ETV Bharat / bharat

ଅକ୍ସିଜେନ୍ ଅଭାବରୁ ହୋଇନି କୌଣସି ମୃତ୍ୟୁ ! କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ

author img

By

Published : Jul 22, 2021, 10:18 PM IST

ଅକ୍ସିଜେନ ଅଭାବରୁ ଦେଶରେ କାହାରବି ମୃତ୍ୟୁ ହୋଇନାହିଁ । କେନ୍ଦ୍ର ସରକାରଙ୍କ ଏଭଳି ଟିପଣିକୁ ନେଇ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

କୋରୋନା ମୃତ୍ୟୁ ନେଇ କେନ୍ଦ୍ରକୁ ପୁଣି ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଅକ୍ସିଜେନ ଅଭାବରୁ ଦେଶରେ କାହାର ବି ମୃତ୍ୟୁ ହୋଇନାହିଁ । କେନ୍ଦ୍ର ସରକାରଙ୍କ ଏଭଳି ଟିପ୍ପଣୀକୁ ନେଇ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ରାହୁଲ ଗାନ୍ଧୀ । ଏହି ଭିଡିଓ ମାଧ୍ୟମରେ ଅମ୍ଳଜାନ ଅଭାବର ସତ୍ୟତା ଓ କୋରୋନାର ଦ୍ବିତୀୟ ଲହରରେ ଭାରତ ସରକାର ଲୋକଙ୍କ ଜୀବନ ଓ ସ୍ବାସ୍ଥ୍ୟ ରକ୍ଷା କରିବାରେ ବିଫଳ ହୋଇଥିବା ଦର୍ଶାଯାଇଛି ।

ଏହାସହ ଅମ୍ଳଜାନ ସିଲିଣ୍ଡର ପାଇଁ ଲୋକେ କିଭଳି ଲମ୍ବାଧାଡିରେ ଅପେକ୍ଷା କରୁଥିଲେ ତାହାର ଚିତ୍ର ଏବଂ ଗୋଆ ଡାକ୍ତରଖାନା ବିଷୟରେ ଏକ ଆର୍ଟିକିଲ ଦର୍ଶାଯାଇଛି, ଯେଉଁଠାରେ ଅମ୍ଳଜାନ ଯୋଗାଣ ଅଭାବରୁ 75 ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା |

ମଙ୍ଗଳବାର ଦିନ ରାଜ୍ୟସଭାରେ କଂଗ୍ରେସ ସାଂସଦ କେ.ସି ଭେନୁଗୋପାଲଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସରକାର କହିଥିଲେ ଯେ କୋରୋନାର ଦ୍ବିତୀୟ ଲହରରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଅମ୍ଳଜାନ ଅଭାବରୁ କୌଣସି ମୃତ୍ୟୁ ହୋଇନାହିଁ।

ସଂସଦରେ ଲିଖିତ ଉତ୍ତର ଦେଇ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ କହିଥିଲେ ଯେ ଜନତାଙ୍କ ସ୍ବାସ୍ଥ୍ୟ ସେବା ପ୍ରସଙ୍ଗ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଅଧିକାର ପରିସର ଭୁକ୍ତ । ଏଥିରେ କେନ୍ଦ୍ରର କୌଣସି ହସ୍ତକ୍ଷପ ନଥାଏ । ତେଣୁ ରାଜ୍ୟସରକାରଙ୍କ ପକ୍ଷରୁ ଯେଉଁ ରିପୋର୍ଟ ଆସିଥାଏ ସେହି ଆଧାରରେ କେନ୍ଦ୍ର ସରକାର ତଥ୍ୟ ରଖିଥାନ୍ତି ।

ଦିଲ୍ଲୀ ସରକାର କୋରୋନା ମୃତ୍ୟୁକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ସତ୍ୟାପାଠ ଦାଖଲ କରି କହିଥିଲେ ଯେ ଅକ୍ସିଜେନ ଅଭାବରୁ କାହାରବି ମୃତ୍ୟୁ ହୋଇନାହିଁ । ତେବେ ଦିଲ୍ଲୀ ସରକାର ମହାମାରୀ ସ୍ଥିତି ଗମ୍ଭୀର ଥିବା ବେଳେ ଅକ୍ସିଜେନ ଅଭାବକୁ ନେଇ ପ୍ରତିଦିନ ମୁହାଁମୁହିଁ ହେଉଥିଲେ । କିନ୍ତୁ ସତ୍ୟା ପାଠରେ ସତ୍ୟ ଲୁଚାଇଥିବାରୁ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଆମ୍ ଆଦମି ସରକାରକୁ ଘେରିବା ସହ ଉଠାଇଛନ୍ତି ଅନେକ ପ୍ରଶ୍ନ ।

ସେପଟେ ଅକ୍ସିଜେନ ଅଭାବ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ସମସ୍ତ ବିରୋଧି ଦଳ ଘେରିବାରେ ଲାଗିଥିଲେ କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମାନଙ୍କ ରିପୋର୍ଟ ପରେ ବିଜେପି ଏବେ ପ୍ରତି ଆକ୍ରମଣ କରିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ , ମହାରାଷ୍ଟ୍ରକୁ ନେଇ ବିଜେପି ପ୍ରଖର ଭାବେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.