ETV Bharat / bharat

ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ ପାଇଁ ମୋଦିଙ୍କ ଆହ୍ବାନ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଦେଶବାସୀଙ୍କୁ ସମ୍ବୋଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

author img

By

Published : Aug 15, 2021, 11:03 AM IST

ନୂଆଦିଲ୍ଲୀ: ଆଜି ସାରା ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ ପାଇଁ ଲାଲକିଲ୍ଲାରୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶକୁ ସ୍ବାଧୀନ କରିବାକୁ ବର୍ଷ ବର୍ଷ ଧରି ସଂଘର୍ଷ କରିଛି ଭାରତ । ଜବାହରଲାଲ ନେହେରୁଙ୍କ ଠାରୁ ନେଇ ସର୍ଦ୍ଦାର ବଲ୍ଲଭାଇ ପଟେଲ ସମସ୍ତଙ୍କର ଦେଶକୁ ସ୍ବାଧୀନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ସ୍ବୀଧୀନତା ପାଇଁ ଦୀର୍ଘ ଏବଂ କଠିନ ଯୁଦ୍ଧରେ ସଂଗ୍ରାମ କରିଥିବା ଅତୀତର ସମସ୍ତ ନେତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବର୍ତ୍ତମାନ ସମୟ ଆସିଛି ଭାରତ ବିକାଶ ଯାତ୍ରାର । କୋରୋନା ମହାମାରୀ ସମୟରେ ସମୟରେ ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ପରିମଳ କର୍ମଚାରୀ, ବୈଜ୍ଞାନିକ ଯେଉଁମାନେ ଟୀକାକରଣ ଏବଂ କୋଟି କୋଟି ନାଗରିକ ଯେଉଁମାନେ ସେବା ଭାବନା ସହିତ କାର୍ଯ୍ୟ କରିଛନ୍ତି ଯେଉଁମାନେ ଏହି ସମୟ ମଧ୍ୟରେ ଅନ୍ୟମାନଙ୍କୁ ସେବା କରିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତକୁ ଉତ୍ସର୍ଗ କରିଛନ୍ତି ସେମାନେ ପ୍ରଶଂସା ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି ମୋଦି । ସେ ଆହୁରି କହିଛନ୍ତି ଭାରତୀୟ ମାନେ ମହାମାରୀ ଯୁଦ୍ଧକୁ ବହୁତ ଧୌର୍ଯ୍ୟର ସହିତ ମୁକାବିଲା କରିଛନ୍ତି ।

ଆମ ଆଗରେ ଅନେକ ଆହ୍ବାନ ରହିଥିଲା ଥିଲା କିନ୍ତୁ ଆମେ ପ୍ରତ୍ୟେକ କ୍ଷେତ୍ରରେ ଅସାଧାରଣ ଗତି ସହ କାର୍ଯ୍ୟ କରିଛୁ । ଏହା ଆମର ଶିଳ୍ପପତି ଏବଂ ବୈଜ୍ଞାନିକଙ୍କର ପ୍ରୟାସର ଫଳ । ଆଜି ଟିକା ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନୁହେଁ । ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ ଆମର ସମସ୍ତ ଲକ୍ଷ୍ୟ ହାସଲ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ ଏକ ସମୟ ଆସେ ଯେତେବେଳେ ସେହି ରାଷ୍ଟ୍ର ନିଜକୁ ଏକ ନୂତନ ପ୍ରାନ୍ତରୁ ପରିଭାଷିତ କରେ, ଯେତେବେଳେ ସେ ନିଜକୁ ନୂତନ ସଂକଳ୍ପ ସହିତ ଆଗକୁ ନେଇଥାଏ ବିକାଶ ଯାତ୍ରାରେ। ଆମେ ଗର୍ବର ସହିତ କହିପାରିବା ଯେ ଆଜି ସବୁଠାରୁ ଯେଉଁ ବଡ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଭାରତରେ ଚାଲିଛି ଏପର୍ଯ୍ୟନ୍ତ 54 କୋଟିରୁ ଅଧିକ ଲୋକ ଟିକା ନେଇ ସାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ବାଧୀନତା ଦିବସରେ ଲାଲକିଲ୍ଲାକୁ ଆମନ୍ତ୍ରିତ ହୋଇଥିବା ସମସ୍ତ ଟୋକିଓ ଅଥଲେଟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁମାନେ ଟୋକିଓ ଅଲିମ୍ପିକ୍ସରେ ଆମକୁ ଗର୍ବିତ କରିଛନ୍ତି, ସେମାନେ ଆଜି ଆମ ଗହଣରେ ଅଛନ୍ତି । ମୁଁ ଦେଶକୁ ସେମାନଙ୍କର ସଫଳତାକୁ ପ୍ରଶଂସା କରିବାକୁ ଅନୁରୋଧ କରୁଛି । ସେମାନେ କେବଳ ଆମର ହୃଦୟ ଜିତି ନାହାଁନ୍ତି ବରଂ ଭବିଷ୍ୟତ ପୀଢିକୁ ପ୍ରେରଣା ଦେଇଛନ୍ତି ବୋଲି କହିଛନ୍ତି ମୋଦି ।

ଦେଶ ପ୍ରତି ଦୂରଦୃଷ୍ଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ବର୍ଷରେ ଆମକୁ ଦେଶର କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତି ବୃଦ୍ଧି କରିବାକୁ ପଡିବ। ଆମକୁ ସେମାନଙ୍କୁ ନୂତନ ସୁବିଧା ଦେବାକୁ ପଡିବ। ସେମାନେ ଦେଶର ଗର୍ବ ହେବା ଆବଶ୍ୟକ । ଆଜି ଆମେ ଦେଖୁଛୁ ଆମର ଗାଁ ଦ୍ରୁତ ଗତିରେ ବଦଳୁଛି । ବିଗତ କିଛି ବର୍ଷ ମଧ୍ୟରେ ସଡକ ଏବଂ ବିଦ୍ୟୁତ୍ ଭଳି ସୁବିଧା ଗ୍ରାମରେ ପହଞ୍ଚିଛି । ଡିଜିଟାଲ ଉଦ୍ୟୋଗୀମାନେ ମଧ୍ୟ ଗାଁରେ ଜନ୍ମ ନେଇଛି । ଏହାକୁ ଆଗକୁ ନେବାକୁ ଦେଶର ସାମର୍ଥ୍ୟକୁ ସମ୍ପୂର୍ଣ୍ଣରୂପେ ବ୍ୟବହାର କରିବା ଜରୁରୀ ।

ଭାରତ ସ୍ବାଧୀନତାର 100 ବର୍ଷ ପୂରଣ କରିବା ବେଳକୁ 'ଆତ୍ମ ନିର୍ଭର ଭାରତ' ନିର୍ମାଣର ଲକ୍ଷ୍ୟ ନିଶ୍ଚିତ କରିବାକୁ ମୋଦି ଗୁରୁତ୍ବାରୋପ କରିଛନ୍ତି । ଏହା ହାସଲ କରିବା ପାଇଁ ଆମକୁ ପଛରେ ପଡିଥିବା କ୍ଷେତ୍ରଗୁଡିକୁ ସଶକ୍ତ କରିବାକୁ ପଡିବ। ଗତ ସାତ ବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଅନେକ ଯୋଜନାର ଲାଭ କୋଟି କୋଟି ଗରିବ ଲୋକଙ୍କ ପାଖରେ ପହଞ୍ଚିଛି । ଉଜ୍ବଳା ଠାରୁ ଆରମ୍ଭ କରି ଆୟୁଷ୍ମାନ ଭାରତ ପର୍ଯ୍ୟନ୍ତ ଦେଶର ଗରିବ ଲୋକ ସେମାନଙ୍କ ଯୋଜନାର ଶକ୍ତି ବିଷୟରେ ଜାଣିଥିବା କହିଛନ୍ତି ମୋଦି ।

ମୌଳିକ ସୁବିଧା ଉପରେ ଗୁରୁତ୍ବ ଦେବା ସହିତ ସରକାର ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗଗୁଡିକ ନିକଟରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ସର୍ବ-ଭାରତ କୋଟା ଅଧୀନରେ ଓବିସି ମାନଙ୍କୁ ସଂରକ୍ଷଣ ପ୍ରଦାନ କରାଯାଇଛି । ରାଜ୍ୟମାନଙ୍କୁ ନିଜର ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ଦିଆଯାଇଛି । ଦେଶର ବିକାଶ ପଥରେ ସମସ୍ତଙ୍କୁ ଆଗେଇ ଯିବାକୁ କହିଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.