ETV Bharat / bharat

ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ: ମୋହନ ଭାଗବତ - ମିଥିଲାଞ୍ଚଳ ରେ ସଂଘ ପ୍ରମୁଖ ମୋହନ ଭାଗବତ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ଦୁଇ ଦିନିଆ ଦରଭଙ୍ଗା ମିଥିଲାଞ୍ଚଳ ଗସ୍ତରେ ଆସିଛନ୍ତି (RSS chief Mohan Bhagwat in Darbhanga) । ଗସ୍ତର ପ୍ରଥମ ଦିନରେ ନାଗେନ୍ଦ୍ର ଝା ଷ୍ଟାଡିୟମରେ ଆୟୋଜିତ ଶାରୀରିକ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅଧିକ ପଢନ୍ତୁ

Etv BharatMohan Bhagwat In Bihar
Etv BharatMohan Bhagwat In Bihar
author img

By

Published : Nov 29, 2022, 7:01 AM IST

ପାଟଣା: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ଦୁଇ ଦିନିଆ ଦରଭଙ୍ଗା ମିଥିଲାଞ୍ଚଳ ଗସ୍ତରେ ଆସିଛନ୍ତି (RSS chief Mohan Bhagwat in Darbhanga) । ଗସ୍ତର ପ୍ରଥମ ଦିନରେ ସୋମବାର ସକାଳେ ନାଗେନ୍ଦ୍ର ଝା ଷ୍ଟାଡିୟମରେ ଆୟୋଜିତ ଶାରୀରିକ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଏହାବି ପଢନ୍ତୁ- Exercise Austra-Hind: ଆରମ୍ଭ ହେଲା ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ

ଶାରୀରିକ ଯୋଗ କାର୍ଯ୍ୟକ୍ରମ ପରେ ସମେବତ ସ୍ବୟଂ ସେବକଙ୍କୁ ସଂଘ(RSS) ସ୍ଥାପନା ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ମୋହନ ଭାଗବତ କହିଥିଲେ, ‘‘ସଂଘ ସମାଜକୁ ଯୋଡିବା ଦିଗରେ କାମ କରିବା ଜାରି ରଖିବ । ଭାରତରେ ବସବାସ କରୁଥିବା ସମସ୍ତ ଲୋକ ହିନ୍ଦୁ । ଅନ୍ୟ ଧର୍ମ ପ୍ରତି ଇଛା ବ୍ୟକ୍ତ କରିବା ଅନୁଚିତ ।’’ ଏହି ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ସ୍ବୟଂ ସେବକ ସାମିଲ ହୋଇଥିଲେ ।

ଭାରତରେ ଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ

ଏହି ଶାରୀରିକ ଯୋଗ କାର୍ଯ୍ୟକ୍ରମରେ ସଂଘ ପ୍ରମୁଖ ସ୍ବୟଂ ସେବକଙ୍କୁ ସମ୍ବୋଧିତ କରି କହିଥିଲେ, ‘‘ସଂଘର ସ୍ବପ୍ନ ହେଉଛି ସମସ୍ତଙ୍କୁ ଯୋଡିବା । ଏମିତି ଏକ ଭାରତ ନିର୍ମାଣ କରିବା ଯେଉଁଠି କେବଳ ଭାରତୀୟ ଥିବେ । କୌଣସି ଭେଦଭାବ ନଥିବ । କୌଣସି ସଂଗଠନ ନଥିବ । କେବଳ ଥିବେ ଭାରତୀୟ । ସ୍ବୟଂ ସେବକଙ୍କୁ ସମ୍ବୋଧିତ କରି କହିଥିଲେ, ଅନ୍ୟ କାହାର ଶବ୍ଦ ବାକ୍ୟରେ ପ୍ରଭାବିତ ହୁଅନ୍ତୁ ନାହିଁ । ନିଜ ବୁଦ୍ଧି ବିବେକ ଅନୁସାରେ ନିଷ୍ପତି ନିଅନ୍ତୁ । ବିଚାର କରନ୍ତୁ । ଭାରତରେ ଥିବା ପ୍ରତ୍ୟେକ ଭାରତବାସୀ ହିନ୍ଦୁ । ବର୍ତ୍ତମାନ ଯଦିଓ ଅନ୍ୟ ଧର୍ମରେ ଅନେକ ଅଛନ୍ତି । କିନ୍ତୁ ସେମାନଙ୍କ ପୂର୍ବଜ ହିନ୍ଦୁ ଥିଲେ ବୋଲି କହିଛନ୍ତି ସଂଘ ପ୍ରମୁଖ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.