ETV Bharat / bharat

ଆଜିଠୁ ଖୋଲିଲା ସାବରିମାଲା ମନ୍ଦିର, ଭକ୍ତଙ୍କୁ ମାନିବାକୁ ପଡିବ ଏହି ସବୁ ନିୟମ - ଥିରୁବନନ୍ତପୁରମ

ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଜୁଲାଇ ୧୭ରୁ ୨୧ ତାରିଖ ଯାଏଁ ମନ୍ଦିର ଖୋଲା ରହିବ । ଅଧିକ ପଢନ୍ତୁ....

Sabarimala temple reopens for devotees today: Negative RT-PCR report, vaccination proof mandatory
ଆଜିଠୁ ଖୋଲିଲା ସାବରିମାଲା ମନ୍ଦିର, ଭକ୍ତଙ୍କୁ ମାନିବାକୁ ପଡିବ ଏହିସବୁ ନିୟମ
author img

By

Published : Jul 17, 2021, 9:36 AM IST

ଥିରୁଅନନ୍ତପୁରମ: ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଜୁଲାଇ ୧୭ରୁ ୨୧ ତାରିଖ ଯାଏଁ ମନ୍ଦିର ଖୋଲା ରହିବ ମନ୍ଦିର । ମାସିକ ରୀତିନୀତି ପାଇଁ ପାଞ୍ଚ ଦିନ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ଟ୍ରାଭାନକୋର ଦେବସ୍ୱମ ବୋର୍ଡ ଘୋଷଣା କରିଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗାଇଡ ଲାଇନ ଜାରି କରାଯାଇଛି । ଯେଉଁ ଭକ୍ତମାନେ ମନ୍ଦିର ପରିଦର୍ଶନ ପାଇଁ ଆସିବେ ସେମାନଙ୍କ ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି ହୋଇଛି ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ମନ୍ଦିର ପରିଦର୍ଶନ କରିବା ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ 48 ଘଣ୍ଟା ମଧ୍ୟରେ କୋରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଅନଲାଇନ୍ ଟିକେଟ ବୁକିଂ କରି କରି ମନ୍ଦିରକୁ ଯିବାକୁ କୁହାଯାଇଛି । ଏହାସହ ସର୍ବାଧିକ 5000 ଭକ୍ତଙ୍କୁ ଭଗବାନ ଆୟାପ୍ପାଙ୍କ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । କେରଳରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପ୍ରମୁଖ ମନ୍ଦିର ଗୁଡିକୁ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରିଥିଲେ ।

ଜୁଲାଇ 16ରେ କେରଳ 13,750 ନୂଆ ପଜିଟିଭ ଚିହ୍ନଟ ହୋଇଥିଲା । ମୋଟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ 31,30,833 କୁ ବୃଦ୍ଧି ହୋଇଛି । ରାଜ୍ୟର କୋଝିକୋଡ, ମାଲାପୁରାମ ଏବଂ ଥ୍ରିସୁରରେ ସଂକ୍ରମଣ ମାମଲା ଅଧିକ ରହିଛି । ଦିନକରେ କୋଜିକୋଡେ 1,782 ,ମାଲାପୁରାମ 1,763 ଏବଂ ଥ୍ରିସୁର 1,558 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.