ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ନେତାଙ୍କ ପାଖକୁ ଜଙ୍ଘିଆ (Underwear) ପଠାଇବା ଆରମ୍ଭ କରିଛନ୍ତି RSS ସଦସ୍ୟ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଖାକି ଚଡ୍ଡି (Underwear)କୁ ପୋଡ଼ି ଦେବାକୁ କର୍ଣ୍ଣାଟକର ବିରୋଧୀ ଦଳ ନେତା ସିଦ୍ଧରମେୟା ବିବାଦୀୟ ବୟାନ ଦେଇଥିଲେ । ଏହାର ଜବାବ ଦେବାକୁ ଯାଇ RSS ସଦସ୍ୟ ଏଭଳି ନୀତି ଆପଣାଇଛନ୍ତି ।
RSS ସଦସ୍ୟ କଂଗ୍ରେସ ନେତାଙ୍କ ନିକଟକୁ ଜଙ୍ଘିଆ ପଠାଇବା ଆରମ୍ଭ କରିବା ପରେ କର୍ଣ୍ଣାଟକରେ ଉତ୍ତେଜନାମୂଳକ ସ୍ଥିତି ରହିଛି । କେ.ଆର୍ ପେଟ୍ର RSS ସଦସ୍ୟ ବିରୋଧୀ ଦଳ ନେତା ସିଦ୍ଧରମେୟାଙ୍କ ନିକଟକୁ ଏକ ପାର୍ସଲରେ ସର୍ଟ୍ସ(shorts) ଭର୍ତ୍ତି କରି ପଠାଇଛନ୍ତି । RSS ପୋଷାକକୁ ନେଇ ବିରୋଧୀ ଦଳ ନେତାଙ୍କ ବିବାଦୀୟ ବୟାନ ପରେ ଉତକ୍ଷିପ୍ତ ହୋଇ ଏହି ପାର୍ସଲ ପଠାଇଛନ୍ତି RSS ସଦସ୍ୟ ।
ଏଠାରେ RSS ସଦସ୍ୟ କହିଛନ୍ତି ଯେ 'ସିଦ୍ଧରମେୟାଙ୍କ ପାଖକୁ ଏତେ ମାତ୍ରାରେ ଖାକି ସର୍ଟ୍ସ୍ ପଠାଯାଇଛି ଯେ, ସେ ତାହାକୁ ପୋଡ଼ିପାରିବେ ନାହିଁ ।' ସିଦ୍ଧରମେୟାଙ୍କ ନିକଟକୁ ପାର୍ସଲ ପଠାଇବା ପରେ RSS ସଦସ୍ୟ ଆଖପାଖ ଗ୍ରାମରେ ଘରକୁ ଘର ବୁଲି ଲୋକଙ୍କ ବ୍ୟବହୃତ ସର୍ଟ୍ସ(shorts), ଜଙ୍ଘିଆ ସଂଗ୍ରହ କରିଥିଲେ । ଏହାପରେ ଏହାକୁ ପାର୍ସଲ କରି ବେଙ୍ଗାଲୁରୁସ୍ଥିତ କଂଗ୍ରେସ ଭବନକୁ ପଠାଇ ଦେଇଥିଲେ ।
ସେପଟେ କିଛି ସର୍ଟ୍ସକୁ ଛାତ୍ର କଂଗ୍ରେସ ସଦସ୍ୟମାନେ ଶିକ୍ଷାମନ୍ତ୍ରୀ ବିସି ନାଗେଶଙ୍କ ବାସଭବନ ସମ୍ମୁଖରେ ପୋଡ଼ିଛନ୍ତି । ଏହି ଘଟଣା ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କର୍ଣ୍ଣାଟକରେ ଶାସକ ଦଳ ବିଜେପି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ।
ଦେଶ ଓ ରାଜ୍ୟରେ ବିଭିନ୍ନ ଯୋଜନା ପରିକଳ୍ପନା ପାଇଁ ବିଜେପି RSS ନିକଟରେ ନତମସ୍ତକ ହେଉଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ ସିଦ୍ଧରମେୟା RSS ପୋଷାକକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେପଟେ କର୍ଣ୍ଣାଟକର ଅନ୍ୟ ସ୍ଥାନରେ ମଧ୍ୟ RSS ସଦସ୍ୟ ଏହି ଅଭିଯାନକୁ ଆଗକୁ ବଢ଼ାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।