ETV Bharat / bharat

ଭାରତରେ ପହଞ୍ଚିଲା ଋଷ ଟୀକା Sputnik V, କ୍ଲିନିକାଲ ଟ୍ରାଏଲ ଆରମ୍ଭ

ଗୁରୁବାର ଭାରତରେ ପହଞ୍ଚିଛି ଋଷ ପକ୍ଷରୁ ବିକଶିତ ସ୍ପୁଟନିକ-ଭି ଟୀକା । ଭାରତରେ ଏହି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ । ଅଧିକ ପଢନ୍ତୁ...

author img

By

Published : Dec 1, 2020, 9:39 PM IST

ଭାରତରେ ପହଞ୍ଚିଲା ଋଷ ଟୀକା Sputnik V, କ୍ଲିନିକାଲ ଟ୍ରାଏଲ ଆରମ୍ଭ
ଭାରତରେ ପହଞ୍ଚିଲା ଋଷ ଟୀକା Sputnik V, କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଟୀକା ଆଶାରେ ରହିଛନ୍ତି ସମସ୍ତେ । ଏପରିସ୍ଥିତିରେ ଗୁରୁବାର ଭାରତରେ ପହଞ୍ଚିଛି ଋଷ ପକ୍ଷରୁ ବିକଶିତ ସ୍ପୁଟନିକ-ଭି ଟୀକା । ତେବେ ଋଷ ପ୍ରତ୍ୟେକ୍ଷ ନିବେଶ ପାଣ୍ଠି ଓ ଡକ୍ଟର ରେଡ୍ଡୀ ଲ୍ୟାବ୍ରୋଟୋରୀ ଭାରତରେ ଏହି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଥିବା ଭାରତୀୟ ଫାର୍ମା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ବିଶ୍ବର ପ୍ରଥମ ଦେଶ ଭାବରେ ଋଷ ଅଗଷ୍ଟ 11ରେ କୋରୋନା ଟୀକା ସ୍ପୁଟନିକ-ଭିକୁ ପଞ୍ଜୀକରଣ କରିଥିଲା । ଏହି ଭ୍ୟାକ୍ସିନ ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜୀ ଏବଂ ଋଷ ସ୍ବାସ୍ଥ୍ୟମନ୍ତ୍ରଣଳାଳୟର ମାଇକ୍ରୋ ବାୟୋଲୋଜୀ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ସ୍ପୁଟନିକ-ଭି ଭ୍ୟାକ୍ସିନ 95 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଋଷ । ମେଲିୟା ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲୋଜି ନ୍ୟାସନାଲ ସେଣ୍ଟର ଅନୁଯାୟୀ ପ୍ରଥମ ଡୋଜର 42 ଦିନ ପରେ ଟୀକା 95% ରୁ ଅଧିକ ଫଳପ୍ରଦ ରହିଥିବା କୁହାଯାଇଥିଲା ।

ସ୍ପୁଟନିକ-ଭି ଭ୍ୟାକ୍ସିନର ଗୋଟିଏ ଡୋଜର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ 10 ଡଲାର ରହିବ । ତେବେ । ଜଣେ ବ୍ୟକ୍ତିକୁ ଭ୍ୟାକ୍ସିନର 2ଟି ଡୋଜ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.