ଭୋପାଳ: ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ କହିଛନ୍ତି ଯେ, ବର୍ତ୍ତମାନର କ୍ଷତ୍ରୀୟ ନିଜ କର୍ତ୍ତବ୍ୟକୁ ବୁଝ, ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସେହିମାନଙ୍କ ପାଇଁ ହେବା ଆବଶ୍ୟକ ଯେଉଁମାନେ ଦେଶରେ ଦେଶ ଦ୍ରୋହୀ ଗତିବିଧିରେ ସାମିଲ ଅଛନ୍ତି ଯେଉଁମାନଙ୍କୁ ଦେଶଦ୍ରୋହ ପାଇଁ ତାଲିମ ଦିଆଯାଏ। ଯେଉଁମାନେ ରାଷ୍ଟ୍ରଧର୍ମ ପାଇଁ ଜିଅନ୍ତି ସେମାନଙ୍କ ପାଇଁ ଆଇନ କିମ୍ବା କୌଣସି ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ।
ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର କୌଣସି ନାଁ ନନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯିଏ ରାଷ୍ଟ୍ରକୁ ଅପମାନିତ କରନ୍ତି, ଗେରୁଆଧାରୀଙ୍କୁ ଆତଙ୍କବାଦୀ କୁହନ୍ତି ସିଏ କେବେ କ୍ଷତ୍ରିୟ ନୁହଁ। ହିନ୍ଦୁତ୍ବକୁ ଅପମାନିତ କଲାଭଳି ଶବ୍ଦର ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ରାଜା କହିବା ଉଚିତ ନୁହଁ।
ଏହି ଅବସରରେ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସେ କହିଛନ୍ତି କି, ‘ମମତାଙ୍କୁ ଜଣା ପଡିଯାଇଛି ଏହା ପାକିସ୍ତାନ ନୁହେଁ ଭାରତ ଏବଂ ସେ ଶାସନ କରୁଥିବା ରାଜ୍ୟ ଓ୍ବେଷ୍ଟ ବେଙ୍ଗଲରେ ବିଜେପି ଆଉ ହିନ୍ଦୁଙ୍କ ଶାସନ ଚାଲିବ ସଥିପାଇଁ ସେ ବିଚଳିତ ହୋଇପଡିଛନ୍ତି । ଓ୍ବେଷ୍ଟ ବେଙ୍ଗଲ ଅଖଣ୍ଡ ଭାରତର ଅଂଶ। ଯେଉଁମାନେ ଭାରତରେ ରହି ବିଦେଶୀ ପରମ୍ପରାର ପାଳନ କରନ୍ତି ନାହିଁ ସେମାନଙ୍କୁ ଏଠାରେ ତିଷ୍ଠିବାକୁ ଦିଆଯିବ ନାହିଁ।’
କୃଷକ ଆନ୍ଦୋଳନ ବିଷୟରେ ସେ କହିଛନ୍ତି ଯେ, ଏଥିରେ ରାଷ୍ଟ୍ର ବିରୋଧୀ ଲୋକ ଜଡିତ ଅଛନ୍ତି। ଏମାନେ କୃଷକ ନୁହଁନ୍ତି, ବାମପନ୍ଥୀ ତଥା କଂଗ୍ରେସ କର୍ମୀମାନେ ନିଜ ଛଦ୍ମବେଶରେ ରହିଛନ୍ତି। ଏମାନେ କୃଷକ ବେଶରେ ଭ୍ରମିତ କରୁଛନ୍ତି ଏହା ଲୋକମାନେ ବୁଝିବା ଆବଶ୍ୟକ।
ବ୍ୟୁରୋ ରିିପୋର୍ଟ, ଇଟିଭି ଭାରତ