ETV Bharat / bharat

ସାବରୀମାଳା ଯାତ୍ରାରେ ଶିଶୁଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ RT-PCR: Kerala Govt

author img

By

Published : Nov 27, 2021, 7:59 PM IST

ସାବରୀମାଳା ଯାତ୍ରାରେ ସମ୍ପର୍କୀୟଙ୍କ ସହ ଯାଉଥିବା ଶିଶୁଙ୍କ ପାଇଁ ଆବଶ୍ୟକ ନାହିଁ RT-PCR ରିପୋର୍ଟ । କେବଳ କୋଭିଡ ପ୍ରୋଟୋକଲ (soap/sanitizer, mask and social distancing)ପାଳନ କରିବାକୁ ନିର୍ଦ୍ଦେଶ । ବୟସ୍କଙ୍କ ପାଇଁ ଦୁଇ ଡୋଜ ଟିକା କିମ୍ବା ୭୨ ଘଣ୍ଟାର ନେଗେଟିଭ ରିପୋର୍ଟ ଜରୁରୀ । ଅଧିକ ପଢନ୍ତୁ

ସାବରିମାଳା ଯାତ୍ରାରେ ଶିଶୁଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ RT-PCR: Kerala govt

ଥିରୁଅନନ୍ତପୁରମ: ସମ୍ପର୍କୀୟଙ୍କ ସହ ସାବରୀମାଳା ଯାତ୍ରାରେ ସାମିଲ ହେଉଥିବା ଶିଶୁଙ୍କ ପାଇଁ RT-PCR ବାଧ୍ୟତାମୂଳକ ନୁହେଁ । କେବଳ S.M.S. (soap/sanitizer, mask and social distancing)ଫେସମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ମାନି ଶିଶୁମାନେ ଏହି ଯାତ୍ରାରେ ପିତାମାତା କିମ୍ବା ସମ୍ପର୍କୀୟଙ୍କ ସହ ସାମିଲ ହୋଇପାରିବେ ବୋଲି ଗାଇଡଲାଇନ ଆଣିଛନ୍ତି କେରଳ ସରକାର । କିନ୍ତୁ ପ୍ରାପ୍ତ ବୟସ୍କ ତୀର୍ଥଯାତ୍ରୀ ଓ ମନ୍ଦିରର ସମସ୍ତ କାର୍ଯ୍ୟକର୍ତ୍ତା ନିଜର ୨ୟ ଡୋଜ ଟିକାକରଣ ଶେଷ କରିବା କିମ୍ବା ୭୨ ଘଣ୍ଟାର କୋଭିଡ ନେଗେଟିଭ (RT-PCR negative certificate) ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି ନୂଆ ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।

କେରଳ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି,COVID ପରିସ୍ଥିତି ସତ୍ତ୍ୱେ, ଗତ 16 ତାରିଖରୁ ବାର୍ଷିକ ‘ମଣ୍ଡଳମ-ମାକରାଭିଲାକୁ’ (Mandalam-Makaravilakku pilgrimage)ତୀର୍ଥଯାତ୍ରା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ପୂଜା କରିବାର ଅନୁମତି ପ୍ରଦାନ କରାଯାଇଛି । ଏହି ପର୍ବ ମଧ୍ୟରେ ଅନେକ ଶ୍ରଦ୍ଧାଳୁ ପାହାଡ ଚଢି ପ୍ରଭୁ ଆୟପ୍ପାଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚୁଛନ୍ତି । ସବୁଠି କୋଭିଡ ପ୍ରୋଟୋକଲକୁ ପ୍ରାଥମିକତା ଦିଆଯାଉଛି । ସେହିପରି ପୂର୍ବ ବର୍ଷ ଭଳି, ମହାମାରୀ ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ ଓ ସମ୍ପୂର୍ଣ୍ଣ ଯାତ୍ରାଙ୍କୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଭକ୍ତମାନଙ୍କୁ ଏଥର ଏକ ଭର୍ଚୁଆଲ୍ କ୍ୟୁ-ସିଷ୍ଟମ ମାଧ୍ୟମରେ ଅନୁମତି ମଧ୍ୟ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.