପ୍ରମୁଖ ଜ୍ଞାନେଶ୍ବର ସିଂ କହିଛନ୍ତି ଯେ ଡିଡିଜି SWR ପକ୍ଷରୁ ଏକ ରିପୋର୍ଟ ଡିଜିଙ୍କୁ ମିଳିଛି । ସେମାନେ ଭିଜିଲାନ୍ସ ଅଧିକାରୀଙ୍କୁ ଏହା ଉପରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଭିଜିଲାନ୍ସ ଅଧିକାରୀ ସଠିକ ଭାବରେ ଯାଞ୍ଚ କରିବେ । ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି । ଏଣୁ କୌଣସି ଅଧିକାରୀଙ୍କ ଉପରେ ଅଭିଯୋଗ ନ ଆଣିବାକୁ ପରାମର୍ଶ ଦିଆଯାଇଛି ।

ଏହି ମାମଲାର ସାକ୍ଷୀ ପ୍ରଭାକର ସୈଲ କହିଥିଲେ ଯେ ସେ କେପି ଗୋସ୍ବାମୀ ଓ ସୈମ ଡିସୁଜାଙ୍କ ମଧ୍ୟରେ ୧୮ କୋଟି ଟଙ୍କାକୁ ନେଇ ହୋଇଥିବା କଥାବାର୍ତ୍ତା ସେ ଶୁଣିଥିଲେ । ଏଥିରେ ୮ କୋଟି ଟଙ୍କା ସମୀର ୱାଙ୍ଖଡେଙ୍କୁ ଦିଆଯିବ ବୋଲି କୁହାଯାଉଥିଲା । ଏହି ଅଭିଯୋଗ ଆସିବା ପରେ ସମୀର ମୁମ୍ବାଇ ପୋଲିସ କମିଶନରଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଉଦ୍ୟମ କରାଯାଉଥିବା ଉଲ୍ଲେଖ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.