ETV Bharat / bharat

ମହିଳାଙ୍କ ଆଦର୍ଶ, ନୂଆ ପୀଢି ପାଇଁ ପ୍ରେରଣାର ଉତ୍ସ ରୁମା ଦେବୀ

ଯଦି ପ୍ରତିଭା ସହ ଦୃଢ ଆତ୍ମବିଶ୍ବାସ ରୁହେ ତେବେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । କିଛି ଏଭଳି ସର୍ବୋକୃଷ୍ଟ ସଂଯୋଗ ସହ ରାଷ୍ଟ୍ରପତି ଆୱାର୍ଡରେ ସମ୍ମାନିତ ରୁମା ଦେବୀଙ୍କ ରହିଛି ସଂଘର୍ଷମୟ କାହାଣୀ...

ମହିଳାଙ୍କ ଆଦର୍ଶ , ନୂଆ ପୀଢିର ପ୍ରେରଣାର ଉତ୍ସ  ରୁମା ଦେବୀ

author img

By

Published : Nov 23, 2020, 4:57 PM IST

ବାଡମେର: ଅତ୍ୟନ୍ତ ସଂଘର୍ଷଭରା ରହିଛି ରୁମା ଦେବୀଙ୍କ ବାଲ୍ୟ ଜୀବନ । ଅଧିକ ପାଠ ପଢିନଥିଲେ ବି ଏମ୍ବ୍ରୋଡେରୀ ସିଲେଇରେ ପାରଙ୍ଗମ ରୁମା । ଯାହାରି ବଳରେ ସେ ଆଜି ବାଡମେରର ଏକ ଛୋଟ ଗାଁରୁ ହାବାର୍ଡ ୟୁନିଭରସିଟିରେ ଉଦବୋଧନ ଦେଇ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । କସିଦେ ଡିଜାଇନରୁ ଆରମ୍ଭ କରିଥିବା ରୁମା ଦେବୀ ବଡ ବଡ ଡିଜାଇନର୍ସଙ୍କ ସହ ଦେଶ ବିଦେଶରେ ଫ୍ୟାସନ ଶୋ କରିଛନ୍ତି । ଯେଉଁଥିରେ ତାଙ୍କ ଟିମ ଦ୍ବାରା ତିଆରି ବସ୍ତ୍ରକୁ ଡିଜାଇନର ଓ ମଡେଲ୍ସ ପ୍ରସ୍ତୁତ କରିଛନ୍ତି ।

ନାରୀ ଶକ୍ତିର ଜଳନ୍ତ୍ବ ଉଦାହରଣ ରୁମା ଦେବୀ

ରୁମା ଦେବୀ କୁହନ୍ତି କି, ପ୍ରତିଟି କାମ କରିବାକୁ ସଂଘର୍ଷ ଦରକାର ପଡିଥାଏ । ଆଉ ସେହି ସଂଘର୍ଷକୁ ପାର କରିବା ପରେ ଯାହା ଫଳ ମିଳିଥାଏ , ତାହାକୁ ସମ୍ମାନ ବି ମିଳେ । ଏସବୁ ଦ୍ବାରା ଆମର ଭଉଣୀଙ୍କୁ କାମ ବି ମିଳୁଛି ।

ରୁମା ଦେବୀଙ୍କ ଜନ୍ମ ବାଡମେରର ଏକ ଛୋଟ ଗାଁ ରାୱତସରରେ 1988ରେ ହୋଇଥିଲା । ଯେବେ ସେ 4 ବର୍ଷର ଥିଲେ, ସେତେବେଳେ ତାଙ୍କ ମାଁଙ୍କ ମୃତ୍ୟୁ ହୋଇଥିଲା । ଅଷ୍ଟମ ଯାଏଁ ଯାହିଁ ତାହିଁ ଶିକ୍ଷା ଗ୍ରହଣ ପରେ ଅନ୍ୟ ଲକ୍ଷାଧିକ ଝିଅ ଭଳି ତାଙ୍କୁ ବି ସ୍କୁଲକୁ ଅଲଗା କରିଦିଆଗଲା, ଆଉ ବାନ୍ଧିଦିଆଗଲା ବିବାହ ବନ୍ଧନରେ । ଏପଟେ ଶ୍ବଶୁର ଘରର ଆର୍ଥିକ ସ୍ଥିତି ଦୁର୍ବଳ ରହିଥିବାକୁ ଚିକିତ୍ସା କରାଇନପାରି ସେ ନିଜ ନବଜାତକ ପୁଅକୁ ହରାଇବସିଲେ । ଆଉ ତା ପରେ ସେ କିଛି କରି ଦେଖାଇବାକୁ କଲେ ପଣ । ବାସ ତା ପରଠୁ ଆଉ ପଛକୁ ଚାହିଁ ନାହାନ୍ତି । ଯାହାର ପରିଣାମ ଆଜି ସେ ନିଜେ ସ୍ବାବଲମ୍ବୀ ସହ 22 ହଜାର ମହିଳାଙ୍କୁ ଦେଇଛନ୍ତି ରୋଜଗାର ।

ପ୍ରଥମେ ରୁମା ଦେବୀଙ୍କ ଛୁଆ ହୋଇଥିଲା, ସେହି ସମୟରେ ତାଙ୍କ ପାଖରେ ଟଙ୍କା ନଥିଲା । ଯେଉଁଥିପାଇଁ ସେ ତାକୁ ହରାଇଥିଲେ । ଏ ନେଇ ରୁମା କହିଛନ୍ତି କି ‘‘ଯଦି ମୋ ପାଖରେ ଟଙ୍କା ଥାଆନ୍ତା ମୁଁ ତାକୁ ଯିବାକୁ ଦେଇନଥାନ୍ତି । ଭଲ ହସ୍ପିଟାଲରେ ଚିକିତ୍ସା କରାଇଥାନ୍ତି । ପରେ ଭାବିଥିଲି କି ଏହି କାମ କରିବି ଆଉ କିଛି ଟଙ୍କା କମେଇବି । ’’

ଗତ ବର୍ଷ ରୁମା ଦେବୀଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଥିଲେ । କେବଳ ଏତିକି ନୁହେଁ କେବିସି ମଧ୍ୟ ତାଙ୍କୁ ନାରୀ ଶକ୍ତିର ପରିଚୟ ଭାବେ ଆମନ୍ତ୍ରିତ କରିଥିଲା । ଏଭଳି ଅଗଣିତ ପୁରସ୍କାରରେ ସମ୍ମାନିଜ ରୁମା ଦେବୀଙ୍କ ଆଜି ପରିଚୟ ଭିନ୍ନ ଓ ସ୍ବତନ୍ତ୍ର । ରୁମା ଦେବୀ ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ନାରୀ ଶକ୍ତି ରୂପରେ ଗଣ୍ୟ । ଏଭଳି ସ୍ଥିତିରେ ସ୍ପଷ୍ଟ କି ଯଦି ଆପଣଙ୍କ ପାଖରେ ପ୍ରତିଭା ସହ ଦୃଢ ଆତ୍ମବିଶ୍ବାସ ରହିଛି ତେବେ ଲକ୍ଷ୍ୟସ୍ଥଳ ଦୂର ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.