ETV Bharat / bharat

Missile Defence System: ଯୁଦ୍ଧର ଘନଘଟା ଭିତରେ ଭାରତ ଆସିବ ଦ୍ୱିତୀୟ ବ୍ୟାଚ୍ S-400

ଭାରତକୁ ଖୁବଶୀଘ୍ର ମିଳିବ ଦ୍ୱିତୀୟ ବ୍ୟାଚ୍ S-400 ଏୟାର ଡିଫେନ୍ସ ସିଷ୍ଟମ୍ । ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ନିର୍ଦ୍ଧାରିତ ସମୟ ଆଗରୁ ଭାରତକୁ ଦ୍ବିତୀୟ ପର୍ଯ୍ୟାୟ S-400 ମିସାଇଲ ଡିଫେନ୍ସ ସିଷ୍ଟମ ହସ୍ତାନ୍ତର କରିବ ଋଷ । ଏକାଧିକ ପ୍ରତିବନ୍ଧକ ଲାଗି ଥିବା ସ୍ବତ୍ତେ ଏହି ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ପ୍ରଦାନ କରିବ ଋଷ । ଅଧିକ ପଢନ୍ତୁ

author img

By

Published : Apr 15, 2022, 5:26 PM IST

Updated : Apr 15, 2022, 6:38 PM IST

S-400 missile system
S-400 missile system

ନୂଆଦିଲ୍ଲୀ: ଯୁଦ୍ଧର ଘନଘଟା ଭିତରେ ଭାରତ ଆସିବ ଦ୍ୱିତୀୟ ବ୍ୟାଚ୍ S-400 । ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ନିର୍ଦ୍ଧାରିତ ସମୟ ଆଗରୁ ଭାରତକୁ ମିଳିଲା ଦ୍ବିତୀୟ ପର୍ଯ୍ୟାୟ S-400 ମିସାଇଲ ଡିଫେନ୍ସ ସିଷ୍ଟମ (S-400 advanced surface-to-air missile defence system) । ଏଥିସହ ଋଷ ଉପରେ ପ୍ରତିବନ୍ଧକ ଲାଗି ଥିବା ସ୍ବତ୍ତେ ଏହି ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ପ୍ରଦାନ କରିଛି । ତେବେ ପେମେଣ୍ଟ ସିଷ୍ଟମ ହିଁ ବର୍ତ୍ତମାନ ପାଇଁ ଦୁଇ ଦେଶ ମଧ୍ୟରେ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି ।

ସେହିପରି ଚଳିତ ମାସ ଶେଷ ସୁଦ୍ଧା ଋଷ ଏହି ଉନ୍ନତ କ୍ଷେପଣାସ୍ତ୍ର ଭାରତକୁ ପଠାଇବ । ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆସିବା ପରେ ଏହାକୁ ବିିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ପ୍ରଥମ ବ୍ୟାଚ ଭାରତକୁ ଗତ ବର୍ଷ ଡିସେମ୍ବରେ ପଠାଇଥିଲା ଋଷ ।

ସେହିଭଳି ପ୍ରଥମ ପର୍ଯ୍ୟାୟରେ ଆସିଥିବା ଏହି ଉନ୍ନତ ମିସାଇଲ ବର୍ତ୍ତମାନ ପଞ୍ଜାବ ସୀମାରେ ମୁତୟନ କରାଯାଇଛି । ଏହା ଖାସ କରି ପାକିସ୍ତାନ ଓ ଚୀନର ଏୟାର ଷ୍ଟ୍ରାଇକ୍‌କୁ ପ୍ରତିହିତ କରିବା ଲାଗି ମୁତୟନ କରାଯାଇଛି । ତେବେ ଭାରତ, ଋଷଠୁ ୫ଟି ଏସ-୪୦୦ ସିଷ୍ଟମ (S-400 systems ) ମିସାଇଲ କିଣିବା ଲାଗି ୫ ବିଲିୟନ ଡଲାରର ଚୁକ୍ତି ୨୦୧୮ ମସିହା ଅକ୍ଟୋବରରେ କରିଥିଲା ।

ଏତଦ୍‌ବ୍ୟତିତ୍‌ ଏସ-୪୦୦(S-400) ସିଷ୍ଟମର ସମସ୍ତ ପାଞ୍ଚଟି ୟୁନିଟ ୨୦୨୦୨ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ବୋଲି ଆଶା କରାଯାଉଛି । ତେବେ ଏହା ୪୦ କିଲୋମିଟରରୁ ୪୦୦ କିଲୋମିଟର ମଧ୍ୟରେ ଶତ୍ରୁ ପକ୍ଷର ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ଧୂଂସ କରିବାର କ୍ଷମତା ରଖୁଛି । ଏଥିସହ ଏସ-୪୦୦(S-400) ସିଷ୍ଟମ ଚୀନ କିମ୍ବା ପାକିସ୍ତାନୀ ଯୁଦ୍ଧବିମାନକୁ ବାୟୁସେନା ଘଟିରୁ ବାହାରିବା କ୍ଷଣି ଟ୍ରାକିଂ କରିବା ଦିଗରେ ଦକ୍ଷତା ରଖୁଛି । ଏହା ସହିତ ଏହି ମିସାଇଲ ସିଷ୍ଟମ ଏକାଧିକ ଟାର୍ଗେଟ୍ ଓ ଏକାଧିକ ରେଞ୍ଜରୁ ଏବଂ ଶତ୍ରୁ ପକ୍ଷର ଯେକୌଣସି ଅସ୍ତ୍ରଶସ୍ତ୍ରକୁ ଧୂଂସ କରି ପାରିବ ।

@IANS

Last Updated : Apr 15, 2022, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.