ETV Bharat / bharat

ଡିସେମ୍ବର ୬ରେ ଭାରତ ଆସିବେ ଋଷ ରାଷ୍ଟ୍ରପତି !

author img

By

Published : Nov 11, 2021, 12:51 PM IST

ଆସନ୍ତା ମାସ ପ୍ରଥମ ସପ୍ତାହରେ ଭାରତ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁତିନ । ଅଧିକ ପଢନ୍ତୁ...

୬ ରେ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟୀନ

ନୂଆଦିଲ୍ଲୀ: ଆସନ୍ତା ମାସ ପ୍ରଥମ ସପ୍ତାହରେ ଭାରତ ଆସିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁତିନ । ଡିସେମ୍ବର ୬ରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଭାରତ ଆସୁଥିବା କୁହାଯାଉଛି ।

ଦିନିକିଆ ଗସ୍ତରେ ଆସୁଥିବା ପୁତିନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ଶେ‌ଷ ସୁଦ୍ଧା ‘ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’ର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚୁଥିବାରୁ ପୁତିନଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ରହିଛି ।

ତେବେ ପୁତିନ ୨୦୧୮ ବାର୍ଷିକ ଶିଖର ବୈଠକରେ ଯୋଗ ଦେବା ପାଇଁ ଶେଷ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ । ଏହିସମୟରେ ହିଁ ଭାରତ ଓ ରୁଷ୍‌ ମଧ୍ୟରେ ‘ଏସ୍‌-୪୦୦’ ମିସାଇଲ୍‌ ସିଷ୍ଟମ୍‌ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.