ETV Bharat / bharat

ସ୍କୁଲରେ ଆଶ୍ରୟ ନେଇଥିଲେ ୪୦୦ ଶରଣାର୍ଥୀ, ବୋମା ବର୍ଷାଇଲା ଋଷ !

ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଏକ ସ୍କୁଲରେ ଋଷ ସେନାର ଆକ୍ରମଣ ଅଭିଯୋଗ । ପ୍ରାୟ ୪ଶହରୁ ଉର୍ଦ୍ଧ୍ବ ଶରଣାର୍ଥୀ ଆଶ୍ରୟ ନେଇଥିବା ଦାବି କାଲା ୟୁକ୍ରେନ । ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ମୃତାହତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

ସ୍କୁଲରେ ଆଶ୍ରୟ ନେଇଥିଲେ ୪ଶହ ଶରଣାର୍ଥୀ, ବୋମା ବର୍ଷାଇଲା ଋଷ

author img

By

Published : Mar 20, 2022, 4:24 PM IST

କିଭ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ସାଧାରଣ ଲୋକେ ସହରରୁ ପଳାୟନ କରି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଉଥିବାବେଳେ ସେଠାରେ ମଧ୍ୟ ଆକ୍ରମଣରୁ ବର୍ତ୍ତିନାହାନ୍ତି । ଆଜି ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଥିବା ଏକ ସ୍କୁଲରେ ଋଷ ସେନା ଆକ୍ରମଣ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଉକ୍ତ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା ଏବଂ ସେଠାରେ ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ଶରଣାର୍ଥୀ ଥିବା ନେଇ ମଧ୍ୟ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହା ଋଷ ଦ୍ବାରା ଯୁଦ୍ଧ ଅପରାଧ (war crimes) ବୋଲି କହି ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ତେବେ ମିଳିଥିବା ସୂଚନା ଅନୁସାରେ ଉକ୍ତ ସ୍କୁଲଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଠାରେ ଥିବା ଶରଣାର୍ଥୀଙ୍କ ମୃତାହତ ନେଇ ସୂଚନା ମିଳିପାରିନାହିଁ । ଗତ ଦୁଇ ଦିନ ତଳେ ମଧ୍ୟ ସମାନ ଅଭିଯୋଗ କରିଥିଲା ୟୁକ୍ରେନ । ମାରିଓପୋଲର ଏକ ଥିଏଟରରରେ ଶରଣାର୍ଥୀ ଆଶ୍ରୟ ନେଇଥିବା ବେଳେ ସେଠାରେ ଋଷ ପକ୍ଷରୁ ବୋମାବର୍ଷଣ ହୋଇଥିଲା । ଏଥିରେ ଏକାଧିକ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇଥିବା ସ୍ଥାନୀୟ ପ୍ରଶାସନ କହିଥିଲା ।

ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ ଋଷ ସେନାର ଏପରି ଆକ୍ରମଣକୁ ଓ୍ବାର କ୍ରାଇମ ବୋଲି ଅବିହିତ କରିବା ସହ ମାନବାଧିକାରର ହତ୍ୟା ବୋଲି କହିଛନ୍ତି । ଗତ ୩ ସପ୍ତାହ ମଧ୍ୟରେ ଋଷ ଫୋର୍ସ ସାଧାରଣ ପ୍ରତିଷ୍ଠାନ ଓ ଜନତାଙ୍କୁ ହତ୍ୟା କରିବାରେ ଲାଗିଛି ବୋଲି କହିଥିଲେ ଜେଲେନସ୍କି । ଅନ୍ୟପଟେ ଋଷ କୌଣସି ଅଣସାମରିକ ପ୍ରତିଷ୍ଠାନ ତଥା ସାଧାରଣ ଜନତାଙ୍କୁ ଟାର୍ଗେଟ କରାଯାଉନାହିଁ ବୋଲି କହିବା ସହ ଯୁଦ୍ଧା ଜାରି ରଖିଛି । ଜାତିସଂଘ ସମତେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଋଷକୁ କହିସାରି ଥିବାବେଳେ ସମସ୍ତ ଅନ୍ତର୍ଜାତୀୟ ନିର୍ଦ୍ଦେଶକୁ ଭ୍ରୁକ୍ଷେପ ନକରି ଯୁଦ୍ଧ ଜାରି ରଖିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.