ଭୁବନେଶ୍ବର: ଆଜି ସାବିତ୍ରୀ ବ୍ରତ । ସ୍ବାମୀଙ୍କ ମଙ୍ଗଳ ମନାସି ବ୍ରତ ପାଳନ କରୁଛନ୍ତି ଓଡିଆ ଘରର ନାରୀ । କୋରୋନା କଟକଣା ମଧ୍ୟରେ ଘରେ ରହି ବ୍ରତ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏପରିକି ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ ଧାରା 144 ମଧ୍ୟ ଲାଗୁ କରାଯାଇଛି ।
କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀଙ୍କ ବିବାହ ସତ୍ୟବାନଙ୍କ ସହ ହୋଇଥିଲା । ବିବାହର କିଛିଦିନ ପରେ ସତ୍ୟବାନଙ୍କ ପ୍ରାଣହାନୀ ଘଟିଥିଲା । ମାତ୍ର ସାବିତ୍ରୀ ତାଙ୍କ ନିଷ୍ଠା ଏବଂ ପତିବ୍ରତ ବଳରେ ଯମଙ୍କ ନିକଟରୁ ନିଜ ସ୍ବାମୀଙ୍କୁ ଫେରାଇ ଆଣିପାରିଥିଲେ । ସାବିତ୍ରୀଙ୍କ ଭଲପାଇବା ଆଗରେ ହାର୍ ମାନି ଯମ ବି ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ । ସେବେଠାରୁ ସ୍ବାମୀଙ୍କ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ମହିଳାମାନେ ପାଳନ କରିଆସୁଛନ୍ତି ସାବିତ୍ରୀ ବ୍ରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ