ETV Bharat / bharat

ED questioning Rahul Gandhi: ପ୍ରତିବାଦବେଳେ ସଚିନ ପାଇଲଟ ଅଟକ - ରାହୁଲଙ୍କୁ ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ବିରୋଧରେ ଦେଶବ୍ୟାପୀ କଂଗ୍ରେସର ପ୍ରତିବାଦ । ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଅଟକ ରଖିଲା ପୋଲିସ । ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଜେରାର ସମ୍ମୁଖୀନ ହେଉଛନ୍ତି ରାହୁଲ । ଅଧିକ ପଢନ୍ତୁ

ED questioning Rahul Gandhi: ପ୍ରତିବାଦ ବେଳେ ସଚିନ ପାଇଲଟ ଅଟକ

author img

By

Published : Jun 15, 2022, 7:04 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ବିରୋଧରେ ଦେଶବ୍ୟାପୀ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରତିବାଦ ଜାରି ରଖିଛନ୍ତି । ଆଜି ବରିଷ୍ଠ କଂଗ୍ରେସ ସଚିନ ପାଇଲଟଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟ ନେତାଙ୍କ ସହ ସଚିମ ମଧ୍ୟ ଜେରା ବିରୋଧରେ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀର ଦଳୀୟ ମୁଖ୍ୟାଳୟ ସାମ୍ନାରୁ ତାଙ୍କୁ ପୋଲିସ ଉଠାଇ ନେଇଛି ।

  • भाजपाई हुकूमत की तानाशाही जारी है..

    कांग्रेस नेता @SachinPilot जी व कांग्रेस कार्यकर्ताओं को हिरासत में लेकर भाजपा कांग्रेसी योद्धाओं के हौसलों को पस्त नहीं कर सकती।

    तानाशाही हुकूमत को करारा जवाब दिया जाएगा। pic.twitter.com/RDwvTRwX9I

    — Congress (@INCIndia) June 15, 2022 " class="align-text-top noRightClick twitterSection" data=" ">

ସଚିନଙ୍କ ଅଟକ ନେଇ ଦଳ ପକ୍ଷରୁ ଏକ ଟ୍ବିଟରେ ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁ ଭିଡିଓରେ ସଚିନ ଓ ଅନ୍ୟ କିଛି ନେତାଙ୍କୁ ଏକ ପୋଲିସ ଭ୍ୟାନରେ ନିଆଯାଉଛି । ବିଜେପି ଏକଛତ୍ରବାଦୀ ସରକାର ଏପରି କରି କଂଗ୍ରେସ ଯୋଦ୍ଧାଙ୍କୁ ଡରାଇ ପାରିବ ନାହିଁ ବୋଲି ମଧ୍ୟ ଦଳ କହିଛି ।

ନ୍ୟାସନାଲ ହେରାଲ୍ଡ ଖବରକାଗଜ ଦୁର୍ନୀତି ମାମଲାରେ ରାହୁଲ ଆଜି କ୍ରମାଗତ ତୃତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଗତକାଲି ତାଙ୍କୁ 10 ଘଣ୍ଟା ଜେରା ହୋଇଥିବା ବେଳେ ଆଜି ପୁଣି ତାଙ୍କୁ ହାଜର ହେବା ନେଇ ତଦନ୍ତକାରୀ ସଂସ୍ଥା ନୋଟିସ ଦେଇଥିଲା । ଏହାକୁ ବିରୋଧ କରି ପ୍ରଥମ ଦିନରୁ ଦଳୀୟ ନେତା ଓ କର୍ମୀମାନେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଇଡି କାର୍ଯ୍ୟାଳୟ ବାହାରେ ପ୍ରତିବାଦ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.