ETV Bharat / bharat

ଲକ୍ଷ୍ୟ ସ୍ଥଳରେ ନପହଞ୍ଚିବା ଯାଏଁ ବନ୍ଦ ହେବନି ସାମରିକ ଅପରେସନ: ଋଷ - ଋଷର ୟୁକ୍ରେନ ଆକ୍ରମଣ

ପଶ୍ଚିମ ରାଷ୍ଟ୍ରରୁ ରହିଛି ଋଷର ସାର୍ବଭୌମତ୍ବକୁ ରହିଛି ବିପଦ । ତେଣୁ ଲକ୍ଷ୍ୟ ହାସଲ ନହେବା ଯାଏଁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବ ନାହିଁ ବୋଲି କହିଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ। ଅଧିକ ପଢନ୍ତୁ

ଲକ୍ଷ ସ୍ଥଳରେ ନପହଞ୍ଚିବା ଯାଏ ବନ୍ଦ ହେବନି ସାମରିକ ଅପରେସନ: ଋଷ

author img

By

Published : Mar 1, 2022, 7:18 PM IST

ମସ୍କୋ: ଯେଉଁ ଲକ୍ଷ୍ୟ ନେଇ ୟୁକ୍ରେନ ଉପରେ ଋଷ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ସେ ଲକ୍ଷ୍ୟ ହାସଲ ନକରିବା ଯାଏଁ ଅଭିଯାନ ବନ୍ଦ କରିବ ନାହିଁ । ଆଜି ଏନେଇ ଋଷ ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ସୂଚନା ଦେଇଛନ୍ତି । ସରୋଜ ଶୋଏଗୁ କହିଛନ୍ତି ୟୁକ୍ରେନ ସୀମାରେ ପଶ୍ଚିମ ରାଷ୍ଟ୍ର ଗତ କିଛି ବର୍ଷ ଧରି ଜାରି ରଖିଥିବା ଅଭିଯାନ ଋଷର ସ୍ବତନ୍ତ୍ରତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ସେଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଆବଶ୍ୟକ ହୋଇପଡିଥିଲା ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ୟୁକ୍ରେନ ସୀମାରେ ନାଟୋର ଆଧିପତ୍ୟ ବଢିଲେ ଋଷର ଅଖଣ୍ଡତା ପ୍ରତି ବିଶାଳ ବିପଦ ରହିଛି । ତେଣୁ ଋଷର ଅଖଣ୍ଡତା ବଜାୟ ରଖିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିଲା । ଏପରି ସୂଚନା ପରେ ଏହା ସ୍ପଷ୍ଟ ସଙ୍କେତ ମିଳିସାରିଛି ଯେ, କୌଣସି ପ୍ରକାର ଋଷ ନିଜ ଲକ୍ଷସ୍ଥଳରେ ନପହଞ୍ଚିବା ଯାଏ ଯୁଦ୍ଧ ବନ୍ଦ କରିବ ନାହିଁ । ଗତକାଲି ଯୁଦ୍ଧ ବିରତି ସମ୍ପର୍କରେ ବେଲାରୁଷରେ ଉଭୟ ପକ୍ଷଙ୍କ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଶାନ୍ତି ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ପ୍ରକାର ନିଷ୍କର୍ସ ବାହାରି ପାରିନଥିଲା ।

ଅନ୍ୟପଟେ ଏବେ ମଧ୍ୟ ୟୁକ୍ରେନ ପକ୍ଷରୁ ଲଢେଇ ଜୋରଦାର କରାଯିବାରେ ଲାଗିଲାଣି । ଅନ୍ତର୍ଜାତୀୟ ସ୍ତରରେ ଋଷକୁ ଅର୍ଥନୈତିକ ଭାବେ ଦୁର୍ବଳ କରିବା ପାଇଁ ପଶ୍ଚିମ ରାଷ୍ଟ୍ର ସମୂହ ଏକାଧିକ କଟକଣା ମଧ୍ୟ ଜାରି କଲେଣି, ଯାହା ଋଷର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବାକୁ ଆରମ୍ଭ କଲାଣି ବୋଲି ଅର୍ଥନୀତି ବିଶେଷଜ୍ଞ ମାନେ ମତ ଦେଲେଣି । ଏସବୁ ସତ୍ତ୍ବେ ମଧ୍ୟ ଋଷ ନିଜ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ଯୁଦ୍ଧ ବନ୍ଦ କରିବା ନାହିଁ ବୋଲି ସ୍ପଷ୍ଟ କରିଛି । ଋଷର ଏପରି ସୂଚନା ପରେ ଯୁଦ୍ଧର ଭୟାବହତାକୁ ନେଇ ଲାଗି ରହିଥିବା ଆଶଙ୍କା ମଧ୍ୟ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.