ETV Bharat / bharat

Russia Ukraine war: ୟୁକ୍ରେନର ମେଲିଟୋପଲ ସିଟିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଲା ଋଷ ସେନା - ଋଷ ଆକ୍ରମଣ ତାଜା ଖବର

ଦକ୍ଷିଣ ୟୁକ୍ରେନର ମେଲିଟୋପୋଲ ସହର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଥିବା ଋଷର ଦାବି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେଙ୍କୋଭଙ୍କ ସୂଚନା । ଅଧିକ ପଢନ୍ତୁ

Russia Ukraine war : ୟୁକ୍ରେନର ମେଲିଟୋପଲ ସିଟିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଲା ଋଷ ସେନା

author img

By

Published : Feb 26, 2022, 7:12 PM IST

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିୟନ୍ତ୍ରଣକୁ ନେବାରେ ଲାଗିଛି ଋଷ ସେନା । ଆଜି ୟୁକ୍ରେନର ଦକ୍ଷିଣରେ ଥିବା ମେଲିଟୋପୋଲ ସହର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଥିବା ସୂଚନା ଦେଇଛି ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ।

ଆଜି (ଶନିବାର) ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେନକୋଭ ଗଣମାଧ୍ୟମକୁ କହିଛନ୍ତି ଯେ, ଋଷର ସଶସ୍ତ୍ର ବାହିନୀ ମେଲିଟୋପୋଲ ସହର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ସାରିଛି । କିନ୍ତୁ ସେଠାକାର ସାଧାରଣ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ମଧ୍ୟ ଋଷ ସେନାର ଏକ ଦାୟିତ୍ବ । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେନା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛି ।

ୟୁକ୍ରେନର ପୂର୍ବାଞ୍ଚଳରେ ଥିବା ଡୋନେଟସ୍କ ଏବଂ ଲୁହାନସ୍କର ବିଦ୍ରୋହୀଙ୍କ ଉପରେ ଗତ କିଛି ମାସ ଧରି ୟୁକ୍ରେନ ସେନା ବର୍ବର ଭାବେ ଆକ୍ରମଣ କରିଚାଲିଥିଲା । ସେମାନେ ୟୁକ୍ରେନ ସେନା ଠାରୁ ରକ୍ଷା ପାଇବା ପାଇଁ ଋଷର ସହାୟତା ମାଗିଥିଲେ । ପରେ ଋଷ ପକ୍ଷରୁ ଉକ୍ତ ଦୁଇ ଅଞ୍ଚଳକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦିଆଯିବା ସହ ସେଠାକୁ ସୈନ୍ୟ ପ୍ରେରଣ କରାଯାଇଥିଲା । ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧରେ କେବଳ ସାମରିକ ପ୍ରତିଷ୍ଠାନକୁ ବାଦ ଦେଲା ସାଧାରଣ ଜନବସତିକୁ ଆକ୍ରମଣ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ଇଗୋର କୋନାଶେନକୋଭ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.