ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରନ୍ଦିମ ବାଗଚୀ ବିମାନବନ୍ଦରରେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ । ଆସନ୍ତାକାଲି (ଶୁକ୍ରବାର) ଲାଭରୋବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂତ୍ରରୁ ସୂଚନା ମିଳିଛି ।
-
Welcoming the Foreign Minister of the Russian Federation Sergey Lavrov as he arrives in New Delhi for an official visit. pic.twitter.com/eHHCRgF30y
— Arindam Bagchi (@MEAIndia) March 31, 2022 " class="align-text-top noRightClick twitterSection" data="
">Welcoming the Foreign Minister of the Russian Federation Sergey Lavrov as he arrives in New Delhi for an official visit. pic.twitter.com/eHHCRgF30y
— Arindam Bagchi (@MEAIndia) March 31, 2022Welcoming the Foreign Minister of the Russian Federation Sergey Lavrov as he arrives in New Delhi for an official visit. pic.twitter.com/eHHCRgF30y
— Arindam Bagchi (@MEAIndia) March 31, 2022
ୟୁକ୍ରେନ ବିରୋଧରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ଆଲୋଚନା ହିଁ ଏହି ଗସ୍ତର ମୁଖ୍ୟ ପ୍ରସଙ୍ଗ ହେବା ନେଇ ଅନୁମାନ କରାଯାଉଛି । ଋଷ ପକ୍ଷରୁ ଲାଭରୋବ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜୟଶଙ୍କରଙ୍କୁ ଭେଟିବା ନେଇ ସୂଚନା ଦିଆଯାଇଥିବାବେଳେ ବୈଦେଶିକ ମନ୍ତ୍ରଣାଳୟ କିନ୍ତୁ ବର୍ତ୍ତମାନ ସୁଦ୍ଧା ଆସନ୍ତାକାଲିର କାର୍ଯ୍ୟସୂଚୀ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ