ETV Bharat / bharat

Subrata Roy Passes Away: ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ

ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ହୃଦଘାତରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ

Sahara Group chief Subrata Roy passes away
ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ
author img

By ETV Bharat Odisha Team

Published : Nov 15, 2023, 6:54 AM IST

Updated : Nov 15, 2023, 7:29 AM IST

ମୁମ୍ବାଇ: ଆଉ ନାହାନ୍ତି ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ ହୋଇଛି । 75 ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । କୋକିଳାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲ ଆଣ୍ଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ପ୍ରାୟ 10ଟା30ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି (ବୁଧବାର) ଲକ୍ଷ୍ନୌର ସାହାରା ସହରରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ତାଙ୍କ ବିୟୋଗରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି । ରାଜନେତାଠୁ ଆରମ୍ଭ କରି ଅଭିନେତା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ସୁବ୍ରତ ରାୟ 1948 ଜୁନ 10ରେ ବିହାରର ଆରାରିଆରେ ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କୋଲକାତାର ହୋଲି ଚାଇଲ୍ଡ ଇନଷ୍ଟିଚ୍ୟୁଟରେ ପାଠପଢା ପରେ ୟୁପିର ଗୋରଖପୁରସ୍ଥିତ ଗଭର୍ଣ୍ଣମେଣ୍ଟ ଟେକ୍ନିକାଲ ଇନଷ୍ଟିଚ୍ୟୁଟରେ ମେକାନିକାଲ ଇଞ୍ଜିନିୟରିଂ କରିଥିଲେ । ସେହିଠାରେ ହିଁ ସେ ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ସାହାରା ଫାଇନାନ୍ସର ଦାୟିତ୍ବ ନେଇଥିଲେ ସୁବ୍ରତ ରାୟ । ଏହାପରେ ଏହାକୁ ସାହାରା ଇଣ୍ଡିଆ ପରିବାର ଭାବେ ପ୍ରତିଷ୍ଠା କରିଥିଲେ । ସେ ଦେଶର 'ସାହାରାଶ୍ରୀ' ଭାବରେ ଜଣାଶୁଣା ଥିଲେ । ସାହାରା ଗ୍ରୁପ ଅଧୀନରେ 5 ହଜାରରୁ ଅଧିକ ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ପ୍ରାୟ 12 ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । 1978ରେ ସାହାରା ଇଣ୍ଡିଆ ପରିବାର ପ୍ରତିଷ୍ଠା କରିଥିଲେ ।

ସମୟକ୍ରମେ ବ୍ୟବସାୟ ଶିଳ୍ପ କ୍ଷେତ୍ରରେ ଦବଦବା ଜାହିର କରିଥିଲେ ସୁବ୍ରତ ରାୟ । ତାଙ୍କ ନେତୃତ୍ବରେ ସାହାରା ଗ୍ରୁପ ଅର୍ଥ, ରିୟଲ ଇଷ୍ଟେଟ, ମିଡିଆ ଏବଂ ଆତିଥେୟତା ଆଦି ଅନେକ କ୍ଷେତ୍ରରେ ତାଙ୍କର ବ୍ୟବସାୟ ଲମ୍ବିଥିଲା । 2002ରେ ତାଙ୍କୁ 'ବିଜନେସମ୍ୟାନ ଅଫ୍ ଦି ଇୟର' ପୁରସ୍କାର ମିଳିଥିଲା । ସେହି ବର୍ଷ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ସୁବ୍ରତ ରାୟ । ଏହା ବ୍ୟତୀତ 2010ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ଭୋକେସନାଲ ଆୱାର୍ଡ ଫର ଏକ୍ସିଲେନ୍ସ, 1995ରେ କର୍ମବୀର ସମ୍ମାନ, 1994ରେ ଉଦ୍ୟମଶ୍ରୀ, 1992ରେ ବାବା-ଏ-ରୋଜଗାର ଆୱାର୍ଡରେ ସମ୍ମାନିତ ହୋଇଥିଲେ । 2001ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ । 2012ରେ ଦେଶର 10 ଶ୍ରେଷ୍ଠ ବ୍ୟବସାୟୀଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।

ଏହା ବି ପଢନ୍ତୁ: ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟଙ୍କ ନାଁରେ ଜାରିହେଲା ଗିରଫ ଓ୍ବାରେଣ୍ଟ

ବିବାଦରେ ଥିଲେ ସୁବ୍ରତ ରାୟ: ନିବେଶକଙ୍କୁ ଅର୍ଥ ଫେରସ୍ତ ମାମଲାରେ ସେବି ସହ ଦୀର୍ଘ ଦିନ ହେବ ସୁବ୍ରତ ରାୟଙ୍କର ବିବାଦ ଚାଲିଥିଲା । ସାହାରା ଗ୍ରୁପର ଦେଶବ୍ୟାପୀ 9 କୋଟିରୁ ଅଧିକ ନିବେଶକ ରହିଛନ୍ତି । ନିବେଶକଙ୍କୁ ଟଙ୍କା ନ ଫେରାଇବାକୁ ନେଇ ସାହାରାଶ୍ରୀଙ୍କ ବିରୋଧରେ ଅନେକ ମାମଲା ଚାଲିଥିଲା । ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ମଧ୍ୟ ହୋଇଛି । ଏପରିକି ଏହି ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ସେ ଜାମିନରେ ଥିଲେ । ଶେଷ ପର୍ଯ୍ୟନ୍ତ ସେ ବିବାଦରୁ ମୁକୁଳି ପାରିନଥିଲେ ।

Last Updated : Nov 15, 2023, 7:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.