ETV Bharat / bharat

Parkash Singh Badal Passes Away: 95 ବର୍ଷରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ

author img

By

Published : Apr 25, 2023, 9:11 PM IST

Updated : Apr 25, 2023, 9:49 PM IST

ପରଲୋକରେ ପ୍ରକାଶ ସିଂ ବାଦଲ । 95 ବର୍ଷ ବୟସରେ ଦେହାନ୍ତ । କିଛି ଦିନ ଧରି ହସ୍ପିଟାଲରେ ଥିଲେ ଚିକିତ୍ସାଧୀନ । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଶୋକ । ଅଧିକ ପଢନ୍ତୁ

SAD patriarch Parkash Singh Badal passes away at 95

ଚଣ୍ଡିଗଡ: ପରଲୋକରେ ଶିରୋମଣୀ ଅକାଳୀ ଦଳ ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ । 95 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଳମ୍ବିତ ସଂଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିକଟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରଜାନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

  • "Extremely saddened by the passing away of Parkash Singh Badal Ji. He was a colossal figure of Indian politics & a remarkable statesman who contributed greatly to our nation.He worked tirelessly for the progress of Punjab & anchored the state through critical times," tweets PM… pic.twitter.com/YpgLI7T6QA

    — ANI (@ANI) April 25, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ :- Parkash Singh Badal Hospitalised: ଅସୁସ୍ଥ ପ୍ରକାଶ ସିଂ ବାଦଲ, ପରିବାର ସହ କଥାହେଲେ ଶାହ

ପୂର୍ବରୁ ସେ ଅସୁସ୍ଥ ଥିବା ସମୟରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଆଶୁଆରୋଗ୍ୟ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ତଦାରଖ କରିଥିଲେ । ଶିରୋମଣୀ ଆକାଳୀ ଦଳର ପ୍ରତିଷ୍ଠାତା ବାଦଲ ପଞ୍ଜାବ ରାଜନୀତିର ଜଣେ ଭେଟେରାନ ଚେହେରା ଥିଲେ । ସେ 5 ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ।

  • Union Minister Rajnath Singh expresses condolences on the demise of former Punjab CM and Shiromani Akali Dal patron Parkash Singh Badal pic.twitter.com/9qDZ5TUnBf

1927 ଡିସେମ୍ବର ଜନ୍ମଗ୍ରହଣ:-

1927 ଡିସେମ୍ବର 8 ତାରିଖରେ ପଞ୍ଜାବର ମୁକ୍ତସାର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ବାଦଲ । 1970 ମସିହାରେ ସେ ପ୍ରଥମ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ ଅଳକୃତ କରିଥିଲେ । ସେତେବେଳେ ସମଗ୍ର ଦେଶରେ କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ 1957 ରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ 1969 ରେ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇ ସମାଜିକ ବିକାଶ, ପଞ୍ଚାୟତ ରାଜ, ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ ମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସେ 1972, 1980 ଏବଂ 2002 ରେ ବିରୋଧୀ ଦଳର ନେତା ଥିଲେ । ପଞ୍ଜାବ ରାଜନୀତିର ଏହି ଭେଟେରାନ ନିଜ ରାଜନୈତିକ କ୍ୟାରିୟରରେ ମୋଟ 10 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1992 ନିର୍ବାଚନକୁ ବର୍ଜନ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଦଳ ବିଧାନସଭା ନର୍ବାଚନରେ ପ୍ରତିଦ୍ବନ୍ଦିତା କରିନଥିଲେ ।

1977 ରେ ଜନତା ଦଳ ସରକାରରେ କେନ୍ଦ୍ରମନ୍ତ୍ରୀ:

କେବଳ ପଞ୍ଜାବ ରାଜନୀତି ନୁହେଁ ବରଂ ଜାତୀୟ ରାଜନୀତିରେ ମଧ୍ୟ ତାଙ୍କର ଯୋଗଦାନ ରହିଛି । 1977 ମସିହାରେ ବାଦଲ ତତ୍କାଳୀନ ଜନତା ଦଳ ସରକାରରେ ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

2015 ରେ ପଦ୍ମ ବିଭୂଷଣରେ ସମ୍ମାନିତ:-

ଉଭୟ ଜାତୀୟ ଓ ପଞ୍ଜାବ ରାଜନୀତିରେ ଏକାଧିକ ଦଶନ୍ଧିର ପ୍ରଭାବ ରଖିଥିବା ଏହି ପଲିଟିକାଲ ଭେଟେରାନଙ୍କୁ ସମ୍ମାନଜନକ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । 2015 ମସିହା 30 ମାର୍ଚ୍ଚରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ପଦ୍ମ ବିଭୂଷଣ ସମ୍ମାନ ଗ୍ରହଣ କରିଥିଲେ

ପଦ୍ମ ପୁରସ୍କାର ଫେରାଇ ଥିଲେ ଚର୍ଚ୍ଚାରେ:-

ବାଦଲ 2020 ଡିସେମ୍ବରରେ ପଦ୍ମ ବିଭୂଷଣ ପୁରସ୍କାର ଫେରସ୍ତ କରି ଚର୍ଚ୍ଚାକୁ ଆସିଥିଲେ । 2020-2021 ରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ସେ ବିରୋଧ କରିବା ସହ କୃଷକ ଆନ୍ଦୋଳନକୁ ସିଧା ସମର୍ଥନ ଜଣାଇଥିଲେ । ତାଙ୍କ ଦଳ ଏନଡିଏ ସରକାରରେ ସହଯୋଗୀ ଦଳ ଥିବା ବେଳେ ସେ ସେଥିରୁ ସମର୍ଥନ ମଧ୍ୟ ପ୍ରତ୍ୟାହାର କରି ନେଇଥିଲେ । ତାଙ୍କ ଦେହାନ୍ତରେ ପଞ୍ଜାବ ରାଜନୀତିରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2023, 9:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.