ETV Bharat / bharat

ନାଗପୁରରେ ଜରୁରୀ ଅବତରଣ କଲା ସାଲମ ଏୟାର ବିମାନ - ସାଲମ ଏୟାର ବିମାନ

ଇଞ୍ଜିନରୁ ଧୂଆଁ ବାହାରିବାରୁ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସାଲମ ଏୟାର ବିମାନ । ଅଧିକ ପଢନ୍ତୁ

SalamAir flight made an emergency landing

author img

By

Published : Mar 2, 2023, 9:47 AM IST

ମୁମ୍ବାଇ: ମଝି ଆକାଶରେ ଉଡୁଥିଲା ବିମାନ । ଇଞ୍ଜିନରୁ ଧୂଆଁ ବାହାରିବାରୁ ନାଗପୁର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କଲା ସାଲମ ଏୟାର ବିମାନ । ଏହି ବିମାନରେ ଦୁଇ ଶହ ଜଣ ଯାତ୍ରୀ ଥିବା ବେଳେ ପାଇଲଟଙ୍କ ସମେତ 7ଜଣ କ୍ରୁ ମେମ୍ବର ରହିଛନ୍ତି । ଜରୁରୀକାଳୀନ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ବାଂଲାଦେଶର ଚିଟଗାଓଁରୁ ମୁସ୍କାଟକୁ ଉଡାଣ ଆରମ୍ଭ କରିଥିଲା ଏହି ବିମାନ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ତରଫରୁ ଏନେଇ ସୂଚନା ପ୍ରଦାନ କରାଯାଇଛି ।

ଏନେଇ ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ, ''ପ୍ରାୟ 200 ଯାତ୍ରୀଙ୍କୁ ନେଇ ଗତକାଲି ସାଲମ ଏୟାର ବିମାନ ବାଂଲାଦେଶରୁ ମୁସ୍କାଟକୁ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ମଝି ଆକାଶରେ ବିମାନଟି ଯାତ୍ରା କରୁଥିବା ସମୟରେ ଇଞ୍ଜନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ପାଇଲଟ । ଏହାପରେ ବିମାନଟିକୁ ମହାରାଷ୍ଟ୍ରର ନାଗପୁର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ''

ଗତ 26 ତାରିଖ ଦିନ ଦିଲ୍ଲୀରୁ ନେପାଳର କାଠମାଣ୍ଡୁ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ଭିସ୍ତାର ଓ ଇଣ୍ଡିଗୋ ବିମାନ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । କାଠମାଣ୍ଡୁରେ ଖରାପ ପାଗ ଯୋଗୁଁ ଏହି ଦୁଇ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ପ୍ରାୟ ଏକ ଘଣ୍ଟା ପରେ କାଠମାଣ୍ଡୁ ବିମାନବନ୍ଦରରେ ପାଗ ଅନୁକୂଳ ହେବାରୁ ପୁଣି ଦୁଇ ବିମାନ ଉଡାଣ ଆରମ୍ଭ କରିଥିବା ଲକ୍ଷ୍ନୌ ବିମାନ ବନ୍ଦର ତରଫରୁ ସୂଚନା ଦିଆଯାଇଥିଲା।

ଗତ ରବିବାର ସନ୍ଧ୍ୟାରେ ପ୍ରଥମେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ଏୟାରଲାଇନ୍ସର ୟୁକେ 155 ବିମାନ । ବିମାନଟି ଉଡାଣ ଆରମ୍ଭ କରିବା ପରେ କାଣ୍ଡମାଣ୍ଡୁରେ ପାଗ ଖରାପ ଥିବା ସୂଚନା ମିଳିଥିଲା । ଏହାପରେ କାଣ୍ଡମାଣ୍ଡୁ ଯିବା ପରିବର୍ତ୍ତେ ସନ୍ଧ୍ୟା 5ଟା 30 ମିନିଟ ସମୟରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ବିମାନ ବନ୍ଦରରେ ଅବତରଣ କରିଥିଲା ଭିସ୍ତାରା ବିମାନ । ଏହାର ଠିକ ଅଧ ଘଣ୍ଟା ପରେ ଇଣ୍ଡିଗୋ ବିମାନ 6E 33 ନୂଆଦିଲ୍ଲୀରୁ କାଠମାଣ୍ଡୁକୁ ଉଡାଣ ଆରମ୍ଭ କରିଥିବା ବେଳେ ସନ୍ଧ୍ୟା 6 ଟାରେ ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ସେହିପରି ଗତ ରବିବାର ଏୟାର ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ ହୋଇଥିଲା । ଫଳରେ ସୁରକ୍ଷିତ ଭାବେ ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ଇଣ୍ଡିଗୋ ବିମାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.