ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାଗର ଧନଖର ହତ୍ୟା ମାମଲା । ଦିଲ୍ଲୀ ପୋଲିସ ଆଜି ମାମଲାର ପ୍ରଥମ ଚାର୍ଜସିଟ କୋର୍ଟରେ ଦାଖଲ କରିବ। ଏହି ଚାର୍ଜସିଟରେ କୁସ୍ତି ଖେଳାଳୀ ସୁଶୀଲ କୁମାରଙ୍କ ସମେତ ୧୨ ଜଣଙ୍କ ନାଁ ରହିଛି ।
ଦିଲ୍ଲୀ ପୋଲିସର ସୂଚନାନୁସାରେ,ଏହି ଘଟଣାରେ 50ରୁ ଅଧିକ ସାକ୍ଷୀ ରହିଛନ୍ତି । କେବଳ ଫେରେନସିକ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜୁଲାଇ 22ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କୁସ୍ତି ଖେଳାଳୀ ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ ସୁରଜିତ ଗ୍ରୀଆଲଙ୍କୁ ଗିରଫ କରିଥିଲା। ସେ ଅଭିଯୁକ୍ତ କୁସ୍ତି ଖେଳାଳୀ ସୁଶୀଲ କୁମାରଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ଯିଏକି ସାଗର ଧନକର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ ହୋଇଛନ୍ତି ।
ଜୁନ 16ରେ ଦିଲ୍ଲୀ ପୋଲିସ ଏହି ହତ୍ୟା ମାମଲାରେ ଜୁଡୋ କୋଚ୍ ସୁଭାଷଙ୍କୁ ଗିରଫ କରିଥିଲା । ମେ ୨୩ରେ ନୂଆଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀ ଅଜୟ ବକ୍କରୱାଲାଙ୍କୁ ଦିଲ୍ଲୀ ସ୍ପେଶାଲ ସେଲର ଏକ ଟିମ୍ ଗିରଫ କରିଥିଲା । ଉଭୟ ବର୍ତ୍ତମାନ ନ୍ୟାୟିକ ହେପାଜତରେ ରହିଛନ୍ତି ।
ଗତ ମେ 4 ତାରିଖରେ ସାଗର ଓ ତାଙ୍କ ଦୁଇ ସାଙ୍ଗ ଅମିତ ଓ ସୋନୁଙ୍କୁ ସୁଶୀଲ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପରେ ସମସ୍ତେ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା । ହେଲେ ସାଗରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏପରିକି ମାଡମରାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସୁଶୀଲ ଓ ତାଙ୍କର ଆଉ କିଛି ସାଙ୍ଗମାନେ ଏକ ବାଡିରେ ସାଗରଙ୍କୁ ପିଟୁ ଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।
@ANI