ETV Bharat / bharat

୨ ଥର ମୃତଦେହ ସତ୍କାର: ପ୍ରଥମେ ଖ୍ରୀଷ୍ଟିଆନ୍ ଓ ପରେ ଆଦିବାସୀ ରୀତିନୀତି

author img

By

Published : Jun 6, 2022, 7:23 PM IST

ପ୍ରତ୍ୟେକ ଦିନ ଏ ଦୁନିଆରେ ଅଜବ ଖବର ଶୁଣିବାକୁ ଏବଂ ଦେଖିବାକୁ ମିଳୁଛି । ଆଜି ଏଭଳି ଏକ ଖବର ଆସିଛି ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ । ମୃତ ବ୍ୟକ୍ତି ଗୋଟିଏ । ହେଲେ ୨ଟି ଜାତି ଅନୁସାରେ ହୋଇଛି ମୃତଦେହ ସତ୍କାର । ଅଧିକ ପଢ଼ନ୍ତୁ

ଅଜବ ଖବର : ଭିନ୍ନ ଭିନ୍ନ ଜାତିରେ ହେଲା ଦୁଇଥର ଶବ ସତ୍କାର

ଭୋପାଳ : ମଧ୍ୟପ୍ରଦେଶ ବାଲାଘାଟ ଜିଲ୍ଲାର ବିହାର ଥାନାରେ ଏକ ଅଦ୍ଭୁତ ଖବର ଶୁଣିବାକୁ ମିଳିଛି । ଜଣେ ନିଖୋଜ ବ୍ୟକ୍ତିର ମୃତଦେହକୁ ୨ଟି ଜାତି ଅନୁସାରେ ମୃତଦେହ ସତ୍କାର କରାଯାଇଛି ।

ସୂଚନାନୁସାରେ ଏହି ନିଖୋଜ ବ୍ୟକ୍ତିର ମୃତଦେହକୁ ଗୋଟିଏ ପରିବାର ଚିହ୍ନିଥିଲେ ଏବଂ ଏହାକୁ ଘରର ସଦସ୍ୟ ଭାବରେ ବିବେଚନା କରିଥିଲେ । ଶେଷରେ ଖ୍ରୀଷ୍ଟିଆନ ରୀତିନୀତିରେ ମୃତଦେହ ସତ୍କାର କରିଥିଲେ । ଯେତେବେଳେ ଦ୍ୱିତୀୟ ପରିବାର ନିଖୋଜ ମୃତଦେହ ବିଷୟରେ ଜାଣିଲେ ତୁରନ୍ତ ଥାନାରେ ସମ୍ପର୍କୀୟମାନେ ସେଠାରେ ପହଞ୍ଚି ସମାଧିସ୍ଥଳକୁ ବାହାର କରି ପୁନର୍ବାର ଆଦିବାସୀ ରୀତିନୀତି ଅନୁସାରେ ମୃତଦେହ ଦାହ କରିଥିଲେ ।

ନଦୀ କୂଳରୁ ମୃତଦେହ ମିଳିଥିଲା : କିଛି ଦିନ ପୂର୍ବେ ବାଇହର ଜାତା ଭଣ୍ଡେରୀରେ ନଦୀ କୂଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ନେଇ କୋଟୱାର ଦ୍ୱାରା ବାଇହର ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା । ମୃତଦେହଟି ଅଜଣା ବ୍ୟକ୍ତିର ହୋଇଥିବାରୁ ଏହାକୁ ଆଖପାଖର ସମସ୍ତ ପୋଲିସ ଷ୍ଟେସନରେ ବାଇହାର ପୋଲିସ ଷ୍ଟେସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଖବର ଜଣାପଡ଼ିବା ପରେ ବିହାର ଉକୱା ପୋଲିସ ଷ୍ଟେସନ ଅଧୀନରେ ରହୁଥିବା ଅମିତ ଜେମ୍ସ ଉକୱା ପୋଲିସ ଷ୍ଟେସନରେ ପିତା ଆନନ୍ଦ ଯାଦବଙ୍କ ନିଖୋଜ ଖବର ଦାଖଲ କରିଥିଲେ । ମୃତଦେହକୁ ଚିହ୍ନିବା ପାଇଁ ସମ୍ପର୍କୀୟଙ୍କୁ ଡକାଯାଇଥିଲା।

ଚିହ୍ନ ଆଧାରରେ ପରିଚୟ : ମୃତ ଶରୀରର ଅବସ୍ଥା ମଧ୍ୟ ଭଲ ନଥିଲା । ମୃତ ଦେହରେ ଥିବା ଚିହ୍ନକୁ ଆଧାର କରି ମୃତ ବ୍ୟକ୍ତିଙ୍କୁ ସମ୍ପର୍କୀୟମାନେ ଆନନ୍ଦ ଯାଦବ ବୋଲି କହିଥିଲେ। ଏହା ପରେ ବାଇହର ପୋଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ସେମାନଙ୍କର ଧାର୍ମିକ ପରମ୍ପରା ଅନୁଯାୟୀ ମିିଶନ ସ୍କୁଲ ବାଇହର ନିକଟ ଶ୍ମଶାନରେ ମୃତଦେହକୁ ପୋତି ଦେଇଥିଲେ ।

ଏହା ପରେ, ଯେତେବେଳେ ମଲାଜଖଣ୍ଡ ଟିଗିପୁରର ବାସିନ୍ଦା ବାଇଗା ପରିବାର ହ୍ବାଟ୍ସଆପରେ ମୃତକଙ୍କ ଫଟୋ ଦେଖି ସେମାନେ ବିହାର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ମୃତ ବ୍ୟକ୍ତି ଆମ ପରିବାରର ସଦସ୍ୟ ସୁଖଲାଲ ପରତେ । ଏହାପରେ ପୋଲିସ ଦୁଇ ପରିବାରର ମତ ଏବଂ ଦାବି ଅନୁସାରେ ତଦନ୍ତ କରିଥିଲା । ପରେ ମୃତ ବ୍ୟକ୍ତି ଜଣକ ସୁଖଲାଲ ପରତେ ବୋଲି ଚିହ୍ନଟ ହୋଇଥିଲା । ଏହାପରେ ଦ୍ୱିତୀୟ ଆଦିବାସୀ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିଲେ ପୋଲିସ । ଏହାପରେ ପୁର୍ନବାର ମୃତଦେହର ଅନ୍ତିମ ସଂସ୍କାର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.