ETV Bharat / bharat

ଆସିଲା ସ୍ପୁଟନିକ ଲାଇଟ୍‌, କୋରୋନାକୁ ମାତ ଦେବ ସିଙ୍ଗଲ ଡୋଜ୍

ସ୍ପୁଟନିକ-ଭି ପରେ ଏବେ ଆସିଛି ସ୍ପୁଟନିକ ଲାଇଟ । ଏହା 80 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରାଯାଉଛି । ଅଧିକ ପଢନ୍ତୁ...

author img

By

Published : May 6, 2021, 8:51 PM IST

ସ୍ପୁଟନିକ ଲାଇଟ୍‌କୁ ଋଷର ମଞ୍ଜୁରୀ, ସିଙ୍ଗଲ ଡୋଜ୍‌ରେ ଦେବ କୋରୋନାକୁ ମାତ

ନୂଆଦିଲ୍ଲୀ: କୋରୋନାକୁ ସିଙ୍ଗ୍‌ଲ ଡୋଜ୍‌ରେ ମାତ ଦେବାକୁ ଲଞ୍ଚ ହୋଇଛି ଋଷ ଦ୍ବାରା ବିକଶିତ ସ୍ପୁଟନିକ-ଭି ଭ୍ୟାକ୍ସିନର ନୂଆ ଭର୍ସନ । ସ୍ପୁଟନିକ ପରେ ଏବେ ଆସିଛି ସ୍ପୁଟନିକ ଲାଇଟ । ଏହା 80 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରାଯାଉଛି ।

ସ୍ପୁଟନିକ ଲାଇଟର କେବଳ ଗୋଟିଏ ଡୋଜ ହିଁ କୋଭିଡରୁ ସୁରକ୍ଷା ଦେବାକୁ ସକ୍ଷମ ବୋଲି କୁହାଯାଉଛି । ଏହି ଭ୍ୟାକ୍ସିନର ଫଣ୍ଡିଂ କରୁଥିବା ଋଷ ଆରଡିଆଇଏଫ ନିଜ ବୟାନରେ କହିଛି ଯେ ଦୁଇ ଡୋଜ୍‌ ବିଶିଷ୍ଟ ସ୍ପୁଟନିକ-ଭି ଭ୍ୟାକ୍ସିନ ତୁଳନାରେ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ ଅଧିକ ପ୍ରଭାବଶାଳୀ । ସ୍ପୁଟନିକ-ଭି 91.6 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇଥିବାବେଳେ ସ୍ପୁଟନିକ ଲାଇଟ 79.4 ପ୍ରତିଶତ ପ୍ରଭାବଶାଳୀ ।

ଏହି ଟିକା 5 ଡିସେମ୍ବର 2020ରୁ 15 ଏପ୍ରିଲ 2021 ମଧ୍ୟରେ ଋଷରେ ଏକ ବ୍ୟାପକ ଟୀକାକରଣ ଅଭିଯାନରେ ବ୍ୟବହୃତ ହୋଇଥିଲା । ଏହାପରେ ଏହି ଟିକାର ତଥ୍ୟ 28 ଦିନ ପରେ ନିଆଯାଇଥିଲା ।

60ଟି ଦେଶରେ ଋଷ ଟିକାକୁ ଅନୁମୋଦନ ମିଳିସାରିଛି । ହେଲେ ଏହା ଏପର୍ଯ୍ୟନ୍ତ ୟୁରୋପୀୟ ମେଡିସିନ୍ ଏଜେନ୍ସି (EMA) ଏବଂ ୟୁଏସ ଖାଦ୍ୟ ଏବଂ ଔଷଧ ଆଡମିନିଷ୍ଟ୍ରେସନ (FDA) ପକ୍ଷରୁ ଅନୁମୋଦିତ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.