ETV Bharat / bharat

Russia-Ukraine war: ମଧ୍ୟସ୍ଥତା ପାଇଁ ଇସ୍ରାଏଲର ଉଦ୍ୟମ, ପୁଟିନଙ୍କୁ ଭେଟିବା ପରେ ଜେଲେନସ୍କିଙ୍କୁ ଫୋନ କଲେ ବେନେଟ

author img

By

Published : Mar 6, 2022, 6:12 PM IST

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଇସ୍ରାଏଲର ମଧ୍ୟସ୍ଥତା ଉଦ୍ୟମ । ଗତକାଲି ମସ୍କୋ ଗସ୍ତ କରି ଋଷ ରାଷ୍ଟ୍ରପତି ପୁଟିନଙ୍କ ଦୀର୍ଘ 3 ଘଣ୍ଟା ଆଲୋଚନା କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଥିବା ସୂଚନା । ଉଭୟ ଦେଶ ସହ ୟୁକ୍ରେନର ସୁସମ୍ପର୍କ କାରଣରୁ ସକରାତ୍ମକ ଫଳାପଳ ନେଇ ଆଶା । ଅଧିକ ପଢନ୍ତୁ

Russia-Ukraine war: ମଧ୍ୟସ୍ଥତା ପାଇଁ ଇସ୍ରାଏଲର ଉଦ୍ୟମ

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଭୟଙ୍କର ଯୁଦ୍ଧକୁ ନେଇ ସାରା ବିଶ୍ବବ୍ୟାପୀ ଆଶଙ୍କା ଲାଗିରହିଛି । ଅନେକ ରାଷ୍ଟ୍ର ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ପକ୍ଷକୁ ନିବେଦନ କରିଥିଲେ ମଧ୍ୟ ତମାମ ପରାମର୍ଶ ଓ ଅନ୍ତର୍ଜାତୀୟ ଚାପ ସତ୍ତ୍ବ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ସପକ୍ଷରେ ଋଷ ନଥିବା ଯୋଗୁ ଯୁଦ୍ଧ ପରିସ୍ଥିତି କ୍ରମଶଃ ଗମ୍ଭୀର ହେବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ସଂଘର୍ଷର ସମାଧାନ ତଥା ଶାନ୍ତି ପ୍ରତିଷ୍ଠା ନେଇ ମଧ୍ୟସ୍ଥତାର ଆଗ୍ରହ ଦେଖାଇଛି ଇସ୍ରାଏଲ ।

ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟିଲ ବେନେଟ ମସ୍କୋ ଗସ୍ତ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏହି ପ୍ରସଙ୍ଗରେ ଦୀର୍ଘକାଳୀନ ଆଲୋଚନା କରିଥିଲେ । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରାୟ 3 ଘଣ୍ଟା କାଳ ଆଲୋଚନା ହୋଇଥିଲା । ତେବେ ବେନେଟ ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ କଥା ହୋଇଥିବା ସୂଚନା ମିଳିଛି । ଗତକାଲି ସେ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବା ପରେ ବର୍ଲିନ ଅଭିମୁଖେ ଯାତ୍ରା କରିଛନ୍ତି । ଏହେ ପ୍ରସଙ୍ଗରେ ସେ ଜର୍ମାନୀ ଚାନସେଲରଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଗତକାଲି ମସ୍କୋ ସହ ଆଲୋଚନା ବେଳେ ୟୁକ୍ରେନରେ ବସବାସ କରୁଥିବା ଇହୁଦୀ ସମ୍ପ୍ରଦାୟ ନାଗରିକଙ୍କ ସୁରକ୍ଷା ନେଇ ମଧ୍ୟ ଇସ୍ରାଏଲ ପକ୍ଷରୁ ପୁଟିନଙ୍କୁ ଅବଗତ କରାଇଥିବା ମଧ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଇସ୍ରାଏଲର ଦୁଇ ଦେଶ ୟୁକ୍ରେନ ଓ ଋଷ ସହ ସୁସମ୍ପର୍କ ରହିଛି । ପୂର୍ବରୁ ଋଷର ୟୁକ୍ରେନ ଆକ୍ରମଣକୁ ଇସ୍ରାଏଲ ନିନ୍ଦା କରିବା ସହ ୟୁକ୍ରେନକୁ ନୈତିକ ସମର୍ଥନ ଦେଇ ଆସିଥିଲା ।

ସ୍ଥିତି ବଦଳିବା ପରେ ଶାନ୍ତିପୂର୍ଣ୍ଣ ଆଲୋଚନା ଓ ସମାଧାନ ପାଇଁ ଇସ୍ରାଏଲ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଋଷ ଓ ୟୁକ୍ରେନ ମଧ୍ୟରେ ଦୁଇ ପର୍ଯ୍ୟାୟର କଥାବାର୍ତ୍ତା ସରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏପରି ସ୍ଥଳେ ଇସ୍ରାଏଲର ମଧ୍ୟସ୍ଥତା ମାଧ୍ୟମରେ କିଛି ସମାଧାନର ରାସ୍ତା ବାହାରିପାରେ ବୋଲି ମଧ୍ୟ ଆକଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.