ETV Bharat / bharat

ଆଖି ହରାଇଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ

author img

By

Published : Oct 24, 2022, 10:07 AM IST

ଦୁଇମାସ ତଳେ ନ୍ୟୁୟର୍କରେ ଆକ୍ରମଣର ଶିକାର ହୋଇଥିଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ । ତାଙ୍କ ଜୀବନ ତ ବଞ୍ଚିଗଲା ହେଲେ ଗୋଟିଏ ଆଖିର ଜ୍ୟୋତି ହରାଇଛନ୍ତି ସଲମାନ ରୁସଦୀ । ଅଧିକ ପଢନ୍ତୁ

Salman Rushdie alive but lost sight in one eye
ଆଖି ହରାଇଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ

ନ୍ୟୁୟର୍କ: ଦୁଇମାସ ତଳେ ବିଶିଷ୍ଟ ଲେଖକ ତଥା ନ୍ୟୁୟର୍କ ବୁକର ପ୍ରାଇଜ ବିଜେତା ସଲମାନ ରୁସଦୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ସେବେଠୁ ଚିକିତ୍ସିତ ହେଉଥିଲେ । ନ୍ୟୁୟର୍କରେ ଏକ ଷ୍ଟେଜ ଉପରେ ସମ୍ବୋଧନ କରୁଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ତାଙ୍କ ଜୀବନ ତ ବଞ୍ଚିଗଲା ହେଲେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଛନ୍ତି । ସେ ତାଙ୍କର ବାମ ଆଖି ହରାଇଥିବା ଏକ ରିପୋର୍ଟରୁ ସୂଚନା ମିଳିଛି । ଏହାସହ ତାଙ୍କର ଏକ ହାତ ମଧ୍ୟ ଅଚଳ ହୋଇଯାଇଛି ।

ଅଗଷ୍ଟ 12 ତାରଖରେ ନ୍ୟୁୟର୍କରେ ଏକ ସଭା କାର୍ଯ୍ୟରେ ରୁସଦି ଯୋଗ ଦେବା ସମୟରେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ବେକର ତିନୋଟି ସ୍ଥାନରେ ଓ ଛାତିରେ 15ଟି ଶକ୍ତ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେବେଠୁ ସେ ଚିକିତ୍ସିତ ଥିଲେ । ସୌଭାଗ୍ୟବଶତଃ ତାଙ୍କ ଜୀବନ ତ ବଞ୍ଚିଯାଇଛି ହେଲେ ତାଙ୍କର ଗୋଟିଏ ଆଖିକୁ ସମ୍ପୂର୍ଣ୍ଣ ଦେଖାଯାଉନଥିବା ସୂଚନା ମିଳିଛି । ସେହିପରି ତାଙ୍କର ଗୋଟିଏ ହାତ ମଧ୍ୟ ଅଚଳ ହୋଇଛି ।

ଏହା ବି ପଢନ୍ତୁ...Russian Ukraine war: ଆମେରିକା ପ୍ରତିପକ୍ଷଙ୍କ ସହ କଥା ହେଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ

ମୁ୍ମ୍ବାଇରେ 1947 ଜନ୍ମ 75 ବର୍ଷୀୟ ସଲମାନ ରୁସଦୀ ଉପନ୍ୟାସ 'ଦ ସାଟନିକ୍‌ ଭର୍ସେସ' ଲେଖିଥିଲେ । ଇଂଲଣ୍ଡ ବୋଡିଂ ସ୍କୁଲରେ ପାଠ ଶେଷ ପରେ କେମ୍ବ୍ରିଜ ବିଶ୍ବ ବିଦ୍ୟାଳୟରେ ପଢିଥିଲେ । ସାହିତ୍ୟରେ ଯୋଗଦାନ ପାଇଁ ତାଙ୍କୁ 2007ରେ 'ନାଇଟ' ଉପାଧି ମିଳିଥିଲା । 1980ରୁ ତାଙ୍କ ଉପନ୍ୟାସ ପାଇଁ ଇରାନରୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିଲା । ଏନେଇ ଅନେକ ସମୟରେ ତାଙ୍କୁ ଲୁଚି କରି ରହିବାକୁ ପଡୁଥିଲା । ଚଳିତ ବର୍ଷ ଅଗଷ୍ଟ 12ରେ ନ୍ୟୁୟର୍କରେ ଏକ ସଭାରେ ଯୋଗ ଦେବା ସମୟରେ ହାଦି ମାଦର ନାମକ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଛୁରୀରେ ତାଙ୍କ ଛାତିକୁ ଭୁସି ହତ୍ୟା ଉଦ୍ୟମ କରିଥିଲା । ହାଦି ମାଦରକୁ ଘଟଣାସ୍ଥଳରୁ ପୋଲିସ ଗିରଫ କରିଥିଲା ।

ବର୍ତ୍ତମାନ ସେ ଜେଲରେ ଅଛି । ସେବେଠୁ ସଲମାନ ରୁସଦୀ ଚିକିତ୍ସୀଧାନ ଥିଲେ । କିଛି ଦିନ ପାଇଁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା । ସଲମାନ ରୁସଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ଏ ଆକ୍ରମଣ ନେଇ ଇରାନର ସମ୍ପୃକ୍ତି ଥିବା କଥାକୁ ଟାଳି ଥିଲା ଇରାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.