ETV Bharat / bharat

ଋଷରେ ପୁଣି କୋରୋନା ତାଣ୍ଡବ: ଗୋଟିଏ ଦିନରେ 1,123 ମୃତ, ଫେରିଲା ଲକଡାଉନ

author img

By

Published : Oct 28, 2021, 7:03 PM IST

ପୁଣି ଋଷରେ ଦେଖିବାକୁ ମିଳିଛି କୋଭିଡର ଭୟାବହତା । ଗୋଟିଏ ଦିନରେ ପ୍ରାଣ ହରାଇଲେ 1,123 । ନଭେମ୍ବର ୭ ଯାଏଁ ଲାଗୁ ହେଲା ଲକଡାଉନ । ଅଧିକ ପଢନ୍ତୁ...

ଋଷରେ ପୁଣି କୋରୋନା ତାଣ୍ଡବ: ଗୋଟିଏ ଦିନରେ 1,123 ମୃତ, ଫେରିଲା ଲକଡାଉନ
ଋଷରେ ପୁଣି କୋରୋନା ତାଣ୍ଡବ: ଗୋଟିଏ ଦିନରେ 1,123 ମୃତ, ଫେରିଲା ଲକଡାଉନ

ମସ୍କୋ: ଟୀକାକରଣ ପ୍ରକ୍ରିୟା ସାମାନ୍ୟ କୋହଳ ହେବା ପରେ ପୁଣି ଋଷରେ ଦେଖିବାକୁ ମିଳିଛି କୋଭିଡର ତାଣ୍ଡବ । ଆଜି ଗୋଟିଏ ଦିନରେ ଦେଶରେ 1,123 କୋଭିଡଜନିତ ମୃତ୍ୟୁ ସାମ୍ନାକୁ ଆସିଛି । ଫଳରେ ଆସନ୍ତା 11ଦିନ ଅର୍ଥାତ ନଭେମ୍ବର ୭ତାରିଖ ଯାଏଁ ପୁଣି ଲକଡାଉନ ଜାରି କରିଛନ୍ତି ଋଷ ସରକାର । ରାଜଧାନୀ ମସ୍କୋରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଦେଲେ ଦୋକାନ ବଜାର, ସ୍କୁଲ କଲେଜ ଏବଂ ସମସ୍ତ ସାର୍ବଜନୀନ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

କୋଭିଡରେ ବର୍ତ୍ତମାନ ସୁଦ୍ଧା ଋଷରେ ମୋଟ 230,000ରୁ ଅଧିକ ମୃତ୍ୟୁ ସାମ୍ନାକୁ ଆସିଥିବାବେଳେ ମହାମାରୀର ମାତ୍ରାଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ତାଲିକାରେ ରହିଛି ଋଷ । କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଯେଉଁ ପ୍ରକାରର କୋଭିଡ କଟକଣା ଜାରି କରାଯାଇଛି, ସେହି ଧାରାରେ ଋଷ ସରକାର ସମାନ୍ୟ ଢିଲାପଣ ପ୍ରଦର୍ଶନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଦେଶରେ ଟିକାକରଣର ହାର ମଧ୍ୟ ଲୋକସଂଖ୍ୟା ଦୃଷ୍ଟିରୁ କିଛି ଅଧିକ ନୁହେଁ ।

ତେବେ ବର୍ତ୍ତମାନ ସୁଦ୍ଧା ଦେଶର ଜନସଂଖ୍ୟାର ମାତ୍ର 32 ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଛି ବୋଲି ଋଷର ‘ଗୋଗୋଭ ୱେବସାଇଟ’ରେ ତଥ୍ୟ ଦର୍ଶାଯାଇଛି । ତେବେ ଏପରି ସମୟରେ ଜନସଂଖ୍ୟାର ଏକ ବିଶାଳ ଭାଗ ଟୀକାକରଣ ଠାରୁ ଦୂରରେ ଥିବାବେଳେ କୋଭିଡ କଟକଣା କୋହଳ କରିବା ଋଷ ପାଇଁ ମହଙ୍ଗା ପଡିପାରେ । ଦେଶରେ ପୁଣି ଥରେ ସଂକ୍ରମଣ ଓ ମୃତ୍ୟୁ ହାର ଉପରମୁହାଁ ହେବା ଋଷ ପାଇଁ ଚିନ୍ତା ବଢିବାର କାରଣ ପାଲଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.