ETV Bharat / bharat

ବୃଥା ଯିବନି ଯବାନଙ୍କ ବଳିଦାନ: ପ୍ରଧାନମନ୍ତ୍ରୀ - ଯବାନଙ୍କ ବଳିଦାନ କେବେ ବୃଥା ଯିବନି

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟ 7ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Apr 4, 2021, 10:04 AM IST

ନୂଆଦିଲ୍ଲୀ: ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ 7ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯବାନମାନଙ୍କ ବଳିଦାନକୁ କେବେ ଭୁଲି ହେବନି, ଦେଶ ପାଇଁ ତାଙ୍କର ବଳିଦାନ ବୃଥା ଯିବାକୁ ଦିଆଯିବନି ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଛତିଶଗଡରେ ସୁରକ୍ଷାକର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ 7ଜଣ ଯବାନ ଶହୀଦ ହୋଇଥିବାବେଳେ 30ଜଣ ଆହତ ହୋଇଛନ୍ତି । ଏବେ ବି 15 ଜଣ ଯବାନ ନିଖୋଜ ଥିବା ନେଇ ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆହତ ହୋଇଥିବା ସମସ୍ତ ଯବାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି କହିଛନ୍ତି ଏନକାଉଣ୍ଟରରେ ଲଢେଇ କରି ଶହୀଦ ହୋଇଥିବା ଯବାନଙ୍କ ପରିବାର ସହିତ ଆମେ ସର୍ବଦା ଅଛୁ ସାହସୀ ସହିଦମାନଙ୍କ ବଳିଦାନକୁ ଆମେ ବୃଥା ଯିବାକୁ ଦିଆଯିବନି ବୋଲି କହିଛନ୍ତି ମୋଦି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଦେଶ ସେମାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ । ମୋ ସମବେଦନା ସେମାନଙ୍କ ପରିବାର ସହିତ ରହିଛି । ଆମେ କେବେ ବି ହାରିବୁନି ଶତ୍ରୁମାନଙ୍କ ସହତି ଆମର ଏ ଲଢେଇ ଜାରି ରହିବ ବୋଲି ଟ୍ବିଟ କରି କହିଛନ୍ତି ଶାହା ।

ପ୍ରକାଶ ଥାଉକି, ଗତକାଲି ଛତିଶଗଡର ସିଲଗେର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ସେଠାରେ ଡିଆରଜି ଓ ସିଆରପିଏଫ ପକ୍ଷରୁ ମିଳିତ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ପରେ ନକ୍ସଲ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 7 ଜଣ ଯବାନ ଶହୀଦ ହୋଇଥିବା ବେଳେ 30 ଜଣ ଆହତ ଓ 15ଜଣ ନିଖୋଜ ଅଛନ୍ତି । ଅପରେସନରେ 5 ଶହ ସୁରକ୍ଷାକର୍ମୀ ନିୟୋଜିତ ଥିବା ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.