ETV Bharat / bharat

କିବରେ ଟାଓ୍ବାର ଉଡାଇଲା ଋଷସେନା, ସାଧାରଣ ନାଗରିକଙ୍କୁ ସହର ଛାଡି ଚାଲି ଯିବା ପାଇଁ ଚେତାବନୀ

author img

By

Published : Mar 1, 2022, 10:44 PM IST

ୟୁକ୍ରେନ ରାଜଧାନୀ କିବରେ ପ୍ରବେଶ କଲା ଋଷ ସେନା । ବିସ୍ଫୋରଣରେ ଟାଓ୍ବାର ଉଡାଇବା ପରେ ସହରର ସୂଚନା ଯୋଗାଯୋଗ ପ୍ରକ୍ରିୟା ଅକାମି । ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ଋଷ ସେନାର ନିର୍ଦ୍ଦେଶ । ଅଧିକ ପଢନ୍ତୁ

କିବରେ ଟାଓ୍ବାର ଉଡାଇଲା ଋଷସେନା, ସାଧାରଣ ନଗରିକଙ୍କୁ ସହର ଛାଡି ଚାଲି ଯିବାପାଇଁ ଚେତାବନୀ

ନୂଆଦିଲ୍ଲୀ: ଆକ୍ରମଣର ୬ଷ୍ଠ ଦିନରେ ୟୁକ୍ରେନ ରାଜଧାନୀ କିବରେ ପ୍ରବେଶ କରିଛି ଋଷ ସେନା । ୟୁକ୍ରେନର ଇଣ୍ଟେଲିଜେନ୍ସ ଇନଫ୍ରାଷ୍ଟ୍ରକ୍ଚରକୁ ସମ୍ପୂର୍ଣ୍ଣ ଧରାସାୟୀ କରିବା ପାଇଁ ରାଜଧାନୀ କିବରେ ଥିବା ଟାଓ୍ବରକୁ ବିସ୍ଫୋରଣରେ ଉଡାଇ ଦେଇଛି । ଫଳରେ ରାଜଧାନୀ କିବରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଆକ୍ରମଣ ପରେ କିବରେ ଥିବା କୌଣସି ଗଣମାଧ୍ୟମ ବା ସୂଚନା ଆଦାନ ପ୍ରଦାନ ସଂସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ।

ତେବେ ଆକ୍ରମଣ ପୂର୍ବରୁ ସ୍ଥାନୀୟ ତଥା ସଧାରଣ ଲୋକଙ୍କୁ ଉକ୍ତ ସ୍ଥାନ ଛାଡି ଚାଲିଯିବା ପାଇଁ ମଧ୍ୟ ଋଷ ସେନା ଚେତବନୀ ଦେଇଥିଲା । ବିସ୍ଫୋରଣ ପରେ ଟାଓ୍ବାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କ ମୃତାହତ ନେଇ ତଥ୍ୟ ମିଳି ପାରିନାହିଁ ।

ରାଜଧାନୀ କିବରେ ପ୍ରବେଶ କରିବା ପୂର୍ବରୁ ଆଜି ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାର୍କିଭ ଉପରେ ଋଷ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଫଳରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଛାତ୍ରଙ୍କ ସମେତ ଅନ୍ୟ କିଛି ବିଦେଶୀ ନାଗରିକ ମଧ୍ୟ ଥିବା ସୂଚନା ରହିଛି । ଅନ୍ୟପଟେ ଋଷ ସାଧାରଣ ଜନତାଙ୍କୁ ଆକ୍ରମଣ କରୁନାହିଁ ବୋଲି କହି ଚାଲିଛି ।

ଗତ କିଛି ଦିନରେ ୟୁକ୍ରେନର ଏକାଧିକ ସହରକୁ ଆକ୍ରମଣ କରିବା ବେଳେ ଋଷର ମିସାଇଲ ଗୁଡିକ ସାଧାରଣ ଅଟ୍ଟାଳିକା ଓ ଜନବସତିଗୁଡିକରେ ମାଡ ହୋଇଥିବା ଦେଖିବାକୁ ମିଳିଛି । ଏବେ ସୁଦ୍ଧା ଅନେକ ସାଧାରଣ ଜନତା ପ୍ରାଣ ହରାଇ ସାରିଥିବା ମଧ୍ୟ ଜାତିସଙ୍ଘ ପକ୍ଷରୁ ମଧ୍ୟ ଉଦବେଗ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.