ETV Bharat / bharat

Parliament Winter session: ସଂସଦରେ ଏନଡିପିଏସ ବିଲ୍ ପାରିତ - ସଂସଦରେ ଏନଡିପିଏସ ବିଲ୍ ପାରିତ

ଶେଷ ହେବାକୁ ଯାଉଛି ସଂସଦ ଶୀତ ଅଧିବେଶନ । ଚଳିତ ସପ୍ତାହ ଅଧିବେଶନର ଶେଷ ସପ୍ତାହ । ସୋମବାର ନିଶାଦ୍ରବ୍ୟ ଆଇନ ସଂଶୋଧନ ବିଲ ପାର୍ଲାମେଣ୍ଟରେ ଗୃହୀତ ହୋଇଛି । ଅଧିକ ପଢନ୍ତୁ

ସଂସଦରେ ଏନଡିପିଏସ ବିଲ୍ ପାରିତ
ସଂସଦରେ ଏନଡିପିଏସ ବିଲ୍ ପାରିତ
author img

By

Published : Dec 21, 2021, 11:47 AM IST

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ସଂସଦ ଶୀତ ଅଧିବେଶନ । ଚଳିତ ସପ୍ତାହ ଅଧିବେଶନର ଶେଷ ସପ୍ତାହ । ସୋମବାର ନିଶାଦ୍ରବ୍ୟ ଆଇନ ସଂଶୋଧନ ବିଲ ପାର୍ଲାମେଣ୍ଟରେ ଗୃହୀତ ହୋଇଛି । ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ ସବଷ୍ଟାନ୍ସ ସଂଶୋଧନ ବିଲ (Narcotic Drugs and Psychotropic Substances) ୨୦୨୧ ଗତ ୧୩ ତାରିଖରେ ଲୋକ ସଭାରେ ଗୃହୀତ ହୋଇଥିଲାବେଳେ ସୋମବାର ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ଏହି ବିଲ ଆଗତ କରିଥିଲେ । ଗତ ସେପ୍ଟେମ୍ବରରେ ଲାଗୁ ହୋଇଥିବା ଅଧ୍ୟାଦେଶ ସ୍ଥାନରେ ଉକ୍ତ ଆଇନ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ଅର୍ଥମନ୍ତ୍ରୀ । ଭଏସ ଭୋଟରେ ବିଲ୍ ଗୃହୀତ ହୋଇଛି । ବିଲକୁ ବିରୋଧୀ ବିରୋଧ କରିଥିଲେ । ବିଲ୍ ଉପରେ ଆଲୋଚନା କରିବାକୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ସୁଯୋଗ ଦିଆ ନ ଯିବାରୁ ଏହାର ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

2014ରେ ଏନେଇ ଅଧିନିୟମରେ ସଂଶୋଧନ କରାଯାଇଥିଲା ଏବଂ ଏହିପରି ଅବୈଧ କାର୍ଯ୍ୟକଳାପ ପାଇଁ ଧାରା ନମ୍ବର ପରିବର୍ତ୍ତନ କରାଯାଇଥିଲା । ଏହି ଅବୈଧ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଯୋଗାଇଦେବା ଅପରାଧରେ ଦଣ୍ଡବିଧାନ ବିଭାଗରେ ସଂଶୋଧନ କରାଯାଇ ନଥିଲା ଏବଂ ପୂର୍ବ ଧାରା ଆଧାରରେ ଚାଲିଥିଲା ​​। ପ୍ରଣୟନ ହେବାକୁ ଥିବା ନୂଆ ଆଇନ ଏସବୁ ପୂର୍ବ ନିୟମକୁ ସଂଶୋଧନ କରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.