ETV Bharat / bharat

ଦୋଷା ସହ ସାମ୍ବର ଦେଲାନି ଓ୍ୱେଟର, 3500 ଟଙ୍କା ଫାଇନ ଗଣିଲା ରେଷ୍ଟୁରାଣ୍ଟ

ଦୋଷା ସହ ସାମ୍ବର ନଦେବାରୁ ରେଷ୍ଟୁରାଣ୍ଟକୁ 3 ହଜାର 500 ଟଙ୍କା ଜରିମାନା ଦେବାକୁ ପଡିଛି। 11ମାସ ପୂର୍ବେ ହୋଇଥିବା ଅଭିଯୋଗର ଶୁଣାଣି କରି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

author img

By

Published : Jul 13, 2023, 10:15 PM IST

ସମ୍ବର ନଦେବାରୁ ଫାଇନ
ସମ୍ବର ନଦେବାରୁ ଫାଇନ
ସମ୍ବର ନଦେବାରୁ ଫାଇନ

ପାଟନା: ଦୋଷା ସହ ସାମ୍ବର ନଦେବାରୁ ରେଷ୍ଟୁରାଣ୍ଟକୁ 3 ହଜାର 500 ଟଙ୍କା ଜରିମାନା ଦେବାକୁ ପଡିଛି। ବିହାରର ବକ୍ସର ଜିଲ୍ଲାରୁ ଏହି ଅଜବ ଘଟଣା ସାମନାକୁ ଆସିଛି। ସହରର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକଙ୍କୁ ଦୋଷା ସହ ସାମ୍ବର ପରଷା ଯାଇନଥିଲା। ଯାହାକୁ ବିରୋଧ କରି 11ମାସ ପୂର୍ବେ ଏନେଇ ଲିଖିତ ଅଭିଯୋଗ କରିଥିଲେ ମନୀଷ ପାଠକ। 15 ଅଗଷ୍ଟ 2022ରେ ଏନେଇ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ନିକଟରେ ମନୀଷ ଅଭିଯୋଗ କରିଥିବା ଜଣାପଡିଥିଲା।

ତେବେ 15 ଅଗଷ୍ଟ 2022ରେ ହୋଇଥିବା ଏହି ମାମଲାର ଶୁଣାଣି କରି ସମ୍ପୃକ୍ତ ରେଷ୍ଟୁରାଣ୍ଟକୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ସୂଚନା ଅନୁସାରେ, ଗୋଲୋ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ 140ଟଙ୍କା ଦେଇ ସ୍ପେଶାଲ ମସାଲା ଦୋଷା ଅର୍ଡର କରିଥିଲେ ମନୀଷ ନାମକ ଜଣେ ଗ୍ରାହକ। ତେବେ ଦିଆଯାଇଥିବା ଦୋଷାକୁ ପାର୍ସଲ ଆକାରରେ ମନୀଷ ଘରକୁ ନେଇଥିଲେ । ହେଲେ ଘରେ ପହଞ୍ଚି ସେ ଯେତେବେଳେ ପାର୍ସଲ ଖୋଲିଥିଲେ ସେତେବେଳେ ସାମ୍ବର ନଥିବା ଦେଖିବାକୁ ପାଇଥିଲେ। ମନୀଷଙ୍କ ଅଭିଯୋଗ ଅନୁସାରେ, ସେହି ସମୟରେ ତାଙ୍କ ଘରେ ଅତିଥି ଉପସ୍ଥିତ ଥିଲେ। ହେଲେ ରେଷ୍ଟୁରାଣ୍ଟର କର୍ମକର୍ତ୍ତାଙ୍କ ତ୍ରୁଟି ଯୋଗୁ ଅତିଥିଙ୍କ ସାମ୍ନାରେ ଲଜ୍ଜିତ ହୋଇଥିବା ନେଇ ଅଭିଯୋଗ କରିଥିଲେ ମନୀଷ।

ତେବେ ଘଟଣାକୁ ନେଇ ପରେ ମନୀଷ ଅଭିଯୋଗ କରିଥିଲେ ସୁଦ୍ଧା ରେଷ୍ଟୁରାଣ୍ଟର କେହି ଉପରିସ୍ଥ କର୍ମଚାରୀ କର୍ଣ୍ଣପାତ କରିନଥିଲେ। ତାଙ୍କ କଥାକୁ ସଞ୍ଚାଳକ ଗମ୍ଭୀରତାର ସହ ନେଇନଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଖାଲି ସେତିକି ନୁହେଁ, ମନୀଷଙ୍କ ଅଭିଯୋଗ ଶୁଣିବା ପରେ "140 ଟଙ୍କାରେ କ'ଣ ରେଷ୍ଟୁରାଣ୍ଟ କିଣିଦେବେ?" ବୋଲି କହି ମନୀଷଙ୍କୁ ପରିହାସ କରିଥିଲେ କର୍ମଚାରୀ।

ଏହା ମଧ୍ୟ ପଢନ୍ତୁ...ଭ୍ରମରେ ପକାଉଛି ଟ୍ରେନ ରେସ୍ତୋରାଁ, ଚିନ୍ତାରେ ପଡିବେ ଖାଇବେ ନା ଯାତ୍ରା କରିବେ

ତେଣୁ ଶେଷରେ ନ୍ୟାୟ ପାଇଁ ଜିଲ୍ଲା ଉପଭୋକ୍ତା ଆୟୋଗ (State Consumer Dispute Redressal Commission)ଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ ଶେଷରେ 11ମାସ ପରେ ମନୀଷଙ୍କ ସମପକ୍ଷରେ ରାୟ ପ୍ରଦାନ କରିଛନ୍ତି କୋର୍ଟ। ମାମଲାର ଶୁଣାଣି କରି 45 ଦିନ ମଧ୍ୟରେ 3 ହଜାର 500 ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟାଳୟ। ଆଉ ନ୍ୟାୟ ପାଇବା ପରେ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି ମନୀଷ। ଏନେଇ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଯୋଗକାରୀ। ସହରର ପ୍ରସିଦ୍ଧ ରେଷ୍ଟୁରାଣ୍ଟରେ କର୍ମଚାରୀଙ୍କ ସାମାନ୍ୟ ଅବହେଳା ମହଙ୍ଗା ପଡିଛି। 140ଟଙ୍କାର ଦୋଷା ବିକ୍ରି କରି ସାମ୍ବର ନଦେବାରୁ ହଟହଟା ହୋଇଛନ୍ତି କର୍ମଚାରୀ। ଯାହା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.